Get Updates
Get notified of breaking news, exclusive insights, and must-see stories!

ଆୟକର ବିଭାଗର ବିବୃତ୍ତି, ଷ୍ଟାଲିନଙ୍କ ଝିଅ - ଜ୍ୱାଇଁଙ୍କ ଘରୁ ମିଳିଛି ଟିକସ୍ ଫାଙ୍କିବାର ପ୍ରମାଣ

ଆୟକର ବିଭାଗକୁ ଡିଏମକେ ସହ ସମ୍ପୃକ୍ତ ଲୋକଙ୍କ ନିକଟରୁ ଟିକସ ଫାଙ୍କିବାର ପ୍ରମାଣ ମିଳିଛି । ଆୟକର ବିଭାଗ ଦ୍ୱାରା ସରକାରୀ ସ୍ତରରେ ଏହି ସୂଚନା ପ୍ରଦାନ କରାଯାଇଛି ।

ଚେନ୍ନାଇ : ତାମିଲନାଡୁରେ ବିଧାନସଭା ନିର୍ବାଚନର ଚାରି ଦିନ ପୂର୍ବରୁ ଆୟକର ବିଭାଗ ଚେନ୍ନାଇ, କରୁର ଏବଂ କୋଏମ୍ବାଟୁରରେ ଡିଏମକେ ସଭାପତି ଏମ.କେ ଷ୍ଟାଲିନଙ୍କ ଝିଅ-ଜ୍ୱାଇଁଙ୍କ ଘର ଉପରେ ଆସୟକର ବିଭାଗର ଚଢାଉ ହୋଇଥିଲା । ଏହି କାର୍ଯ୍ୟାନୁଷ୍ଠାନ ସମୟରେ, ଆୟକର ବିଭାଗକୁ ଡିଏମକେ ସହ ସମ୍ପୃକ୍ତ ଲୋକଙ୍କ ନିକଟରୁ ଟିକସ ଫାଙ୍କିବାର ପ୍ରମାଣ ମିଳିଛି । ଆୟକର ବିଭାଗ ଦ୍ୱାରା ସରକାରୀ ସ୍ତରରେ ଏହି ସୂଚନା ପ୍ରଦାନ କରାଯାଇଛି ।

IT-Raid

ତିନୋଟି ସହରର 28 ଟି ସ୍ଥାନରେ ଆୟକର ବିଭାଗ ଦ୍ୱରା କରାଯାଇଥିବା ରେଡ ସମ୍ପର୍କରେ ଆଇଟି ବିଭାଗର ସରକାରୀ ବିବୃତ୍ତି ଅନୁଯାୟୀ, ଚେନ୍ନାଇ, କରୁର ଏବଂ କୋଏମ୍ବାଟୁରର ମୋଟ 28 ଟି ସ୍ଥାନରୁ 'ଟିକସ ଫାଙ୍କିବାର ପ୍ରମାଣ' ମିଳିଛି । ତେବେ ଏହି ସମୟ ମଧ୍ୟରେ କୌଣସି ନଗଦ ଟଙ୍କା ଜବତ କରାଯାଇ ନାହିଁ । ଆୟକର ବିଭାଗର ରେଡ୍ ମଧ୍ୟ ଡିଏମକେ ମୁଖ୍ୟ ଏମ.କେ ଷ୍ଟାଲିନଙ୍କ ଝିଅ ସେନ୍ଥାମାରାଇ ଏବଂ ଜ୍ବାଇଁ ସବାରିସନଙ୍କ ଘରେ କରାଯାଇଥିଲା । ଏତଦ୍ ବ୍ୟତୀତ, ଚଢାଉ ହୋଇଥିବା ଅନ୍ୟ ସ୍ଥାନ ମଧ୍ୟରେ ଡିଷ୍ଟିଲରି, ରିଅଲ୍ ଇଷ୍ଟେଟ୍ ଏବଂ ସୋଲାର ଶକ୍ତି ପରିଚାଳନା କରୁଥିବା ଲୋକଙ୍କ ଘର ସାମିଲ ଅଛି ।

ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ୟାକ୍ସ (ସିବିଡିଟି) ସୂତ୍ରରୁ ପ୍ରକାଶ ଯେ, ଶୁକ୍ରବାର ଦିନ ହୋଇଥିବା ଚଢାଉ ତାମିଲନାଡୁର ନିର୍ବାଚନମଣ୍ଡଳୀରେ ସେନ୍ଥାମରାଇ ଏବଂ ଅନ୍ୟ ମାନଙ୍କ ଉପରେ 'ରାଜନୈତିକ ନଗଦ ବିତରଣ' ଉପରେ ନଜର ରଖିବା ଉଦ୍ଦେଶ୍ୟରେ କରାଯାଇଥିଲା । ସିବିଡିଟି ଅନୁଯାୟୀ, ଚଢାଉ ବେଳେ 'ଟିକସ ଚୋରୀ ସହ ଜଡିତ କିଛି ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି' ଏବଂ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ସେ କହିଛନ୍ତି ଯେ ରାଜ୍ୟର ତିନୋଟି ଭିନ୍ନ ଭିନ୍ନ ଦଳ ଏବଂ ରାଜ୍ୟର କିଛି ବ୍ୟକ୍ତିଙ୍କ ବିରୋଧରେ ଚଢାଉ କରାଯାଇଥିଲା । ତେବେ ଡିଏମକେ ସାଂସଦ ଆରଏସ ଭାରତୀ ଦାବି କରିଛନ୍ତି ଯେ ଆୟକର କର୍ତ୍ତୃପକ୍ଷ ଷ୍ଟାଲିନଙ୍କ ଜ୍ୱାଇଁଙ୍କ ପୁତୁରାଙ୍କ ଘରୁ ମାତ୍ର 1ଲକ୍ଷ 36 ହଜାର ଟଙ୍କା ନେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+