Get Updates
Get notified of breaking news, exclusive insights, and must-see stories!

ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ ଆୟୋଗ

ଚଳିତ ବର୍ଷ ହେବାକୁ ଥିବା ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ହୋଇପାରେ ତାରିଖ ଘୋଷଣା । ନିର୍ବାଚନ ଆୟୋଗ ଆଜି ମଧ୍ୟାହ୍ନ 12 ଟାରେ ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦେଇପାରନ୍ତି ।

ନୂଆଦିଲ୍ଲୀ : ଚଳିତ ବର୍ଷ ହେବାକୁ ଥିବା ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ହୋଇପାରେ ତାରିଖ ଘୋଷଣା । ନିର୍ବାଚନ ଆୟୋଗ ଆଜି ମଧ୍ୟାହ୍ନ 12 ଟାରେ ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦେଇପାରନ୍ତି ।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଭୋଟ୍ ହୋଇପାରେ । ଡିସେମ୍ବର 2 ତାରିଖରେ ପ୍ରଥମ ପର୍ଯ୍ୟାୟ ଏବଂ 5 କିମ୍ବା 6 ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବା ସମ୍ଭାବନା ରହିଛି । ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ଡିସେମ୍ବର ୮ ତାରିଖରେ ପ୍ରକାଶ ପାଇବାକୁ ସ୍ଥିର ହୋଇଥିବା ବେଳେ ଉକ୍ତ ଦିନ ଗୁଜରାଟର ମଧ୍ୟ ଭୋଟ ଗଣତି ହୋଇପାରେ ।

gujarat election

ମୋର୍ବି ସେତୁ ଦୁର୍ଘଟଣା ଯୋଗୁଁ ଆକ୍ରୋଶର ଶିକାର ହୋଇଥିବା ବିଜେପି ବିଧାନସଭା ନିର୍ବାଚନକୁ ସମ୍ମୁଖୀନ କରିବ । ଦଳ ପାଇଁ ଏହି ଦୁର୍ଘଟଣା ସାମାନ୍ୟ ସମସ୍ୟା ସୃଷ୍ଟି କରିପାରେ । ରାଜ୍ୟରେ କଂଗ୍ରେସ କ୍ରମଶଃ ଅଧିକ ଦୁର୍ବଳ ହେଉଥିବା ବେଳେ ଆମ୍ ଆଦମୀ ପାର୍ଟି ଗୁଜରାଟ ରାଜନୀତିରେ ଏହାର ସକ୍ରିୟତା ବୃଦ୍ଧି କରିଛି । ରାଜ୍ୟରେ ଦୀର୍ଘ ଦୁଇ ଦଶନ୍ଧି ଧରି ଏକ ପାଖିଆ ଭାବରେ ପତିଆରା ବୃଦ୍ଧି କରି ଆସୁଥିବା ଭାରତୀୟ ଜନତା ପାର୍ଟି ଚଳିତ ନିର୍ବାଚନରେ ପ୍ରଥମ ଥର ଲାଗି କିଛିଟା ପ୍ରତିଦ୍ୱନ୍ଦିତାର ସମ୍ମୁଖୀନ ହେବାକୁ ଯାଉଛି ।

ଗତ ମାସରେ, ଅକ୍ଟୋବର 14 ରେ, ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ନେଇ ନିର୍ବାଚନ କମିଶନ ତାରିଖ ଘୋଷଣା କରିଥିଲା । ନଭେମ୍ବର 12 ରେ ଗୋଟିଏ ପର୍ଯ୍ୟାୟରେ ହିମାଚଳରେ ମତଦାନ ହେବ ଏବଂ ଡିସେମ୍ବର 8 ରେ ଭୋଟ୍ ଗଣନା କରାଯିବ ।

1998 ପରଠାରୁ ଏହା ତୃତୀୟ ଥର ପାଇଁ ଗୁଜୁରାଟ ବିଧାନସଭା ନିର୍ବାଚନର ଘୋଷଣା ହିମାଚଳ ପ୍ରଦେଶରୁ ଅଲଗା ହୋଇଛି । 1998, 2007 ଏବଂ 2012 ରେ ଗୁଜୁରାଟ ଏବଂ ହିମାଚଳ ପ୍ରଦେଶରେ ଏକକାଳୀନ ମତଦାନ କରାଯାଇଥିଲା, କିନ୍ତୁ ଗୋଦ୍ରା ଦଙ୍ଗା ପରେ ଗୁଜୁରାଟ ବିଧାନସଭା ନିର୍ବାଚନ 2002-03 ରେ ପୃଥକ ଭାବରେ କରାଯାଇଥିଲା ।

182 ସଦସ୍ୟ ବିଶିଷ୍ଟ ରାଜ୍ୟ ଗୁଜୁରାଟ ବିଧାନସଭାର କାର୍ଯ୍ୟକାଳ 18 ଫେବୃଆରୀ 2023 ରେ ଶେଷ ହେବ । ଯଦି ଆଜି ଗୁଜୁରାଟର ମତଦାନ ତାରିଖ ଘୋଷଣା କରାଯାଏ, ତେବେ ନିର୍ବାଚନ ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+