ପତ୍ନୀ ହେଲେ ଟିଏମସି ପ୍ରାର୍ଥୀ, ପୋଲିସ୍ ଅଧିକ୍ଷକ ପଦରୁ ସ୍ୱାମୀଙ୍କୁ ହଟାଇଲା ନିର୍ବାଚନ ଆୟୋଗ

ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ହାଓ୍ୱଡ଼ା(ଗ୍ରାମୀଣ) ପୋଲିସ୍ ଅଧୀକ୍ଷକ ସୌମ୍ୟ ରାୟଙ୍କୁ ତାଙ୍କ ପଦବୀରୁ ହଟାଇ ଦିଆଯାଇଛି । ତାଙ୍କ ପତ୍ନୀଙ୍କୁ ଆସନ୍ତା ନିର୍ବାଚନରେ ତୃଣମୂଳ କଂଗ୍ରେସ ପକ୍ଷରୁ ଟିକେଟ୍ ମିଳିଥିବାରୁ ତାଙ୍କ ସ୍ୱାମୀଙ୍କୁ ପଦବୀରୁ ହଟାଇ ଦିଆଯାଇଛି ।

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରାଯାଇଛି । ଏଥିମଧ୍ୟରେ ସୋମବାର ଦିନ ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ହାଓ୍ୱଡ଼ା(ଗ୍ରାମୀଣ) ପୋଲିସ୍ ଅଧୀକ୍ଷକ ସୌମ୍ୟ ରାୟଙ୍କୁ ତାଙ୍କ ପଦବୀରୁ ହଟାଇ ଦିଆଯାଇଛି । ତାଙ୍କ ପତ୍ନୀଙ୍କୁ ଆସନ୍ତା ନିର୍ବାଚନରେ ତୃଣମୂଳ କଂଗ୍ରେସ ପକ୍ଷରୁ ଟିକେଟ୍ ମିଳିଥିବାରୁ ତାଙ୍କ ସ୍ୱାମୀଙ୍କୁ ପଦବୀରୁ ହଟାଇ ଦିଆଯାଇଛି ।

EC

ଆପଣଙ୍କୁ କହିରଖୁଛୁ, ତୃଣମୂଳ କଂଗ୍ରେସ ଦକ୍ଷିଣ 24 ପରଗନା ଜିଲ୍ଲାର ସୋନାପୁର ଦକ୍ଷିଣ ଆସନରୁ ରାୟଙ୍କ ପତ୍ନୀ ଲଭଲି ମିତ୍ରଙ୍କୁ ଟିକେଟ୍ ଦେଇଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବିବୃତ୍ତି ଅନୁଯାୟୀ, ନିର୍ବାଚନ ଆୟୋଗର ନିୟମ ଅନୁଯାୟୀ, କୌଣସି ପ୍ରାର୍ଥୀଙ୍କ ପରିବାରର କୌଣସି ସଦସ୍ୟ ନିର୍ବାଚନ ସମ୍ବନ୍ଧୀୟ ପ୍ରକ୍ରିୟାରେ ଜଡିତ ହେବା ଉଚିତ୍ ନୁହେଁ । ଏହି ନିୟମ ଅନୁଯାୟୀ, ତାଙ୍କ ପତ୍ନୀ ମିତ୍ର ରାୟ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବାରୁ ନିର୍ବାଚନ ଆୟୋଗ ସୋମ୍ୟ ରାୟଙ୍କୁ ଏହି ପଦରୁ ହଟାଇ ଦେଇଛନ୍ତି ।

ଏ ନେଇ ବିରୋଧୀ ଦଳ ବଙ୍ଗଳାରେ ପ୍ରଶ୍ନ ଉଠାଇବା ପରେ ନିର୍ବାଚନ ଆୟୋଗ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଟିଏମସି ଦକ୍ଷିଣ 24 ପରଗନା ଜିଲ୍ଲାର ସୋନାପୁର ଦକ୍ଷିଣ ଆସନରୁ ଲଭଲି ମିତ୍ରଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କ ପତି କିପରି ହାଓ୍ୱଡ଼ା(ଗ୍ରାମୀଣ) ପୋଲିସ୍ ଅଧୀକ୍ଷକ ରହିପାରିବେ ବୋଲି ବିରୋଧୀ ଦଳ ମାନେ ପ୍ରଶ୍ନ କରିଥିଲେ। ଏହା ନିୟମ ବିରୁଦ୍ଧରେ ବୋଲି କହିଥିଲେ ବିପକ୍ଷ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+