• search
For Quick Alerts
Turn On Notification  
For Daily Alerts

ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କୁ କୃଷକଙ୍କ ବିରୋଧ, କଳା ପତାକା ଦେଖାଇ ଦେଲେ ସ୍ଲୋଗାନ

|

ଲୁଧିଆନା : ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କୁ କୃଷକଙ୍କ କ୍ରୋଧର ସାମ୍ନା କରିବାକୁ ପଡିଛି । ମଙ୍ଗଳବାର ଦିନ ଲୁଧିଆନାରେ ନୱାନଶାହରରେ ପହଞ୍ଚିବା ପରେ କୃଷକମାନେ ସିଦ୍ଧୁଙ୍କୁ କଳା ପତାକା ଦେଖାଇ ତାଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । ସିଦ୍ଧୁଙ୍କୁ କଳା ପତାକା ଦେଖାଇବାର ଏହି ମାମଲା ନୱାନଶାହରର ଭଗତ ସିଂ ମାର୍ଗରେ ଘଟିଥିଲା । ସିଦ୍ଧୁ ଏଠାରେ ପହଞ୍ଚିବା ପରେ କୃଷକମାନେ ସ୍ଲୋଗାନ ଦେବା ଆରମ୍ଭ କରି ତାଙ୍କ ଆଡକୁ କଳା ପତାକା ଦେଖାଇ ବିରୋଧ କରିଥିଲେ ।

Navjot-Singh-Sidhu

ବଙ୍ଗା ପୋଲିସ୍ ଷ୍ଟେସନର SHO ଅବତାର ସିଂ କହିଛନ୍ତି ଯେ କୃଷକ ସଂଘ କୃଷି ଆଇନ ବିରୁଦ୍ଧରେ ବିରୋଧ କରୁଛି ଏବଂ ଏହା ଉପରେ ସିଦ୍ଧୁଙ୍କୁ କିଛି ପ୍ରଶ୍ନ ପଚାରିବାକୁ ଚାହୁଁଛି । ସିଦ୍ଧୁ ଭଗତ ସିଂ ମାର୍ଗକୁ ଆସିବା ପରେ ଏହି ଲୋକମାନେ ବିରୋଧ କରିଥିଲେ ଏବଂ କଳା ପତାକା ଦେଖାଇଥିଲେ । ରାସ୍ତାର ଗୋଟିଏ ପାର୍ଶ୍ୱରେ କଂଗ୍ରେସ ଦଳର ଲୋକ ଏବଂ ଅନ୍ୟ ପଟେ କୃଷକ ଥିବାରୁ କୌଣସି ମୁହାଁମୁହିଁ ପରିସ୍ଥିତି ନଥିଲା ଏବଂ ପୋଲିସ କୌଣସି ବଳ ପ୍ରୟୋଗ ନକରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ।

କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ରବିବାର ଦିନ ନବଜୋତ ସିଂ ସିଦ୍ଧୁଙ୍କୁ ଦଳର ପଞ୍ଜାବ ୟୁନିଟର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି । ପଞ୍ଜାବ କଂଗ୍ରେସରେ ଦୀର୍ଘ ଦିନ ଧରି ଚାଲିଥିବା ମତଭେଦ ପରେ ଏହି ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ଅସନ୍ତୋଷ ସତ୍ତ୍ୱେ କଂଗ୍ରେସ ହାଇକମାଣ୍ଡ ସିଦ୍ଧୁଙ୍କୁ ରାଜ୍ୟ କଂଗ୍ରେସ ଦାୟିତ୍ୱ ଦେଇଛନ୍ତି । ରାଜ୍ୟ ଅଧ୍ୟକ୍ଷ ହେବା ପରେ ସିଦ୍ଧୁଙ୍କ ସମର୍ଥକଙ୍କ ମଧ୍ୟରେ ଖୁସିର ବାତାବରଣ ରହିଛି, ସିଦ୍ଧୁ ମଧ୍ୟ ଗତ ଦୁଇ ଦିନ ଧରି ବିଭିନ୍ନ ସ୍ଥଆନରେ ସମାବେଶ କରୁଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Farmer Shows Black Flag To Navjot Singh Sidhu
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X