ଲଖିମପୁର ଖେରୀରେ ପ୍ରାଣ ହରାଇଥିବା ଚାଷୀଙ୍କ ପୁଅର ଘୋଷଣା ; '2024 ରେ ଟେନି ବିରୁଦ୍ଧରେ ଲଢିବି ନିର୍ବାଚନ'

ଲଖିମପୁର ଖେରୀ ହିଂସାରେ ନିହତ ହୋଇଥିବା ଜଣେ କୃଷକଙ୍କ ପୁଅ କହିଛନ୍ତି ଯେ ସେ 2024 ମସିହାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛନ୍ତି ।

ଲଖିମପୁର : ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ମାହୋଲ ସରଗରମ ଥିବାବେଳେ ଲଖିମପୁର ଖେରୀ ହିଂସାରେ ନିହତ ହୋଇଥିବା ଜଣେ କୃଷକଙ୍କ ପୁଅ କହିଛନ୍ତି ଯେ ସେ 2024 ମସିହାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛନ୍ତି ।

ଆମେ ଆପଣଙ୍କୁ କହିରଖୁଛୁ ଯେ ଗତ ବର୍ଷ ଅକ୍ଟୋବର ମାସରେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଏକ ସଭାକୁ କିଛି କୃଷକ ବିରୋଧ ପ୍ରଦର୍ଶନ କରିବା ସମୟରେ ହିଂସା ଦେଖାଦେଇଥିଲା । ଏହି ସମୟରେ ଆନ୍ଦୋଳନରତ କୃଷକଙ୍କ ଉପରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ର ଗାଡ଼ି ଚଢାଇ ଦେଇଥିବା ଅଭିଯଗ ହୋଇଥିଲା । ଏହି ହିଂସାରେ ନିହତ କୃଷକ ନଚ୍ଛତର ସିଂହଙ୍କ ବଡ଼ ପୁଅ ଜଗଦୀପ ସିଂହ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ବିରୋଧରେ ନିର୍ବାଚନ ଲଢିବା ନେଇ କହିଛନ୍ତି ।

Ajaya mishra teni

ଜଗଦୀପ ସିଂହ କହିଛନ୍ତି, 'ମୁଁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ପକ୍ଷରୁ ପ୍ରସ୍ତାବ ପାଇଥିଲି । ସେମାନେ ମତେ ଧୌରହରା ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରଇବାକୁ ଚାହୁଁଥିଲେ, କିନ୍ତୁ ମୁଁ ସେମାନଙ୍କୁ କହିଲି ଯେ ମୁଁ ଛୋଟ ଲଢେଇ କରିବି ନାହିଁ । 2024 ନିର୍ବାଚନରେ ମୋତେ ଟିକେଟ୍ ଦିଅ, ମୁଁ ଅଜୟ ମିଶ୍ର ଟେନିଙ୍କ ବିରୋଧରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା କରିବି । ଯେତେବେଳେ ମୋତେ ଲଢିବାକୁ ଅଛି ଠିକ୍ ଭାବେ ଲଢିବି ।

ସୂଚନାଯୋଗ୍ୟ ଯେ, ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ଏସଆଇଟି ଦାଖଲ କରିଥିବା ଚାର୍ଜସିଟରେ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରଙ୍କୁ ମୁଖ୍ୟ ଅଭିଯୁକ୍ତ କରାଯାଇଛି । ଆଶିଷ ମିଶ୍ର ବର୍ତ୍ତମାନ ଜେଲରେ ଅଛନ୍ତି । ଏହି ଘଟଣାରେ ଜଣେ ସାମ୍ବାଦିକଙ୍କ ସମେତ ଆଠ ଜଣଙ୍କର ମୃତ୍ୟୁ ହୋଇଛି, ସେମାନଙ୍କ ମଧ୍ୟରେ କୃଷକ ନଚ୍ଛତର ସିଂହ ମଧ୍ୟ ଅଛନ୍ତି । ତାଙ୍କ ପୁଅ ଜଗଦୀପ ସିଂହ କହିଛନ୍ତି ଯେ ତାଙ୍କ ପରିବାରରେ କେହି ରାଜନୀତିରେ ନାହାଁନ୍ତି, କିନ୍ତୁ ସେ କେନ୍ଦ୍ର ମନ୍ତ୍ରୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛନ୍ତି ।

Lakhimpur

ଜଗଦୀପ ସିଂହ କହିଛନ୍ତି, 'ମୁଁ କୌଣସି ଦଳ ସପା, ବିଏସପି କିମ୍ବା କଂଗ୍ରେସର ସମର୍ଥକ ନୁହେଁ । ବର୍ତ୍ତମାନ ଏହି ନିର୍ବାଚନରେ ଆମେ କୃଷକ ନେତା ତେଜିନ୍ଦର ସିଂ କୁମାରଙ୍କ ସହ ଛିଡା ହୋଇଛୁ । ସେମାନେ ଆମର ଅଧିକାର ପାଇଁ ଲଢୁଛନ୍ତି ଏବଂ ଯେଉଁଠାରେ ବି ଲଢିବେ, ଆମେ ସେମାନଙ୍କୁ ସମର୍ଥନ କରିବୁ ।

ଜଗଦୀପ ସିଂହ ଆହୁରି କହିଛନ୍ତି, 'ମୁଁ ବିରୋଧୀ ଦଳମାନଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି, କାରଣ ଯଦି ସେମାନେ ଏହି ପ୍ରସଙ୍ଗରେ ଚାପ ପକାଇ ନଥାନ୍ତେ, ତେବେ ବୋଧହୁଏ ଏତେ ବଡ଼ ଘଟଣାକୁ ଏକ ଦୁର୍ଘଟଣା ବୋଲି ଦର୍ଶାଯାଇଥାନ୍ତା । ବିରୋଧୀ ଓ କୃଷକ ସଂଗଠନ ଆମ ସହିତ ଛିଡ଼ା ହୋଇ ଚାପ ସୃଷ୍ଟି କଲେ, ସେତେବେଳେ ହିଁ ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବ୍ରାହ୍ମଣ ଭୋଟ୍ ବ୍ୟାଙ୍କକୁ ନେଇ ବିଜେପି ଚିନ୍ତିତ, ତେଣୁ ସେମାନେ ଟେନିଙ୍କୁ କ୍ୟାବିନେଟରୁ ହଟାଇ ନାହାଁନ୍ତି । କିନ୍ତୁ, ଯେପର୍ଯ୍ୟନ୍ତ ଟେନି କ୍ୟାବିନେଟରେ ରହିବେ, ସେପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ନ୍ୟାୟ ହୋଇ ପାରିବ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+