ଗୌହାଟୀରେ ଶିବସେନାର ବିଦ୍ରୋହୀ ବିଧାୟକ ସିନ୍ଦେ, ସାଙ୍ଗରେ ଅଛନ୍ତି 40 ବିଧାୟକ
ହୋଟେଲ୍ରେ ବିଦ୍ରୋହୀମାନଙ୍କ ସହିତ ଆଲୋଚନା କରିବା ଲାଗି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଶିବସେନା ନେତା ମିଲିନ୍ଦ ନରୱେକର୍ ଏବଂ ରବୀନ୍ଦ୍ର ପାଠକଙ୍କୁ ପଠାଇବାର କିଛି ସମୟ ପରେ ଉପରୋକ୍ତ ବିଦ୍ରୋହୀ ବିଧାୟକମାନଙ୍କୁ ଗୌହାଟୀ ନିଆଯାଇଛି ।
ଗୌହାଟୀ : ଶିବସେନା ବିଧାୟକ ଏକନାଥ ସିନ୍ଦେ ବିଦ୍ରୋହୀ ମନୋଭାବ ରଖିବା ପର ଠାରୁ ମହାରାଷ୍ଚ୍ରରେ ଠାକରେ ସରକାର ବର୍ତ୍ତମାନ ବହୁ ଅସୁବିଧାର ସମ୍ମୁଖୀନ ହେଉଛି । ବିଧାନ ପରିଷଦ ନିର୍ବାଚନ ପରେ ସେ ଆତ୍ମ ଗୋପନ କରିବା ଶିବସେନାର ଚିନ୍ତା ବଢିଯାଇଛି । ଏପରିକି ମହାରାଷ୍ଟ୍ରରେ ମହା ବିକାଶ ଅଘାଡ଼ି ସରକାର ବର୍ତ୍ତମାନ ସଙ୍କଟ ସ୍ଥିତି ଦେଇ ଗତି କରୁଛି ।
ଏହି ସମୟରେ ଖବର ଆସିଛି ଯେ ସିନ୍ଦେଙ୍କ ସମେତ ପ୍ରାୟ 40 ବିଧାୟକ ସୁରଟରେ ଏକ ହୋଟଲରେ ରହିବା ପରେ ସେମାନେ ଗୌହାଟୀ ଯାଇଛନ୍ତି । ସମ୍ବାଦ ସରବରାହ ସଂସ୍ଥାନ 'ଏଏନ୍ଆଇ' ରିପୋର୍ଟ ଅନୁସାରେ, ସୁରତସ୍ଥିତ 'ଲି ମେରିଡିଏନ୍ ହୋଟେଲ୍'ରେ ରହୁଥିବା ପ୍ରାୟ 7 ଜଣ ସ୍ୱାଧୀନ ବିଧାୟକ ମଧ୍ୟ ସିନ୍ଦେଙ୍କ ସହିତ ଗୌହାଟୀରେ ପହଞ୍ଚିଛନ୍ତି ।

ହୋଟେଲ୍ରେ ବିଦ୍ରୋହୀମାନଙ୍କ ସହିତ ଆଲୋଚନା କରିବା ଲାଗି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଶିବସେନା ନେତା ମିଲିନ୍ଦ ନରୱେକର୍ ଏବଂ ରବୀନ୍ଦ୍ର ପାଠକଙ୍କୁ ପଠାଇବାର କିଛି ସମୟ ପରେ ଉପରୋକ୍ତ ବିଦ୍ରୋହୀ ବିଧାୟକମାନଙ୍କୁ ଗୌହାଟୀ ନିଆଯାଇଛି ।
ସେପଟେ ସରକାରକୁ ବଞ୍ଚାଇବା ପାଇଁ ଆକ୍ସନ ମୋଡ଼କୁ ଆସିଛି ଶିବସେନା । ସେପଟେ ମହାରାଷ୍ଟ୍ର ବିଜେପିର କିଛି ନେତା ସୁରଟ ଯାଇ ସିନ୍ଦେଙ୍କୁ ସାକ୍ଷାତ କରିଛନ୍ତି । ସିନ୍ଦେଙ୍କ ସହ ମିଶି ସରକାର ଗଠନ କରିବାକୁ ବିଜେପି ବିକଳ୍ପ ଖୋଲା ରଖିଛି ବୋଲି ବିଜେପି ନେତା ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି । ଅନ୍ୟପକ୍ଷରେ ବିଦ୍ରୋହ ଶିବସେନାର ଆଭ୍ୟନ୍ତରୀଣ ବ୍ୟାପାର ବୋଲି ପୂର୍ବରୁ ଶରଦ ପାୱାର କହିଥିଲେ । ଶିବସେନାରେ ସଂକଟ ପଛରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ହାତ ରହିଥିବା କୁହାଯାଇଛି । ଫଡନାଭିସ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି ।
ଏମଏଲସି ନିର୍ବାଚନରେ ଶିବସେନାର କିଛି ବିଧାୟକ କ୍ରସ ଭୋଟିଂ କରିଥିବାରୁ ବିଜେପିକୁ ଗୋଟିଏ ଆସନ ଅଧିକ ଜିଣିଥିଲା । ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସିନ୍ଦେଙ୍କୁ ଚେତାବନୀ ଦେଇଥିବା ଜଣାପଡ଼ିଛି । କୁହାଯାଉଛି ଯେ, ଶିବସେନାରେ ତାଙ୍କୁ ଅଣଦେଖା କରାଯାଉଥିବାରୁ ଏକନାଥ ସିନ୍ଦେ ଅସନ୍ତୋଷ ଥିବା ଜଣାପଡିଛି ।
ସୁରତ ବିମାନ ବନ୍ଦରରେ ଏକନାଥ ସିନ୍ଦେ ସାମ୍ବାଦିକମାନଙ୍କୁ କହିଛନ୍ତି, ଆମେ ବାଲାସାବେହ ଠାକ୍ରେଙ୍କ ଶିବସେନା ପରିତ୍ୟାଗ କରିନାହୁଁ, କି କରିବୁ ନାହିଁ । ଆମେ ବାଲାସାହେବଙ୍କ ହିନ୍ଦୁତ୍ୱ ମାନି ଚଳୁଛୁ ଏବଂ ଏହି ଧାରାକୁ ଆଗକୁ ବଢାଇବୁ ।
ମହାରାଷ୍ଟ୍ରରେ 'ମହା ବିକାଶ ଅଘାଡ଼ି' ସରକାର ଗଠନ କରିବା ନିମନ୍ତେ ଶିବସେନା 'କଂଗ୍ରେସ' ଏବଂ 'ଏନ୍ସିପି'ର ସହଯୋଗ ଲୋଡୁଥିବାରୁ ମଙ୍ଗଳବାର ଦିନ ସିନ୍ଦେ ଶିବସେନାକୁ ପରୋକ୍ଷ ଭାବେ ସମାଲୋଚନା କରିଥିଲେ ।












Click it and Unblock the Notifications