Get Updates
Get notified of breaking news, exclusive insights, and must-see stories!

ପୁଣି ଖୋଲିଲା ନ୍ୟାସନାଲ ହେରାଲ୍ଡ ଫାଇଲ, ସୋନିଆ ଏବଂ ରାହୁଲଙ୍କୁ ଇଡି ସମନ

ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ପୁଣି ନ୍ୟାସନାଲ ହେରାଲ୍ଡ କେସ୍ ଫାଇଲ୍ ଖୋଲିଛି । ଏହା ସହିତ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ଦଳର ସାଂସଦ ରାହୁଲ ଗାନ୍ଧୀଙ୍କପ ସମନ ଜାରି କରିଛି ।

ନୂଆଦିଲ୍ଲୀ : ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ପୁଣି ନ୍ୟାସନାଲ ହେରାଲ୍ଡ କେସ୍ ଫାଇଲ୍ ଖୋଲିଛି । ଏହା ସହିତ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ଦଳର ସାଂସଦ ରାହୁଲ ଗାନ୍ଧୀଙ୍କପ ସମନ ଜାରି କରିଛି । ଜୁନ୍ 8 ରେ ଉଭୟ ନେତାଙ୍କୁ ପଚରାଉଚରା କରାଯିବାର ସମ୍ଭାବନା ରହିଛି ।

sonia - rahul

ଏହି ମାମଲାର ତଦନ୍ତ 2015 ରେ ବନ୍ଦ କରିଦିଆଯାଇଥିଲା । ଏପରି ପରିସ୍ଥିତିରେ, 7 ବର୍ଷ ପରେ ପୁନଃ ଅନୁସନ୍ଧାନ ପାଇଁ ପାଇଲ୍ ଖୋଲିବ ପରେ କଂଗ୍ରେସ ମୋଦୀ ସରକାରଙ୍କ ଉପରେ ଆକ୍ରମଣକାରୀ ହୋଇ ଉଠିଛି । ଏଥି ସହିତ ବିରୋଧୀଙ୍କ ସ୍ୱରକୁ ଦମନ କରିବା ପାଇଁ ଏହାକୁ ଏକ ପଦକ୍ଷେପ ବୋଲି କଂଗ୍ରେସ ଅଭିଯୋଗ କରିଛି ।

ଏହି ପ୍ରସଙ୍ଗରେ କଂଗ୍ରେସ ନେତା ରଣଦୀପ ସୁରଜେୱାଲା କହିଛନ୍ତି ଯେ 1942 ମସିହାରେ ନ୍ୟାସନାଲ ହେରାଲ୍ଡ ଖବରକାଗଜ ଆରମ୍ଭ ହୋଇଥିଲା, ସେତେବେଳେ ବ୍ରିଟିଶମାନେ ଏହାକୁ ଦବାଇବା ପାଇଁ ଚେଷ୍ଟା କରିଥିଲେ । ଆଜି ମୋଦୀ ସରକାର ମଧ୍ୟ ସମାନ କାର୍ଯ୍ୟ କରୁଛନ୍ତି ଏବଂ ଏଥିପାଇଁ ଇଡିର ବ୍ୟବହାର କରାଯାଉଛି । ଆମ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଇଡି ନୋଟିସ ଦେଇଛି । ଆମେ ଏଥିରେ ନଇଁବୁ ନାହିଁ, କିନ୍ତୁ ଆମେ ଲଢିବୁ । ଏହି ପୁରା ଷଡଯନ୍ତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଛନ୍ତି ବୋଲି ସୁରଜେୱାଲା କହିଛନ୍ତି । ଇଡି ତାଙ୍କର ପୋଷା ଏଜେନ୍ସି ହୋଇପଡ଼ିଛି ବୋଲି ସୁରଜେୱାଲା ଅଭିଯୋଗ କରିଛନ୍ତି ।

ଏହି ମାମଲାରେ ଅଭିଷେକ ମନୁ ସିଂଘଭୀ କହିଛନ୍ତି ଯେ ଜୁନ୍ 8 ରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ପଚରାଉଚରା ପାଇଁ ଇଡି ନୋଟିସ୍ ଜାରି କରିଛି । ଏହି ଯାଞ୍ଚରେ କଂଗ୍ରେସ ଅଧ୍ୟକ୍ଷ ନିଶ୍ଚିତ ଭାବେ ସହଯୋଗ କରିବେ । ଯେହେତୁ ରାହୁଲ ବିଦେଶରେ ଅଛନ୍ତି, ଯଦି ସେ ଫେରି ଆସନ୍ତି ତେବେ ସେ ମଧ୍ୟ ଯିବେ, ଅନ୍ୟଥା ସେ ଇଡିକୁ ଅଧିକ ସମୟ ମାଗିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+