ଦିଲୀପ ଘୋଷଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ମମତା ସରକାରଙ୍କଠାରୁ ରିପୋର୍ଟ ମାଗିଲେ ନିର୍ବାଚନ ଆୟୋଗ
ନିର୍ବାଚନ ଆୟୋଗ ମମତା ବାନାର୍ଜୀଙ୍କ ସରକାରଙ୍କଠାରୁ ରିପୋର୍ଟ ମାଗିଛନ୍ତି । ଆଜି ଭବାନୀପୁରରେ ହୋଇଥିବା ଉତ୍ତେଜନା ସଂପର୍କରେ ନିର୍ବାଚନ ଆୟୋଗ ରାଜ୍ୟ ସରକାରଙ୍କଠାରୁ ରିପୋର୍ଟ ମାଗିଛନ୍ତି
କୋଲକାତା : ପଶ୍ଚିମବଙ୍ଗର ଭବାନୀପୁର ଠାରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ ଥିଲା । ପ୍ରଚାରର ଶେଷ ଦିନରେ ଭବାନୀପୁରରେ ବିଜେପି ଓ ଟିଏମସି କର୍ମୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା । ଏହି ସମୟରେ ବିଜେପି ରାଷ୍ଟ୍ରୀୟ ଉପରାଷ୍ଟ୍ରପତି ଦିଲୀପ ଘୋଷଙ୍କୁ ଟିଏମସି କର୍ମୀମାନେ ଘେରି ରହିଥିଲେ । ପରିସ୍ଥିତି ଏପରି ହୋଇଯାଇଥିଲା ଯେ ଦିଲୀପ ଘୋଷଙ୍କ ସୁରକ୍ଷା କର୍ମୀ ପିସ୍ତଲ ବାହାର କରିଥିଲେ । ଏହି ସମଗ୍ର ପ୍ରସଙ୍ଗରେ ନିର୍ବାଚନ ଆୟୋଗ ମମତା ବାନାର୍ଜୀଙ୍କ ସରକାରଙ୍କଠାରୁ ରିପୋର୍ଟ ମାଗିଛନ୍ତି । ଆଜି ଭବାନୀପୁରରେ ହୋଇଥିବା ଉତ୍ତେଜନା ସଂପର୍କରେ ନିର୍ବାଚନ ଆୟୋଗ ରାଜ୍ୟ ସରକାରଙ୍କଠାରୁ ରିପୋର୍ଟ ମାଗିଛନ୍ତି । ନିର୍ବାଚନ ଆୟୋଗ ରାଜ୍ୟ ସରକାରଙ୍କୁ ଅପରାହ୍ନ 4 ଟା ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କହିଛନ୍ତି ।

ବିଜେପି ଏବଂ ଟିଏମସି କର୍ମୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ପଶ୍ଚିମବଙ୍ଗ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ଏଠାରେ ପରିସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଳ ତଥାପି ନିର୍ବାଚନ ଆୟୋଗ କିଛି କରୁନାହାଁନ୍ତି । ନିର୍ବାଚନ ଆୟୋଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ । ଏଠାରେ ଗଣତାନ୍ତ୍ରିକ ନିର୍ବାଚନ ପାଇଁ କୌଣସି ପରିବେଶ ନାହିଁ ।
ନିଜ କର୍ମୀଙ୍କ ସହ ପ୍ରଚାର ଅଭିଯାନ କରିବା ପାଇଁ ଦିଲୀପ ଘୋଷ ଭବାନୀପୁରର ଯଦୁବାବୁ ବଜାରରେ ପହଞ୍ଚିଥିଲେ । ଏହି ସମୟରେ ଟିଏମସି ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ଆକ୍ରମଣରେ ବିଜେପିର ଯୁବ ମୋର୍ଚ୍ଚାର କୋଲକାତା ସଭାପତି ମୁକୁନ୍ଦ ଝା ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
1.1 How safe is the life of the common man in this state when public representative is being attacked in Bhabanipur, the home turf of Madam Chief Minister ? pic.twitter.com/bgU2DLqEiu
— Dilip Ghosh (@DilipGhoshBJP) September 27, 2021
ଦିଲୀପ ଘୋଷ ମଧ୍ୟ ନିଜ ଉପରେ ହୋଇଥିବା ଆକ୍ରମଣର ଭିଡିଓ ସେୟାର କରି ଲେଖିଛନ୍ତି, 'ଯେତେବେଳେ ତାଙ୍କ ପ୍ରତିନିଧୀଙ୍କୁ ଏଠାରେ ଆକ୍ରମଣ କରାଯାଉଛି ସେତେବେଳେ ରାଜ୍ୟରେ ଜଣେ ସାଧାରଣ ଲୋକଙ୍କ ଜୀବନ କିପରି ସୁରକ୍ଷିତ ହୋଇପାରିବ ? ଏହା ହେଉଛି ମ୍ୟାଡାମ୍ ମୁଖ୍ୟମନ୍ତ୍ରୀଙ୍କ ଗଡ଼ ।'












Click it and Unblock the Notifications