Assam Assembly Election 2021 : ନିର୍ବାଚନ କମିଶନ ଗାଡ଼ି ଉପରେ ଆକ୍ରମଣ ପରେ ବିଜେପି ପ୍ରାର୍ଥୀଙ୍କ ଗାଡ଼ିରେ ରଖାଗଲା ଇଭିଏମ୍
ନିର୍ବାଚନ ଆୟୋଗର ଗାଡ଼ି ଖରାପ ହେବା ପରେ ସେଇ ବାଟେ ଦେଇଯାଉଥିବା ଏକ କାରରେ ଅଧିକାରୀ ମାନେ ଇଭିଏମ୍ ମେସିନକୁ ରଖିଥିଲେ । ଏହି କାରଟି ଜଣେ ବିଜେପି ପ୍ରାର୍ଥୀଙ୍କର ବୋଲି ପରେ ଜଣାପଡ଼ିଛି ।
ଦିସପୁର : ଆସାମରେ ଗୁରୁବାର (ଏପ୍ରିଲ 02) 39 ଟି ବିଧାନସଭା ଆସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଛି । ଆସାମର ପଥରକଣ୍ଡି ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଆୟୋଗର ଗାଡ଼ି ଉପରେ ଆକ୍ରମଣ ହୋଇଥିବା ନେଇ ଖବର ଆସିଛି । ଖବର ସରବରହା ସଂସ୍ଥା ଏଏନ୍ଆଇର ସୂତ୍ର ଅନୁସାରେ, ଗତକାଲି (2 ଅପ୍ରେଲ) ମତଦାନ ପରେ ଆସାମର ପଥରକଣ୍ଡି ବିଧାନସଭାରେ ଏକ କାରରୁ ଇଭିଏମ୍ ମେସିନ୍ ମିଳିଛି । ସ୍ଥାନୀୟ ଲୋକଙ୍କ ଦାବି ଅନୁସାରେ ଏହି କାର ନିର୍ବାଚନ ଆୟୋଗର ନୁହେଁ ।

ସୂଚନା ଅନୁସାରେ, ନିର୍ବାଚନ ଆୟୋଗର ଗାଡ଼ି ଖରାପ ହେବା ପରେ ସେଇ ବାଟେ ଦେଇଯାଉଥିବା ଏକ କାରରେ ଅଧିକାରୀ ମାନେ ଇଭିଏମ୍ ମେସିନକୁ ରଖିଥିଲେ । ଏହି କାରଟି ଜଣେ ବିଜେପି ପ୍ରାର୍ଥୀଙ୍କର ବୋଲି ପରେ ଜଣାପଡ଼ିଛି ।
ANI ସୂତ୍ର ଅନୁଯାୟୀ, ଇଭିଏମ୍ ନେଇ ଯାଉଥିବା କାର ଉପରେ ଆକ୍ରମଣ କରାଯାଇଥିଲା । ଏହି ମାମଲାରେ କାର ଉପରେ ଆକ୍ରମଣ କରିଥିବା ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି । ଏହି ମାମଲାର ଅଧିକ ତଦନ୍ତ ଚାଲିଛି । ଆକ୍ରମଣରେ ଇଭିଏମ୍ ମେସିନର କୌଣସି କ୍ଷତି ହୋଇନାହିଁ । ଇଭିଏମ୍ ଗୁଡ଼ିକ ପ୍ରଶାସନ ନିକଟରେ ସୁରକ୍ଷିତ ରହିଛି ।












Click it and Unblock the Notifications