ପାଞ୍ଚ ରାଜ୍ୟର ନିର୍ବାଚନ ଫଳାଫଳ ନେଇ ପୂର୍ବାନୁମାନ କଲେ ଶରଦ ପାଓ୍ୱାର, କେଉଁ ରାଜ୍ୟରେ ସରକାର ଗଠନ କରିବ କେଉଁ ଦଳ

ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ବିଧାନସବା ନିର୍ବାଚନ ଫଳାଫଳକୁ ନେଇ ପୂର୍ବାନୁମାନ କରିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର । ଆସାମ ବ୍ୟତୀତ ଅନ୍ୟ ଚାରିଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ବିଜେପି ହାରିବ ବୋଲି ଶରଦ ପାୱାର ଦାବି କରିଛନ୍ତି ।

ମୁମ୍ବାଇ : ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ବିଧାନସବା ନିର୍ବାଚନ ଫଳାଫଳକୁ ନେଇ ପୂର୍ବାନୁମାନ କରିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର । ଆସାମ ବ୍ୟତୀତ ଅନ୍ୟ ଚାରିଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ବିଜେପି ହାରିବ ବୋଲି ଶରଦ ପାୱାର ଦାବି କରିଛନ୍ତି । ସେ କହିଛନ୍ତି, ଏହି ରାଜ୍ୟଗୁଡ଼ିକର ନିର୍ବାଚନ ଫଳାଫଳ ଦେଶର ରାଜନୀତିରେ ଏକ ନୂଆ ଦିଗ ସ୍ଥିର କରିବ । ଭାରତୀୟ ଜନତା ପାର୍ଟି ପଶ୍ଚିମବଙ୍ଗରେ ନିର୍ବାଚନ ହାକିବ ବୋଲି ଶରଦ ପାୱାର ଦୈବି କରିଛନ୍ତି ।

Sharad-Power

'ଆସାମରେ ବିଜେପିର ଅବସ୍ଥା ତୁଳନାତ୍ମକ ଭାବେ ଭଲ'

ପୁଣେ ଜିଲ୍ଲାର ବାରାମତିରେ ଗଣମାଧ୍ୟମକୁ ସୂଚନା ଦେଇ ଶରଦ ପାୱାର କହିଛନ୍ତି, ଆସାମରେ ବିଜେପିର ଅବସ୍ଥା ତୁଳନାତ୍ମକ ଭାବେ ଭଲ ରହଛି । ତାଙ୍କ ଦଳର ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ଶାସକ ବିଜେପି ଅନ୍ୟମାନଙ୍କ ତୁଳନାରେ ଭଲ ସ୍ଥିତିରେ ଥିବା ଜଣାପଡିଛି । ସେ କହିଛନ୍ତି, ମୋଟାମୋଟି ଭାବେ ଆସାମରେ ବିଜେପି କ୍ଷମତାରେ ରହିବ, କିନ୍ତୁ ଏହା ଅନ୍ୟ ନିର୍ବାଚନୀ ରାଜ୍ୟରେ ପରାଜୟର ସମ୍ମୁଖୀନ ହେବ ଏବଂ ଅନ୍ୟ ଦଳମାନେ ସରକାର ଗଠନ କରିବେ । ସେ କହିଛନ୍ତି ମୁଁ ନିଶ୍ଚିତ ଯେ ଏହି ଧାରା ଦେଶକୁ ଏକ ନୂଆ ଦିଗ ଦେବ ।

ବଙ୍ଗଳାରେ କେନ୍ଦ୍ର କ୍ଷମତାର ଅପବ୍ୟବହାର କରୁଛି: ପାୱାର

ପଶ୍ଚିମବଙ୍ଗର ନିର୍ବାଚନ ରାଜ୍ୟରେ କ୍ଷମତାର ଅପବ୍ୟବହାର ଅଭିଯୋଗ କରି ଶରଦ ସେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ପଶ୍ଚିମବଙ୍ଗର କେନ୍ଦ୍ର ବିଶେଷ କରି ବିଜେପି କ୍ଷମତାର ଅପବ୍ୟବହାର କରୁଛି ଏବଂ ରାଜ୍ୟବାସୀଙ୍କ ପାଇଁ ଲଢିବାକୁ ଚେଷ୍ଟା କରୁଥିବା ଭଉଣୀ ଉପରେ (ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦର୍ଶାଇ) ଆକ୍ରମଣ କରିବାକୁ ଚେଷ୍ଟା କରୁଛି । ସେ କହିଛନ୍ତି, ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ ବିଜୟୀ ହେବା ସହ କ୍ଷମତାରେ ରହିବ ଏଥିରେ କୌଣସି ସନ୍ଦେହ ନାହିଁ ।

'ଲୋକମାନେ ତାମିଲନାଡୁରେ ଡିଏମକେକୁ କ୍ଷମତାକୁ ଆଣିବେ'

ସେ କହିଛନ୍ତି, 'ଆଜି ପାଞ୍ଚଟି ରାଜ୍ୟରେ ନିର୍ବାଚନ ଫଳାଫଳ ବିଷୟରେ କହିବା ଭୁଲ, କାରଣ ଏହି ରାଜ୍ୟର ଲୋକମାନେ ଏହାର ନିର୍ଣ୍ଣୟ କରିବେ । କେରଳରେ ବାମପନ୍ଥୀ ଏବଂ ଜାତୀୟତାବାଦୀ କଂଗ୍ରେସ ଦଳ ଏକାଠି ହୋଇଛନ୍ତି ଏବଂ ଆମେ ନିଶ୍ଚିତ ଯେ ଏକ ସଂଖ୍ୟାଗରିଷ୍ଠତା ହାସଲ କରିବୁ । ତାମିଲନାଡ଼ୁ ଫଳାଫଳକୁ ନେଇ ସେ କହିଛନ୍ତି, ରାଜ୍ୟବାସୀ ଡିଏମକେକୁ ସମର୍ଥନ କରିବା ସହ ଏହାର ସଭାପତି ଏମ.କେ ଷ୍ଟାଲିନଙ୍କୁ ସମର୍ଥନ କରିବେ ଏବଂ ଦଳ ସେଠାରେ କ୍ଷମତାକୁ ଆସିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+