ମେଣ୍ଟ ଚର୍ଚ୍ଚା ଅବସାନ ପରେ ବିଜେପିର ତୃତୀୟ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ, ଆସିପାରେ ପ୍ରାର୍ଥା ତାଲିକା
Elections 2024: ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି-ବିଜେଡ଼ି ମେଣ୍ଟ ଚର୍ଚ୍ଚାର ଅବସାନ ହେବା ପରେ ଆରମ୍ଭ ହୋଇଚି ଟିକେଟ୍ କସରତ । ବିଜେପି ନିଜର ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିବାରେ ଲାଗିପଡ଼ିଛି । ଏଥି ମଧ୍ୟରେ ଦିଲ୍ଲୀ ଯାଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହଲ ସାମଲ ଏବଂ ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତି ।

ଆଜି ସନ୍ଧ୍ୟାରେ ଦିଲ୍ଲୀରେ ବସୁଛି ବିଜେପିର ତୃତୀୟ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ଆଜିର ବୈଠକରେ ଓଡ଼ିଶାର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଉପରେ ଆଲୋଚନା ହୋଇପାରେ । ଏଥିପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତି ମଧ୍ୟ ଦିଲ୍ଲୀ ଯାଇଛନ୍ତି । ଆଜି ଓଡ଼ିଶାର କିଛି ଲୋକସଭା ପ୍ରାର୍ଥୀଙ୍କ ନାଁ ଆଜି ଚୁଡ଼ାନ୍ତ ହୋଇପାରେ ।
ବୈଠକରେ ଓଡ଼ିଶା ସମତେ 9ରୁ ଅଧିକ ରାଜ୍ୟର ପ୍ରାର୍ଥୀଙ୍କ ଉପରେ ଆଲୋଚନା ହେବା ସମ୍ଭାବନା ରହିଛି । ପଞ୍ଜାବ, ମହାରାଷ୍ଟ୍ର, ହରିୟାଣା ପ୍ରାର୍ଥୀଙ୍କ ନାଁ ଆସିପାରେ । ସେହିପରି ଉତ୍ତରପ୍ରଦେଶ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ବିହାରର ପ୍ରାର୍ଥୀଙ୍କ ନାଁ ଉପରେ ମୋହର ବାଜିବା ସମ୍ଭାବନା ରହିଛି । ଆଜି ବସୁଥିବା ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ସାମିଲ ହେବେ । ମେଣ୍ଟ ଚର୍ଚ୍ଚାନେି ସ୍ପଷ୍ଟ ହେବା ପରେ ଓଡ଼ିଶା ପାଇଁ ବିଜେପି ପ୍ରାର୍ଥୀଙ୍କ ନାଁ ଆସିବ ବୋଲି କୁହାଯାଇଛି । କାରଣ ଦୁଇଟି ଯାକ ସିଇସି ବୈଠକ ପରେ ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ଓଡ଼ିଶାର କୌଣସି ପ୍ରାର୍ଥୀଙ୍କ ନାଁ ରହିନଥିଲା ।












Click it and Unblock the Notifications