ଠାକରେଙ୍କ 'ଖେଳ' ସମାପ୍ତ କରିବାକୁ ନିକଟତର ସିନ୍ଦେ, ସରକାର ଭାଙ୍ଗିବାକୁ ଆବଶ୍ୟକ କେବଳ ଜଣେ ବିଧାୟକ
ଏକନାଥ ସିନ୍ଦେଙ୍କ ସମର୍ଥନରେ ଆଉ ତିନିଜଣ ବିଧାୟକ ଅଛନ୍ତି ଯେଉଁମାନେ ମୁମ୍ବାଇରେ ଅଛନ୍ତି । ସିନ୍ଦେ 36 ଜଣ ଶିବସେନା ବିଧାୟକଙ୍କ ସମର୍ଥନ ପାଇଛନ୍ତି, ତେଣୁ ଆଉ ଜଣେ ବିଧାୟକଙ୍କ ସମର୍ଥନ ହେଲେ ସେ ମ୍ୟାଜିକ୍ ନମ୍ବର ହାସଲ କରିପାରିବେ ।
ମୁମ୍ବାଇ : ଉଦ୍ଧବ ଠାକରେଙ୍କ ସରକାରର ସଙ୍କଟ କମିବାର ନାଁ ନେଉନାହିଁ । ବିଦ୍ରୋଦୀ ବିଧାୟକ ସିନ୍ଦେ ଏବଂ ତାଙ୍କ ସମର୍ଥକ ମାନେ ଏକାଠି ହୋଇ ଉଦ୍ଧବ ସରକାର ଭାଙ୍ଗିବା ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି । ସ୍ଥିତି ଏତେ ଜଟିଳ ହୋଇ ପଡ଼ିଛି ଯେ ଉଦ୍ଧବ ଠାକରେ ଗତକାଲି ଫେସବୁକ୍ ଲାଇଭରେ ଆସି ଭାବପ୍ରବଣ ହୋଇ ପଦବୀ ଲୋଭ ନାହିଁ ବଲି କହିଥିଲେ । ଠିକ୍ ଏହାର କିଛି ସମୟ ପରେ ସେ ତାଙ୍କର ସରକାରୀ ବାସଭବନ ଛାଡ଼ି ଦେଇଛନ୍ତି । ଏସବୁ ମଧ୍ୟରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋରି ଧରିଛି ।

ଅନ୍ୟ ପକ୍ଷରେ ଏକନାଥ ସିନ୍ଦେଙ୍କ ସମର୍ଥନରେ ବିଧାୟକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଆସାମର ଗୌହାଟୀର ରେଡିସନ୍ ବ୍ଲୁ ହୋଟେଲରେ ଆଉ ଚାରିଜଣ ବିଧାୟକ ପହଞ୍ଚିଛନ୍ତି । ଏହା ସହ ଏକନାଥ ସିନ୍ଦେ ଏହି ଆକଳନକୁ ନିକଟତର କରିଛନ୍ତି ଯେଉଁଠାରେ ତାଙ୍କ ବିରୁଦ୍ଧରେ ବିରୋଧୀ ଆଇନ ଲାଗୁ ହେବ ନାହିଁ ଏବଂ ସେ ନିଜକୁ ବିଧାନସଭା ଦଳର ନେତା ଭାବରେ ଘୋଷଣା କରିପାରିବେ ।
ଆମେ ଆପଣଙ୍କୁ କହି ରଖୁଛୁ ଶିବସେନାରେ ସମୁଦାୟ 55 ଜଣ ବିଧାୟକ ଅଛନ୍ତି, ଏଭଳି ପରିସ୍ଥିତିରେ ଏକନାଥ ସିନ୍ଦେଙ୍କର ଦୁଇ ତୃତୀୟାଂଶ ବିଧାୟକ ଅର୍ଥାତ୍ 37 ରହିବା ଆବଶ୍ୟକ । ଏପରି ହେଲେ ତାଙ୍କ ବିରୁଦ୍ଧରେ ଦଳ ବଦଳ ନିୟମ ଲାଗୁ ହେବ ନାହିଁ ଏବଂ ଶିବସେନାକୁ ଅତି ସହଜରେ ବିଭକ୍ତ କରିପାରିବେ । ଏପରିକି ନିଜକୁ ବିଧାନସଭା ଦଳର ନେତା ଭାବରେ ଘୋଷଣା କରିବାରେ ସମର୍ଥ ହେବେ ।

ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ଗୌହାଟୀରେ ସିନ୍ଦେଙ୍କ ସମର୍ଥନରେ ମୋଟ 42 ଜଣ ବିଧାୟକ ଅଛନ୍ତି, ସେମାନଙ୍କ ମଧ୍ୟରେ ଶିବସେନାର 34 ଜଣ ଏବଂ 8 ଜଣ ସ୍ୱାଧୀନ ବିଧାୟକ ଅଛନ୍ତି । କୁହାଯାଉଛି ଏକନାଥ ସିନ୍ଦେଙ୍କ ସମର୍ଥନରେ ଆଉ ତିନିଜଣ ବିଧାୟକ ଅଛନ୍ତି ଯେଉଁମାନେ ମୁମ୍ବାଇରେ ଅଛନ୍ତି । ସିନ୍ଦେ 36 ଜଣ ଶିବସେନା ବିଧାୟକଙ୍କ ସମର୍ଥନ ପାଇଛନ୍ତି, ତେଣୁ ଆଉ ଜଣେ ବିଧାୟକଙ୍କ ସମର୍ଥନ ହେଲେ ସେ ମ୍ୟାଜିକ୍ ନମ୍ବର ହାସଲ କରିପାରିବେ ।
ସୂଚନାଯୋଗ୍ୟ, ଆଜି ସକାଳେ ବିଧାୟକ ଦୀପକ କେସ୍କର, ମଙ୍ଗେଶ କୁଡାଲକର, ସାଦା ସରୱଙ୍କର ଆଜି ସକାଳେ ବିମାନ ଯୋଗେ ମୁମ୍ବାଇରୁ ଗୌହାଟୀରେ ପହଞ୍ଚିଛନ୍ତି । ଏଭଳି ପରିସ୍ଥିତିରେ, ବର୍ତ୍ତମାନ ସିନ୍ଦେଙ୍କୁ ଆଉ ଜଣେ ବିଧାୟକଙ୍କ ସମର୍ଥନ ଆବଶ୍ୟକ, ଯାହା ପରେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ।
ଯଦି ଉତ୍ସଗୁଡିକ ବିଶ୍ୱାସ କରାଯାଏ, ତେବେ କଂଗ୍ରେସ ଏବଂ ଶିବସେନା ମଧ୍ୟ ସୂଚାଇ ଦେଇଛନ୍ତି ଯେ ସେମାନେ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତୁତ, ତେଣୁ ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟକୁ ଦୂର କରାଯାଇପାରେ । ଶିବସେନା ମୁଖପାତ୍ରରେ ପ୍ରକାଶିତ ଏହି ଆର୍ଟିକିଲରେ କୁହାଯାଇଛି ଯେ ବିଦ୍ରୋହୀ ବିଧାୟକମାନେ ଶିବସେନା ଟିକେଟରେ ନିର୍ବାଚନରେ ଜିତିଛନ୍ତି, ତେଣୁ ଯଦି ସେମାନେ ଫେରି ନ ଆସନ୍ତି ତେବେ ସେମାନେ ଚିରଦିନ ପାଇଁ ପୂର୍ବତନ ବିଧାୟକ ହୋଇଯିବେ ।












Click it and Unblock the Notifications