Election 2024: ମେଣ୍ଟ ନେଇ ସରୁନି ସସପେନ୍ସ, ଖାଲି ପଡ଼ିଛି ପ୍ରଚାର ମୈଦାନ

Election 2024: ଲୋକସଭା ନିର୍ବାଚନ ହେଉ ଅବା ବିଧାନସଭା, ଏପରିକି ପଞ୍ଚାୟତ ଓ ପୌର ନିର୍ବାଚନ ବହୁ ପୂର୍ବରୁ ଗାଁ ଗହଳିରେ ଦେଖିବାକୁ ମିଳେ ମାଳମାଳ ନେତାଙ୍କ ଭିଡ଼ । ବିଭିନ୍ନ ସଭା ସମିତି କରିବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇ ଭୋଟରଙ୍କ ନଜରରେ ରହିବାକୁ ଅନେକ ଝାଳ ବୁହାନ୍ତି ନେତା । କିନ୍ତୁ 2024 ଲୋକସଭା ଓ ବିଧାନସଭା ନିର୍ବାଚନ ମୁଣ୍ଡ ଉପରେ ଥିବା ସହ ତାରିଖ ମଧ୍ୟ ଘୋଷଣା ହୋଇସାରିଛି । ଏଭଳି ସ୍ଥିତି ହାତରେ ଅଛି ଅଳ୍ପ କେଇଟା ଦିନ । ଲୋକଙ୍କ ପାଖକୁ ଯାଇ ସମସ୍ୟା ବୁଝିବା ସହ ମାଳମାଳ ପ୍ରତିଶ୍ରୁତି ଦେବା ନେଇ ନଜର ଆସୁନାହାଁନ୍ତିୁ ନେତା ।

election 2024

ଏହା ପଛର ମୁଖ୍ୟ କାରଣ ରହିଛି ରାଜ୍ୟ ରାଜନୀତିରେ ମେଣ୍ଟ ଚର୍ଚ୍ଚା । ଗତ କିଛି ଦିନ ଧରି ରାଜ୍ୟରେ ବିଜେପି-ବିଜେଡ଼ି ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ଏହା ପରେ ଉଭୟ ଦଳର ନେତା ଓ କର୍ମୀଙ୍କ ମନରେ ପଶିଛି ଛନକା । ଏପରିକି କର୍ମୀମାନେ ମଧ୍ୟ ଦ୍ୱନ୍ଦରେ ପଡ଼ିଛନ୍ତି । ବର୍ଷ ବର୍ଷ ଧରି ଗାଁ ଗହଳିରେ ବୁଲି ନିଜର ସଙ୍ଗଠନ କରିଥିବା ନେତା ଓ କର୍ମୀ ଏବେ ଚିନ୍ତାରେ । ମେଣ୍ଟ ହେଲେ କାହା ଭାଗରେ କେଉଁ ଆସନ ପଡ଼ିବ । ନିଜ ସମର୍ଥକଙ୍କୁ କଣ ଜବାବ ଦେବେ ସେ ନେଇ ଚିନ୍ତାରେ ଉଭୟ ଦଳର ନେତା ଓ କର୍ମୀ ।

ଏପରକି ଆଶାୟୀ ପ୍ରାର୍ଥୀଙ୍କୁ ପ୍ରଚାର ମୈଦାନରେ ମଧ୍ୟ ଦେଖିବାକୁ ମିଳୁନି । ଏହା ବାଦ୍ ରାଜନୈତିକ ଦଳମାନେ ପ୍ରାର୍ଥୀ ତାଲିକା ଘୋଷଣା କରି ନଥିବାରୁ ମଧ୍ୟ କିଏ ଟିକେଟ୍ ପାଇବେ ସେନେଇ ଦ୍ୱନ୍ଦରେ ଅଛନ୍ତି ଆଶାୟୀ ପ୍ରାର୍ଥୀ । ପ୍ରଚାର ମୈଦାନ, ସଭା ସମିତି ଛାଡ଼ି ନିଜ ଟିକେଟ୍ ପକ୍କା କରିବାକୁ ନେତାଏ ରାଜଧାନୀରେ ଡେରା ପକାଉଥିବା ଦେଖିବାକୁ ମିଳୁଛି ।

ତେବେ ଏହି ଗୋଳମାଳିଆରୁ କଂଗ୍ରେସ ଦଳ ଫାଇଦା ଉଠାଇବାକୁ ଜୋର ଲଗାଇଦେଇଛି । ଦକ୍ଷତାସମ୍ପନ୍ନ ପ୍ରାର୍ଥୀ ହେଲେ କଂଗ୍ରେସ ପାଇଁ କେତେକ ସିଟ୍‌ ସୁବିଧାଜନକ ହୋଇପାରିବ ବୋଲି ରାଜନୈତିକ ସମୀକ୍ଷକ ମତବ୍ୟକ୍ତ କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+