ସିନ୍ଦେ ଗୋଷ୍ଠୀକୁ ‘ଖଣ୍ଡା ଏବଂ ଢାଲ' ନିର୍ବାଚନ ପ୍ରତୀକ
ସିନ୍ଦେ ଦଳକୁ 'ଦୁଇଟି ଖଣ୍ଡା ଏବଂ ଢାଲ' ପ୍ରତୀକ ମିଳିଛି । ଏହାପୂର୍ବରୁ ସୋମବାର ଦିନ ସିନ୍ଦେ ଗୋଷ୍ଠୀର ନାମ 'ବାଲାସାହେବଞ୍ଚି ଶିବସେନା' ଅର୍ଥାତ୍ ବାଲାସାହେବଙ୍କ ଶିବସେନା ଦିଆଯାଇଥିଲା ।
ମୁମ୍ବାଇ : ଶିବସେନାର ଉଦ୍ଧବ ଦଳ ପରେ ବର୍ତ୍ତମାନ ଶିନ୍ଦ ଦଳକୁ ମିଳିଛି ନିର୍ବାଚନୀ ସଙ୍କେତ । ଏହା ପରେ ଦଳର ନାମ ଓ ପ୍ରତୀକକୁ ନେଇ ଲାଗି ରହିଥିବା ବିବାଦରେ ପୂର୍ଣ୍ଣଛେଦ ପଡ଼ିଛି । ଦଳର ନାମ ଏବଂ ପ୍ରତୀକକୁ ନେଇ ବିବାଦ ମଧ୍ୟରେ ବର୍ତ୍ତମାନ ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ସିଏମ୍ ଏକନାଥ ସିନ୍ଦେ ଦଳକୁ ନିର୍ବାଚନ ଆୟୋଗ ଏକ ନୂତନ ପ୍ରତୀକ ଦେଇଛନ୍ତି । ସିନ୍ଦେ ଦଳକୁ 'ଦୁଇଟି ଖଣ୍ଡା ଏବଂ ଢାଲ' ପ୍ରତୀକ ମିଳିଛି । ଏହାପୂର୍ବରୁ ସୋମବାର ଦିନ ସିନ୍ଦେ ଗୋଷ୍ଠୀର ନାମ 'ବାଲାସାହେବଞ୍ଚି ଶିବସେନା' ଅର୍ଥାତ୍ ବାଲାସାହେବଙ୍କ ଶିବସେନା ଦିଆଯାଇଥିଲା ।

ବାସ୍ତବରେ, ଅନ୍ଧେରୀ ପୂର୍ବ ବିଧାନସଭା ଆସନରେ ଉପ-ନିର୍ବାଚନ ପୂର୍ବରୁ ଶିବସେନା ଉପରେ ଦାବି ହେବା ପରେ ନିର୍ବାଚନ ଆୟୋଗ ଦଳର ପ୍ରତୀକକୁ ରଦ୍ଦ କରିଦେଇଥିଲେ । ଏଭଳି ପରିସ୍ଥିତିରେ ସୋମବାର ନିର୍ବାଚନ ଆୟୋଗଙ୍କ ଅନୁମୋଦନ ପରେ ଉଦ୍ଧବ ଦଳକୁ 'ମଶାଲ' ନିର୍ବାଚନ ପ୍ରତୀକ ଭାବେ ମିଳିଥିଲା । ଏଥି ସହିତ ଦଳର ନାମ ରହିଛି ଶିବସେନା ଉଦ୍ଧବ ବାଲାସାହେବ ଠାକରେ । ଏହା ପରେ ଉଦ୍ଧବ ଠାକରେ ମଧ୍ୟ ତାଙ୍କ ପ୍ରତୀକର ଏକ ପୋଷ୍ଟର ପ୍ରକାଶ କରିଥିଲେ ।
ଅନ୍ୟପକ୍ଷରେ, ସିନ୍ଦେ ଗୋଷ୍ଠୀର ଦଳକୁ 'ବାଲାସାହେବଞ୍ଚି ଶିବସେନା' ନାମ ମିଳିଛି । ଏହା ସହ ଦଳ ବର୍ତ୍ତମାନ ଦୁଇଟି ଖଣ୍ଡା ଏବଂ ଢାଲ ର ପ୍ରତୀକ ସହିତ ଉପ-ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ ।












Click it and Unblock the Notifications