'ନିର୍ବାଚନ କମିଶନ କାର୍ଯ୍ୟରେ ଅମିତ ଶାହାଙ୍କ ହସ୍ତକ୍ଷେପ', ମମତାଙ୍କ ଅଭିଯୋଗକୁ କମିଶନର କଡ଼ା ଜବାବ

ଆୟୋଗ ଏହାର ଚିଠିରେ କହିଛନ୍ତି ଯେ ଏହି ପରି କୌଣସି ରାଜନୈତିକ ଦଳ ସହ ନିର୍ବାଚନ ଆୟୋଗକୁ କାଠଗଡ଼ାରେ ଛିଆ କରିବା ଠିକ୍ ନୁହେଁ ।

କୋଲକାତା : ପଶ୍ଚିମବଙ୍ଗରେ ରାଜନୈତିକ ଅସ୍ଥିରତା ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଥିଲେ ଯେ, ଗୃହମନ୍ତ୍ରୀ ଅମିତ ଶାହା ବିଧାନସଭା ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ନିର୍ବାଚନ ଆୟୋଗର କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି । ବର୍ତ୍ତମାନ ମମତା ବାନାର୍ଜୀଙ୍କ ଏହି ଅଭିଯୋଗ ଉପରେ ନିର୍ବାଚନ କମିଶନ ଟିଏମସି ମୁଖ୍ୟଙ୍କୁ ଚିଠି ଲେଖି କଡ଼ା ଜବାବ ଦେଇଛନ୍ତି । ଆୟୋଗ ଏହାର ଚିଠିରେ କହିଛନ୍ତି ଯେ ଏହି ପରି କୌଣସି ରାଜନୈତିକ ଦଳ ସହ ନିର୍ବାଚନ ଆୟୋଗକୁ କାଠଗଡ଼ାରେ ଛିଆ କରିବା ଠିକ୍ ନୁହେଁ । ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗର ବଙ୍କୁରା ଠାରେ ଆୟୋଜିତ ରାଲିରେ ଅମିତ ଶାହାଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଥିଲେ ।

Mamata-Banerjee-EC

ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରାଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲେଖିଥିବା ଏକ ଚିଠିରେ ସେ କହିଛନ୍ତି, 'ନିକଟରେ ଦିଲ୍ଲୀ ଏବଂ କୋଲକାତାରେ ଟିଏମସି ପ୍ରତିନିଧିଙ୍କୁ ଭେଟିବା ପରେ ମଧ୍ୟ ଯଦି ମୁଖ୍ୟମନ୍ତ୍ରୀ କହିବେ ନିର୍ବାଚନ ଆୟୋଗ ସମସ୍ତ ରାଜନୈତକ ଦଳଙ୍କୁ ଭେଟିବା ଉଚିତ୍, ତେବେ ଏହା ଅନୁଷ୍ଠାନ ଭାବରେ ଆୟୋଗର ଗୁରୁତ୍ୱକୁ ହ୍ରାସ କରିବାକୁ ଏକ ପ୍ରୟାସ ବୋଲି କୁହାଯିବ । ନିର୍ବାଚନ ଆୟୋଗ ନିଜର ଆଭିମୁଖ୍ୟରେ ଦୃଢ ଏବଂ ଏହି ପରି କୌଣସି ରାଜନୈତିକ ଦଳ ସହ ଆମକୁ ଯୋଡ଼ିବା ଉତିତ୍ ନୁହେଁ ।'

'ଟିଏମସି ନେତାଙ୍କୁ ହଇରାଣ କରିବାକୁ ଷଡଯନ୍ତ୍ର କରୁଛନ୍ତି ଅମିତ ଶାହା'

ନିର୍ବାଚନ ଆୟୋଗ ତାଙ୍କ ଚିଠିରେ ଆହୁରି ମଧ୍ୟ ଲେଖିଛନ୍ତି, ଯଦି ମୁଖ୍ୟମନ୍ତ୍ରୀ ଏହି କଥାକୁ ଦୋହରାଇବାକୁ ଚାହାଁନ୍ତି, ତେବେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଜାଣିରଖନ୍ତୁ, ମଙ୍ଗଳବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅନେକ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ମମତା ବାନାର୍ଜୀ କହିଛନ୍ତି ଯେ ବିଧାନସଭା ନିର୍ବାଚନ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ଟିଏମସି ନେତାମାନଙ୍କୁ ହଇରାଣ କରିବାକୁ ଯୋଜନା କରୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ମଧ୍ୟ ଜାଣିବାକୁ ଚାହୁଁଛି କି ପଶ୍ଚିମବଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହାଙ୍କଠାରୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ନେଉଛନ୍ତି କି ?

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+