ମହାରାଷ୍ଟ୍ରରେ ଯେକୌଣସି ସମୟରେ ହୋଇପାରେ ନିର୍ବାଚନ, ଆମେ ପ୍ରସ୍ତୁତ - ଉଦ୍ଧବ ଠାକରେଙ୍କ ବଡ ବୟାନ

ମୁମ୍ବାଇ : ମହାରାଷ୍ଟ୍ରରେ ପୁଣି ସରଗରମ ରାଜନୈତିକ କରିଡ଼ର । ଶିବସେନାର ଉଦ୍ଧବ ଗୋଷ୍ଠୀ ଏବଂ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏକ ବଡ଼ ବୟାନ ଦେଇଛନ୍ତି । ଏହା ପରେ ସାରା ରାଜ୍ୟର ନଜର ଏହ ଉପରେ ରହିଛି ।
ଉଦ୍ଧବ ଠାକରେ କହିଛନ୍ତି, ରାଜ୍ୟରେ ଯେକୌଣସି ସମୟରେ ନିର୍ବାଚନ ହୋଇପାରେ, ଏଥିପାଇଁ ଆମେ ପ୍ରସ୍ତୁତ । ରବିବାର ଦିନ ଜଲଗାଓଁରେ ଏକ ନିର୍ବାଚନ ସମାବେଶକୁ ସମ୍ବୋଧିତ କରି ଠାକରେ କହିଛନ୍ତି ଯେ ରାଜ୍ୟରେ ଯେକୌଣସି ସମୟରେ ନିର୍ବାଚନ ହୋଇପାରେ ଏବଂ ଆମେ ଏଥିପାଇଁ ପ୍ରସ୍ତୁତ ଅଛୁ ।
ଆପଣଙ୍କୁ କହିରଖୁଛୁ ଯେ ଶିବସେନା ଦଳରେ ବିଭାଜନ ପରେ ଉଦ୍ଧବ ଠାକରେଙ୍କ କ୍ୟାମ୍ପରୁ ଦଳର ନାମ ଏବଂ ନିର୍ବାଚନ ପ୍ରତୀକ ଛଡ଼ାଇ ନିଆଯାଇଛି । ଏହା ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଉଦ୍ଧବ ଠାକରେ କହିଛନ୍ତି ଯେ ଏହି ମାମଲା ସୁପ୍ରିମକୋର୍ଟରେ ଅଛି ଏବଂ ଆମେ ଆଶା କରୁଛୁ ଯେ ଏହି ନିଷ୍ପତ୍ତି ଆମ ସପକ୍ଷରେ ଆସିବ । ଏହା ପରେ ଯେକୌଣସି ସମୟରେ ହୋଇପାରେ ।
ଆପଣଙ୍କୁ କହି ରଖୁଛୁ ଗତକାଲି ଉଦ୍ଧବ ଠାକରେ ଗୋଷ୍ଠୀର ନେତା ସଞ୍ଜୟ ରାଉତ ଆଉ ଏକ ବଡ଼ ଦାବି କରିଥିଲେ । ସେ କହିଥିଲେ ସିନ୍ଦ ସରକାରର ଡେଥ୍ ୱାରେଣ୍ଟ ଜାରି ହୋଇଛି । 15-20 ଦିନ ମଧ୍ୟରେ ସରକାର ଭାଙ୍ଗିଯିବ ।
ସୂଚନାଥାଉକି, ଏକନାଥ ସିନ୍ଦେ ଯେପରି ଭାବରେ ଶିବସେନାରେ ବିଦ୍ରୋହ କରିଥିଲେ ଏବଂ 40 ଜଣ ବିଧାୟକଙ୍କ ସହ ଦଳରୁ ଅଲଗା ହୋଇଥିଲେ, ଏହା ପରେ ଶିବସେନା ଦୁଇ ଭାଗରେ ବିଭକ୍ତ ହୋଇଯାଇଥିଲା । ଏକନାଥ ସିନ୍ଦେ ବିଜେପି ଶାସିତ ରାଜ୍ୟ ଆସାମରେ ଏକ ହୋଟେଲରେ କିଛି ଦିନ କ୍ୟାମ୍ପ କରିବା ପରେ ବିଜେପି ସହ ହାତ ମିଳାଇ ମହାବିକାଶ ଅଘାଡ଼ି ସରକାର ଭାଙ୍ଗିଥିଲେ ଏବଂ ନୂଆ ସରକାର ଗଠନ କରିଥିଲେ । ଏହା ପରେ ଏକନାଥ ସିନ୍ଦେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ ।
ଭାରତୀୟ ଜନତା ପାର୍ଟିକୁ ଚ୍ୟାଲେଞ୍ଜ କରି ଉଦ୍ଧବ ଠାକରେ କହିଛନ୍ତି ଯେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଆସନ୍ତା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ବିଜେପି ଘୋଷଣା କରିବା ଉଚିତ । ସିନ୍ଦେ କ୍ୟାମ୍ପ ଉପରେ ଆକ୍ରମଣ କରି ଠାକରେ କହିଛନ୍ତି ଯେ ଆପଣଙ୍କର ନିଜର କୌଣସି ଆଦର୍ଶ ନାହିଁ କିମ୍ବା ଆପଣଙ୍କର କୌଣସି ନେତା ନାହାଁନ୍ତି । ଏହି କାରଣରୁ ଆପଣ ଅନ୍ୟର ଆଦର୍ଶ ଚୋରି କରନ୍ତି, ଅନ୍ୟର ପିତା ଏବଂ ମାତାଙ୍କ ନାମରେ ନିର୍ବାଚନ ପ୍ରତିଯୋଗିତା କରନ୍ତି ।












Click it and Unblock the Notifications