ରାଜ୍ୟସଭା ଆସନ ପାଇଁ ଅଗଷ୍ଟ 9 ରେ ହେବ ଉପ-ନିର୍ବାଚନ
ନିର୍ବାଚନ ଆୟୋଗର ସରକାରୀ ବିଜ୍ଞପ୍ତି ଅନୁଯାୟୀ ଅଗଷ୍ଟ 9 ରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଫଳାଫଳ ଅପରାହ୍ନ 5 ଟା ସୁଦ୍ଧା ଶେଷ ହେବ । ଅଗଷ୍ଟ 10 ପୂର୍ବରୁ ବଙ୍ଗଳାର ଏହି ଆସନରେ ପ୍ରାର୍ଥୀ ନିର୍ବାଚିତ ହେବା ଆବଶ୍ୟକ ।
କୋଲକାତା : ପଶ୍ଚିମବଙ୍ଗରେ ଖାଲି ପଡ଼ିଥିବା ଦୁଇଟି ରାଜ୍ୟସଭା ଆସନ ମଧ୍ୟରୁ ଗୋଟିଏରେ ଉପ-ନିର୍ବାଚନ କରିବାକୁ ନିର୍ବାଚନ କମିଶନ ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ, ଅଗଷ୍ଟ 9 ରେ ଗୋଟିଏ ଆସନ ପାଇଁ ଉପ-ନିର୍ବାଚନ ହେବ । ଆପଣଙ୍କୁ କହିରଖୁଛୁ ଯେ ତୃଣମୂଳ କଂଗ୍ରେସର ପୂର୍ବତନ ରାଜ୍ୟସଭା ସାଂସଦ ଦୀନେଶ ତ୍ରିବେଦୀଙ୍କ ଇସ୍ତଫା ପରେ ବଙ୍ଗଳାର ଏକ ଆସନ ଖାଲି ଥିଲା । ବିଧାନସଭା ନିର୍ବାଚନ ପୂର୍ବରୁ ସେ ଟିଏମସି ଛାଡି ଫେବୃଆରୀରେ ବିଜେପିରେ ଯୋଗ ଦେଇଥିଲେ । ସେବେଠାରୁ ଏହି ସିଟ୍ ଖାଲି ପଡିଥିଲା ।

ନିର୍ବାଚନ ଆୟୋଗର ସରକାରୀ ବିଜ୍ଞପ୍ତି ଅନୁଯାୟୀ ଅଗଷ୍ଟ 9 ରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଫଳାଫଳ ଅପରାହ୍ନ 5 ଟା ସୁଦ୍ଧା ଶେଷ ହେବ । ଅଗଷ୍ଟ 10 ପୂର୍ବରୁ ବଙ୍ଗଳାର ଏହି ଆସନରେ ପ୍ରାର୍ଥୀ ନିର୍ବାଚିତ ହେବା ଆବଶ୍ୟକ । ନିର୍ବାଚନ ଆୟୋଗର ଘୋଷଣା ଅନୁଯାୟୀ ପ୍ରାର୍ଥୀମାନେ ଜୁଲାଇ 29 ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରିପାରିବେ ଏବଂ ଅଗଷ୍ଟ 2 ତାରିଖ ସୁଦ୍ଦା ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି ।
ବିଧାନସଭା ଆସନରେ ମଧ୍ୟ ଉପ-ନିର୍ବାଚନ ଅନୁଷ୍ଠିତ ହେବ
ଆପଣଙ୍କୁ କହିରଖୁଛୁ ଯେ ପଶ୍ଚିମବଙ୍ଗରେ ରାଜ୍ୟସଭାକୁ ଉପ-ନିର୍ବାଚନ ଦୁଇଟି ଆସନରେ ଅନୁଷ୍ଠିତ ହେବ । ଟିଏମସି ସାଂସଦ ମାନସ ଭୁୟାଁଙ୍କ ଇସ୍ତଫା ପରେ ମଧ୍ୟ ଗୋଟିଏ ଆସନ ଖାଲି ଥିଲା, କିନ୍ତୁ ଏପର୍ଯ୍ୟନ୍ତ ନିର୍ବାଚନ ପାଇଁ ଘୋଷଣା କରାଯାଇ ନାହିଁ । ମାନସ ଭୁୟାଁ ଇସ୍ତଫା ଦେଇ ଟିଏମସିର ବିଧାୟକ ହୋଇଥିଲେ । ଏହା ବ୍ୟତୀତ ପଶ୍ଚିମବଙ୍ଗର ଖରଦା, ଶାନ୍ତିପୁର, ଭବାନୀପୁର, ଦିନହାଟା, ଶମଶେରଗଞ୍ଜ, ଜାଙ୍ଗିପୁର ଏବଂ ଗୋସାବା ବିଧାନସଭା ଆସନରେ ମଧ୍ୟ ଉପ-ନିର୍ବାଚନ ଅନୁଷ୍ଠିତ ହେବ । ଏହା ବ୍ୟତୀତ ନନ୍ଦିଗ୍ରାମରେ ପରାସ୍ତ ହେବା ପରେ ମମତା ବାନାର୍ଜୀ ବର୍ତ୍ତମାନ ଭବାନୀପୁରରୁ ଉପ-ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ହେଉଛନ୍ତି । ନିକଟରେ ମମତା ବାନାର୍ଜୀଙ୍କ ସମେତ ଏକ ପ୍ରତିନିଧି ଦଳ ନିର୍ବାଚନ ଆୟୋଗଙ୍କୁ ଭେଟି ନିର୍ବାଚନ ଆୟୋଜନ କରିବାକୁ ଦାବି କରିଥିଲେ ।












Click it and Unblock the Notifications