Elections 2024: ମେଣ୍ଟରେ ଲାଗିଲା ବିରାମ, ଆଜି ଠୁ ସରଗରମ ହେବ ପ୍ରଚାର ମୈଦାନ

Elections 2024: ଆଉ ଦିନ କେଇଟା ପରେ ରାଜ୍ୟରେ ହେବ ମତଦାନ । ଏ ନେଇ ତାରିଖ ଘୋଷଣା ହୋଇଥିଲେ ମଧ୍ୟ ରାଜନୈତିକ ମହଲରେ ପ୍ରଚାର ମୈଦାନ ଖାଲି ପଡ଼ିଥିଲା । ରାଜ୍ୟରେ ବିଜେପି-ବିଜେଡ଼ି ମେଣ୍ଟ ହେବା ନେଇ ଜୋରଦାର ଚର୍ଚ୍ଚା ମଧ୍ୟରେ ଘାଣ୍ଟି ହୋଇ ଦ୍ୱନ୍ଦରେ ଥିଲେ ଉଭୟ ଦଳର ନେତା ଓ କର୍ମୀ । କିନ୍ତୁ ଗତକାଲି(ଶୁକ୍ରବାର) ମେଣ୍ଟ ନେଇ ଚିତ୍ର ସ୍ପଷ୍ଟ ହେବା ପରେ ଆଜି ଠାରୁ ଜୋରଦାର ହେବ ପ୍ରଚାର ।

Elections 2024

ବିଜେପି-ବିଜେଡ଼ି ମେଣ୍ଟ ଚର୍ଚ୍ଚାରେ ଗତକାଲି ଲାଗିଥିଲା ବିରାମ । ବିଜେପି ରାଜ୍ୟର ସମସ୍ତ 21 ଲୋକସଭା ଓ 147 ବିଧାନସଭା ଆସନରେ ଏକାକୀ ଲଢିବ ବୋଲି ସ୍ପଷ୍ଟ କରିଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଏହା ପରେ ବିଜେଡ଼ି ମଧ୍ୟ ଏକାକୀ ଲଢିବ ବୋଲି ବାର୍ତ୍ତା ଦେଇଛନ୍ତି ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ମେଣ୍ଟ ହେବାକୁ ନେଇ ଦୁଇ ଦଳ ମଧ୍ୟରେ ଆଲୋଚନା ହେଉଥିବା ବୋଲି ଅନେକ ସୂଚନା ରହିଥିଲା । ମେଣ୍ଟ ହେଲେ କାହା ଭାଗରେ କେଉଁ ଆସନ ପଡ଼ିବ, କେଉଁ ଆସନରୁ କେଉଁ ଦଳ କାହାକୁ ପ୍ରାର୍ଥୀ କରିବ ସେ ନେଇ ଦ୍ୱନ୍ଦରେ ଥିବାରୁ ତୃଣମୂଳ ସ୍ତରରେ ନେତା ମାନେ ପ୍ରଚାର ମଧ୍ୟ କରିପାରୁନଥିଲେ । ଏହା ସହ କୌଣସି ଦଳ ପ୍ରାର୍ଥୀ ତାଲିକା ଘୋଷଣା ନ କରିବା ମଧ୍ୟ ପ୍ରଚାର ମୈଦାନ ଖାଲି ପଡ଼ିବାର ଆଉ ଏକ ବଡ଼ କାରଣ ।

କିନ୍ତୁ, ବର୍ତ୍ତମାନ ସମସ୍ତ ଚିତ୍ର ସ୍ପଷ୍ଟ ହେବା ପରେ ରାଜ୍ୟ ରାଜନୀତି ବେଶ୍ ଚଳଚଞ୍ଚଳ ହୋଇଉଠିଛି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତ୍ୟେକ ଦିନ ଦୁଇ - ତିନି ସଂସଦୀୟ କ୍ଷେତ୍ରର ସମୀକ୍ଷା କରିବା ସହ ସ୍ଥାନୀୟ ବିଧାୟକ ଓ ନେତାଙ୍କ ସହ ଆଲୋଚନା କରୁଛନ୍ତି । ଅପରପକ୍ଷରେ ବିଜେପି ମଧ୍ୟ ଏହାର ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରି ଚୂଡ଼ାନ୍ତ କରିବାକୁ କେନ୍ଦ୍ର ନେତୃତ୍ୱଙ୍କ ନିକଟରେ ଦାଖଲ କରିଥିବା ଜଣାପଡ଼ିଛି ।

ଏହା ବାଦ୍ ବିଜେଡ଼ି-ବିଜେପି ମଧ୍ୟରେ ମେଣ୍ଟ ହେଲେ ଫାଇଦା ନେବାକୁ ଆଶା ରଖିଥିବା କଂଗ୍ରେସ ମଧ୍ୟ ଏହାର ରଣନୀତି ପ୍ରସ୍ତୁତ କରିସାରିଛି । ନିକଟରେ କଂଗ୍ରେସ କହିଥିଲା, ଦଳ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରି ରଖିଛି । ବିଜେପି ଓ ବିଜେଡିର ମେଣ୍ଟକୁ ନେଇ ସସପେନ୍ସ ରହିଥିବାରୁ କଂଗ୍ରେସ ମଧ୍ୟ ଜଗି ରହି ମୈଦାନକୁ ଓହ୍ଲାଇବା ଠିକ୍ ହେବ ବୋଲି ବିଚାର କରିଥିଲା । ଏବେ କିନ୍ତୁ ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଥିବାରୁ ତିନି ଦଳ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିପାରନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+