Get Updates
Get notified of breaking news, exclusive insights, and must-see stories!

Elections 2024: ଟାର୍ଗେଟ୍ ରେ ଯୁବପିଢୀ, ବଢୁଛି ସୋସିଆଲ ମିଡ଼ିଆର ଗୁରୁତ୍ୱ, 17 ଦିନରେ 100 କୋଟିର ବିଜ୍ଞାପନ

Elections 2024: ଦେଶର 2024 ଲୋକସଭା ନିର୍ବାଚନ ଓ ଅନ୍ୟ କେତେକ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ଏହା ପୂର୍ବରୁ ନିର୍ବାଚନକୁ ଆଖି ଆଗରେ ରଖି ରାଜନୈତିକ ଦଳମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପନ୍ଥା ଆପଣାଉଛନ୍ତି । ବିଶେଷ କରି ଯୁବ ଭୋଟରଙ୍କ ଉପରେ ରହିଛି ଦଳମାନଙ୍କର ନଜର ।

Election- Social media

ଭୋଟର ତାଲିକା ଅନୁସାରେ ଚଳିତ ବର୍ଷ ନିର୍ବାଚନ ପାଇଁ ଦେଶରେ 1 କୋଟି 82 ଲକ୍ଷ ନୂଆ ଭୋଟର ଯୋଡ଼ି ହୋଇଛନ୍ତି । କେବଳ ଓଡ଼ିଶାରେ ଚଳିତ ବର୍ଷ ଯୋଡ଼ି ହୋଇଛନ୍ତି ପ୍ରାୟ 8 ଲକ୍ଷ ନୂଆ ଭୋଟର । ଏମାନଙ୍କ ବୟସ 18-19 ବର୍ଷ । ବିଶେଷ କରି ଏମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ରାଜନୈତିକ ଦଳ ଫୋକସ୍ କରୁଛନ୍ତି ।

ଯୁବ ଭୋଟରଙ୍କ ଆବଶ୍ୟକତା, ଶିକ୍ଷା, ନିଯୁକ୍ତି, ରୋଜଗାର ଉପରେ ତଥ୍ୟ ନେଇ ରଣନୀତି ପ୍ରସ୍ତୁତ କରୁଛନ୍ତି ରାଜନୈତିକ ଦଳ । ସବୁଠାରୁ ବଡ଼ କଥା ହେଲା, ଯୁବ ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରିବାରକୁ ସୋସିଆଲ ମିଡ଼ିଆକୁ ବଡ଼ ଅସ୍ତ୍ର କରୁଛନ୍ତି ରାଜନୈତିକ ଦଳ । ଯୁବପିଢୀ ସୋସିଆଲ ମିଡ଼ିଆରେ ବେଶ୍ ସକ୍ରିୟ ରହୁଥିବାରୁ ଏହା ଗଳ ମାନଙ୍କ ପାଇଁ ଏକ ଭଲ ପ୍ଲାଟଫର୍ମ ପାଲଟିଛି ।

ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ୍ ଓ ଗୁଗୁଲ ବିଜ୍ଞାପନ ମାଧ୍ୟମରେ ଯୁବପିଢୀଙ୍କ ନିକଟରେ ସହଜରେ ପହଞ୍ଚି ପାରୁଛନ୍ତି ନେତା । ଏଥିଲାଗି ଲୋକପ୍ରିୟ ୟୁଟ୍ୟୁବର ଓ ବ୍ଳଗରଙ୍କୁ ଉପଯୋଗ କରୁଛନ୍ତି ରାଜନୈତିକ ଦଳ । ଇନଫ୍ଲୁଏନ୍ସରଙ୍କ ଦ୍ୱାରା ରିଲ୍ସ, ମିମ୍ସ କରିବା ସହ ଲୋକପ୍ରିୟ ୟୁଟ୍ୟୁବର ମାନେ ନେତାଙ୍କ ଇଣ୍ଟରଭ୍ୟୁ ନେଇ ସୋସିଆଲ ମିଡ଼ିଆରେ ଅପଲୋଡ୍ କରୁଛନ୍ତି । ଏପରିକି ସ୍ଥାନୀୟ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇ ୟୁଟ୍ୟୁବରମାନେ ଭିଡ଼ିଓ କରି ଯୁବପିଢୀଙ୍କୁ ଦୃଷ୍ଟି ଆକର୍ଷଣ କରିବାରେ ଦଳମାନଙ୍କୁ ସହାୟକ ହେଉଛନ୍ତି ।

ଏପରିକି ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏଥର ନିର୍ବାଚନ ପାଇଁ ଗୁଗୁଲ୍ ବିଜ୍ଞାପନ ପାଇଁ ଗତ 17 ଦିନରେ 100 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯାହାକି ଗତ 2019 ନିର୍ବାଚନ ତୁଳନାରେ 9 ଗୁଣା ଅଧିକ । ରିପୋର୍ଟ ଅନୁସାରେ, ମାର୍ଚ୍ଚ ମାସର 17 ଦିନରେ 100 କୋଟିରୁ ଅଧିକ ରାଜନୈତିକ ବିଜ୍ଞାପନ ପ୍ରକାଶ ପାଇଛି । ଗତବର୍ଷ ମାର୍ଚ୍ଚରେ ମାତ୍ର 11 କୋଟି ଟଙ୍କାର ରାଜନୈତିକ ବିଜ୍ଞାପନ ପ୍ରକାଶ ପାଇଥିଲା ।

ତେବେ ନିର୍ବାଚନ ସମୟରେ ସୋସିଆଲ ମିଡ଼ିଆର ମଧ୍ୟ ଅପବ୍ୟବହାର ଆଶଙ୍କା ରହିଛି । ପ୍ରତିପକ୍ଷ ପ୍ରାର୍ଥୀଙ୍କ ବିଷୟରେ ଫେକ୍ ଭିଡ଼ିଓ ଓ ପେକ୍ ନ୍ୟୁଜ୍ ପ୍ରସାରଣ କରି ଭୋଟରଙ୍କୁ ପ୍ରଭାବିତ କରାଯାଇପାରେ । ଏହା ଉପରେ ନିର୍ବାଚନ କମିଶନ ଲକ୍ଷ୍ୟ ରଖିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ନେଇ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+