ପଶ୍ଚିମବଙ୍ଗରୁ ମଦ, ଡ୍ରଗ୍ସ ସହ 249 କୋଟି ଟଙ୍କା ଜବତ କରିଛି ନିର୍ବାଚନ କମିଶନ
ଏଥିରୁ 37 କୋଟି 72 ଲକ୍ଷ ଟଙ୍କା ନଗଦ ଟଙ୍କା, 114 କୋଟି 44 ଲକ୍ଷ ଟଙ୍କାମୂଲ୍ୟର ଡ୍ରଗ୍ସ, ଏବଂ 9 କୋଟି 50 ଲକ୍ଷ ଟଙ୍କା ମୂଲ୍ୟର ମଦ ଜବତ ହୋଇଛି ।
କୋଲକାତା : ପଶ୍ଚିମବଙ୍ଗରେ ଜାରି ରହିଛି ବିଧାନସଭା ନିର୍ବାଚନ ପ୍ରକ୍ରିୟା । ଗତ 27 ମାର୍ଚ୍ଚରେ 30 ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇସାରିଛି । ଆସନ୍ତା ଅପ୍ରେଲ 1 ତାରିଖରେ ଆଉ 30ଟି ବିଧାନସଭା ଆସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଏହି ସମୟ ମଧ୍ୟରେ ନିର୍ବାଚନ କମିଶନ କଡ଼ାକଡ଼ି ଭାବେ ସର୍ଚ୍ଚ ଅପରେସନ କରିବା ସହ ନିର୍ବାଚନ ଉପରେ ନଜର ରଖିଛି । ସମ୍ବେଦନଶୀଳ ସ୍ଥାନ ଉପରେ ଚଢାଉ କରିବା ସହ ଆଇ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିଛି । ଏପର୍ଯ୍ୟନ୍ତ ନିର୍ବାଚନ କମିଶନ 249 କୋଟି ଟଙ୍କା ମୂଲ୍ୟର ନଗଦ କ୍ୟାସ ସହ ମଦ, ଡ୍ରଗ୍ସ, ବ୍ୟତୀତ ଅନ୍ୟ କିଛି ସାମଗ୍ରୀ ଜବତ କରିଛି ।

ପଶ୍ଚିମବଙ୍ଗର ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଞ୍ଜୟ ବସୁ ଖବର ସରବରାହ ସଂସ୍ଥା ଏଏନ୍ଆଇକୁ ସୂଚନା ଦେଇ କହିଛନ୍ତି, ଏପର୍ଯ୍ୟନ୍ତ 248 କୋଟି 90 ଲକ୍ଷ ଟଙ୍କା ଜବତ କରାଯାଇଛି । ଏଥିରୁ 37 କୋଟି 72 ଲକ୍ଷ ଟଙ୍କା ନଗଦ ଟଙ୍କା, 114 କୋଟି 44 ଲକ୍ଷ ଟଙ୍କାମୂଲ୍ୟର ଡ୍ରଗ୍ସ, ଏବଂ 9 କୋଟି 50 ଲକ୍ଷ ଟଙ୍କା ମୂଲ୍ୟର ମଦ ଜବତ ହୋଇଛି ।
ନିର୍ବାଚନ କମିଶନ ନିକଟରେ ବିଜେପି ବିପକ୍ଷରେ ଅଭିଯୋଗ ଆଣିଲା ଟିଏମସି
ସୋମବାର (ମାର୍ଚ୍ଚ 29) ରେ ନିର୍ବାଚନ କମିଶନ ନିକଟରେ ବିଜପି ବିପକ୍ଷରେ ଅଭିଯୋଗ କରିଛି । ଅପ୍ରେଲ 1 ତାରିଖରେ 30ଟି ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ପଶ୍ଚିମବଙ୍ଗ ରାଜନୀତିର ବର୍ତ୍ତମାନର ସରଗରମ ନିର୍ବାଚନ ମଣ୍ଡଳୀ ନନ୍ଦିଗ୍ରାମରେ ମଧ୍ୟ ଭୋଟ୍ ଗ୍ରହଣ ହେବ । ତୃଣମୂଳ କଂଗ୍ରେସ ନିଜର ଅଭିଯୋଗରେ କହିଛି, ନନ୍ଦିଗ୍ରାମ ଆସନରୁ ବିଜେପି ପକ୍ଷରୁ ପ୍ରତିଦ୍ୱନ୍ଦିତା କରୁଥିବା ଶୁଭେନ୍ଦୁ ଅଧିକାରୀ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ହିଂସା ଭିଆଇବା ପାଇଁ ଗୁଣ୍ଡାମାନଙ୍କୁ ପ୍ରଶ୍ରୟ ଦେଉଛନ୍ତି । ପଶ୍ଚିମବଙ୍ଗର ଭିନ୍ନ ଭିନ୍ନ ହୋଟେଲ ଏବଂ ଗେଷ୍ଟହାଉସରେ ଶୁଭେନ୍ଦୁ ଅପରାଧୀମାନଙ୍କୁ ରଖାଇଛନ୍ତି ବୋଲି ଟିଏମସି ଅଭିଯୋଗ କରିଛି । ତୃଣମୂଳ କଂଗ୍ରେସର ନେତା ଡେରେକ ଓ ବ୍ରାଏନ୍ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଏନେଇ ଚିଠି ଲେଖିବା ସହ ପୋଲିସକୁ ସୂଚିତ କରିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ବୋଲି ଲେଖିଛନ୍ତି ।












Click it and Unblock the Notifications