Get Updates
Get notified of breaking news, exclusive insights, and must-see stories!

ମୋଦୀ ସରକାରକୁ ପୁରିଲା 8 ବର୍ଷ, ଜାଣନ୍ତୁ 8 ବର୍ଷରେ ସରକାରଙ୍କ 8 ବଡ଼ ଫୈସଲା

ଆଜିର ଦିନରେ ପ୍ରଥମ ଥର ପାଇଁ 26 ମଇ 2014 ରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ 2019 ମସିହାରେ ସେ ପୁନର୍ବାର ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା ସାରା ବିଶ୍ୱରେ ରହିଛି ।

ନୂଆଦିଲ୍ଲୀ : 'ମେଁ ନରେନ୍ଦ୍ର ଦାମୋଦର ଦାସ ମୋଦୀ, ଇଶ୍ୱର କି ଶପଥ ଲେତା ହୁଁ...' । ଏହି ଶପଥ ପାଠ କରି ଆଜିର ଦିନରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ ନରେନ୍ଦ୍ର ମୋଦୀ । ଏନଡିଏ ସରକାରରେ ମୋଦୀ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବାରେ ଆଜିକୁ ପୁରିଛି 8 ବର୍ଷ । ଏଥି ମଧ୍ୟରେ ଏକଦା ଲୋକସଭାରେ ମାତ୍ର ଦୁଇଟି ଆସନ ପାଇଥିବା ବିଜେପି ଆଜି କେବଳ ଦେଶର ନୁହେଁ ବରଂ ବିଶ୍ୱର ସବୁଠୁ ବଡ଼ ଦଳ ହୋଇପାରିଛି । 1980 ମସିହାରେ ସୃଷ୍ଟି ହୋଇଥିବା ବିଜେପିର ଆଜି 8.80 କୋଟି ସଦସ୍ୟ ଅଛନ୍ତି ।

narendra Modi

ଆଜିର ଦିନରେ ପ୍ରଥମ ଥର ପାଇଁ 26 ମଇ 2014 ରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ 2019 ମସିହାରେ ସେ ପୁନର୍ବାର ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ । ଏଥିରେ କୌଣସି ସନ୍ଦେହ ନାହିଁ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା ସାରା ଦେଶ ତଥା ବିଶ୍ୱରେ ରହିଛି । ଏହା କେବଳ ମୋଦୀ ନୁହଁ ବରଂ ବିଜେପିର ଏକ ବଡ଼ ବିଜୟ । ଯାହାକି ଆଗାମୀ ଦିନରେ ଭାରତରେ ରାଜନୀତିରେ ନିଜର ପତିଆରା ବଜାୟ ରଖିବାକୁ ବିଜେପିକୁ ବହୁ ସହାୟକ ହେବ । ବର୍ତ୍ତମାନ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ବିଜେପିର ଏକକୀ 342 ସାଂସଦ ଅଛନ୍ତି, ଯାହାକି ନରେନ୍ଦ୍ର ମୋଦୀ ନେତୃତ୍ୱ ବିଜେପି ପାଇଁ ଏକ ବଡ଼ ବିଜୟର ପ୍ରତୀକ ।

ପିଏମ ମୋଦୀ ବିଶ୍ୱର ବରିଷ୍ଠ ନେତାଙ୍କ ମଧ୍ୟରେ ଜଣାଶୁଣା ଏବଂ ବେଳେବେଳେ ପିଏମ ମୋଦୀ ଏପରି କିଛି ନିଷ୍ପତ୍ତି ନେଇଥାନ୍ତି, ଯାହା କେବଳ ତାଙ୍କ ବିରୋଧୀଙ୍କୁ ନୁହେଁ ବରଂ ନିଜ ଦଳ ତଥା ସହଯୋଗୀଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦିଏ । ଏପରି କେତେକ ନିଷ୍ପତ୍ତି ମଧ୍ୟ ରହିଛି ଯାହା ପାଇଁ ତାଙ୍କୁ ନିଜ ସହଯୋଗୀଙ୍କ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିବା ବେଳେ କେତେକ ସମୟରେ ବିରୋଧୀ ଦଳ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଛନ୍ତି ।

ଏୟାର ଷ୍ଟ୍ରାଇକ୍

ଉରି ଆକ୍ରମଣ ପରେ ଭାରତୀୟ ସୈନିକମାନେ କାଶ୍ମୀର ଦଖଲ କରି ପାକିସ୍ତାନରେ ପ୍ରବେଶ କରି ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନ ଉପରେ ଆକ୍ରମଣ କରିବା କଥା କେହି କେବେ ଆଶା କରି ନଥିଲେ । ମୋଦୀ ସରକାର ନେଇଥିବା ବଡ ପଦକ୍ଷେପ ମଧ୍ୟରେ ଥିଲା ଏହି ସର୍ଜିକାଲ୍ ଷ୍ଟ୍ରାଇକ୍ । ଏହା ଦ୍ୱାରା ପାକିସ୍ତାନର ଆତଙ୍କୀ ଠିକଣା ନଷ୍ଟ ହେବା ସହ ଶତ୍ରୁ ଦେଶ ଏହାର ପରିଣାମ କେତେ ଭୟଙ୍କର ହୋଇପାରେ ତାହାର ମଧ୍ୟ ସୂଚନା ପାଇଲା । ପୁଲୱାମା ଆକ୍ରମଣ ପରେ ମଧ୍ୟ ଭାରତୀୟ ସେନାର କର୍ମଚାରୀମାନେ ପାକିସ୍ତାନର ବାଲାକୋଟ ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲେ, ବିଶେଷ କଥା ହେଉଛି ମୋଦୀ ସରକାରଙ୍କ ଏହି ବଡ ପଦକ୍ଷେପ ବିଷୟରେ ସେମାନଙ୍କର ସହଯୋଗୀମାନେ ମଧ୍ୟ ଅବଗତ ନଥିଲେ ।

ଆଶ୍ଚର୍ଯ୍ୟଜନକ ଥିଲା ବିମୁଦ୍ରୀକରଣ ଘୋଷଣା

ସରକାରରେ ଆସିବାର ଦୁଇ ବର୍ଷ ପରେ ନଭେମ୍ବର 8, 2016 ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ରାତି ଆଠଟା ବେଳେ ବିମୁଦ୍ରୀକରଣ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । କଳା ଟଙ୍କା ଯାଞ୍ଚ କରିବା ପାଇଁ 500 ଏବଂ 1000 ଟଙ୍କିଆ ନୋଟ ବିମୁଦ୍ରୀକରଣ ଘୋଷଣା କରି ପିଏମ ମୋଦୀ ସାରା ଦେଶକୁ ଆଶ୍ଚର୍ଯ୍ୟ କରିଥିଲେ । ଏହି ନିଷ୍ପତ୍ତିରେ ତାଙ୍କୁ ନିଜ ଦଳ ମଧ୍ୟ ବିରୋଧ କରିଥିଲାବେଳେ କଂଗ୍ରେସ ଏହା ବିରୁଦ୍ଧରେ ରାସ୍ତାକୁ ଓହ୍ଲାଇଥିଲା । କିନ୍ତୁ ସମସ୍ତ ସମାଲୋଚନା ପରେ ମଧ୍ୟ ମୋଦୀ ସରକାର ତାଙ୍କ ନିଷ୍ପତ୍ତିରେ ଅଟଳ ରହିଥିଲେ । ଏହି ନିଷ୍ପତ୍ତି ମୋଦୀ ସରକରାଙ୍କୁ ବିବାଦ ଘେରକୁ ଟାଣିଆଣିଥିଲା । କାରଣ ବିମୁଦ୍ରୀକରଣ ପରେ ପ୍ରାୟ 99 ପ୍ରତିଶତ ଟଙ୍କା ସରକାରଙ୍କ ପାଖକୁ ଫେରି ଆସିଥିବା ସରକାର କହୁଥିବା ବେଳେ ବଜାରରେ ଦେଖାଦେଇଥିଲା ମାନ୍ଦାବସ୍ତା । ଏହାକୁ ସରକାରଙ୍କ ଏକ ବିଫଳତା ବୋଲି ବିରୋଧୀ କହିଥିଲେ ।

ଜିଏସଟି

ଗୋଟିଏ ଦେଶ ଗୋଚିଏ ଟ୍ୟାକ୍ସର ନିୟମ ଲାଗୁ କରିବା ପାଇଁ ଜିଏସଟି ଆଇନ ପ୍ରଣୟନ କରିଥିଲେ ମୋଦୀ ସରକାର । ଏହାର ପ୍ରବଳ ବିରୋଧ ସତ୍ତ୍ୱେ ମଧ୍ୟ ସରକାର ଏହାକୁ ଲାଗୁ କରିଥିଲେ ।

ଜିଏସଟି ଆଇନ ପ୍ରଣୟନ କରିବା ମୋଦୀ ସରକାରଙ୍କ ପାଇଁ ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ ଥିଲା । ତେବେ ଏହା ହେଉଛି ଏହି ସରକାରଙ୍କ ବିବାଦୀୟ ନିଷ୍ପତ୍ତି ମଧ୍ୟରୁ ଅନ୍ୟତମ । ଦ୍ରବ୍ୟ ଏବଂ ସେବା କର ଆଇନ 29 ମାର୍ଚ୍ଚ 2017 ରେ ସଂସଦରେ ପାରିତ ହୋଇଥିଲା ଏବଂ 1 ଜୁଲାଇ 2017 ରେ ଲାଗୁ ହୋଇଥିଲା । ତେବେ ଜିଏସଟି ଲାଗୁ ହେବ ପରେ ଏହା ଦେଶରେ କ୍ଷୁଦ୍ର ଶିଳ୍ପ ଗଭୀର ଭାବରେ ପ୍ରଭାବିତ ହୋଇଥିଲା । ଯାହା ଦେଶର ଜିଡିପି ଉପରେ ପ୍ରଭାବ ପକାଇଥିଲା । ଏହାପରେ ସରକାର ସଫଳ ଭାବରେ ଲାଗୁ କରିବାରେ ବିଫଳ ହୋଇଥିବା ବିରୋଧୀ କହିଥିଲେ ।

ନାଗରିକତା ସଂଶୋଧନ ଅଧିନିୟମ (CAA)

ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଆସିଥିବା ଶରଣାର୍ଥୀମାନଙ୍କ ପାଇଁ ଭାରତର ନାଗରିକତ୍ୱ ଦେବା ପାଇଁ ମୋଦୀ ସରକାର ନାଗରିକତ୍ୱ (ସଂଶୋଧନ) ଅଧିନିୟମ ଆଣିଥିଲେ । ଯାହାକୁ ନେଇ ଦିଲ୍ଲୀରୁ ଆସାମ ପର୍ଯ୍ୟନ୍ତ ଅସନ୍ତୋଷ ପ୍ରକାଶ ପାଇଥିଲା । ଶାହିନ୍ ବାଗ ବିରୋଧ ପ୍ରଦର୍ଶନକାରୀଙ୍କ ସ୍ଥଳ ପାଲଟିଥିଲା କିନ୍ତୁ ଏହାକୁ ରଦ୍ଦ କରିବା ସପକ୍ଷରେ ନଥିଲେ ସରକାର । 2019 ରେ ସଂସଦରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନାଗରିକତା (ସଂଶୋଧନ) ଆଇନ ପାରିତ ହୋଇଥିଲା । ଏହି ବିଲ୍‌ର ଉଦ୍ଦେଶ୍ୟ ଥିଲା ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଆସିଥିବା ସମ୍ପ୍ରଦାୟର (ହିନ୍ଦୁ, ଖ୍ରୀଷ୍ଟିଆନ, ଶିଖ, ଜୈନ, ବୌଦ୍ଧ ଏବଂ ପାର୍ସୀ) ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବା । ଏଥିରେ ମୁସଲମାନ ସମ୍ପ୍ରଦାୟକୁ ବାଦ ଦିଆଯାଇଛି । ଏହା ପଛରେ ଥିବା ଯୁକ୍ତି ଦିଆଯାଇଛି ଯେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରେ ମୁସଲମାନ ଜନସଂଖ୍ୟା ସଂଖ୍ୟାଗରିଷ୍ଠ । ଏହି ଆଇନ୍ କୁ ନେଇ ଦେଶରେ ବିବାଦ ଆରମ୍ଭ ହୋଇଥିଲା । ଏପରିକି ଆସାମରେ ଦଙ୍ଗା ପରି ସ୍ଥିତି ସୃଷ୍ଟି ହୋଇଥିଲା ।

ତିନ୍ ତଲାକ୍ ନିୟମ

ସାଧାରଣତଃ ବିରୋଧୀ ଦଳ ବିଜେପିକୁ ଇସଲାମ ବିରୋଧୀ ଦଳ ଭାବରେ ବିବେଚନା କରନ୍ତି କିନ୍ତୁ ଯେତେବେଳେ ବିଜେପି ତିନ୍ ତଲାକ ଆଇନ ଆଣିଥିଲା, ସେତେବେଳେ ଅନେକ ମୁସଲମାନ ଦଳ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ ଏବଂ ସେମାନେ ଏହାକୁ ବିରୋଧ ମଧ୍ୟ କରିଥିଲେ । କିନ୍ତୁ ମୋଦୀ ସରକାର ଏହି କାର୍ଯ୍ୟକୁ ଆଇନର ରୂପ ଦେବାରେ ସଫଳ ହୋଇଥିଲେ । ମୋଦୀ ସରକାରଙ୍କ ଏହି ପଦକ୍ଷେପକୁ ମୁସଲମାନ ମହିଳାମାନେ ଖୋଲାଖୋଲି ଭାବେ ସ୍ୱାଗତ କରିଥିଲେ ଏବଂ ମୋଦୀ ସରକାରଙ୍କୁ ତୀବ୍ର ପ୍ରଶଂସା କରିଥିଲେ ।

ଧାରା 370

ଏହି ନିଷ୍ପତ୍ତି ହିଁ ପାକିସ୍ତାନକୁ ସମ୍ପୂର୍ଣ୍ଣ ଥରାଇ ଦେଇଥିଲା । କାଶ୍ମୀରରୁ ଧାରା 370 ରଦ୍ଦ ହୋଇପାରିବ ବୋଲି କେହି କଳ୍ପନା କରିପାରିନଥିଲେ, କିନ୍ତୁ ମୋଦୀ ସରକାରଙ୍କ ନେତୃତ୍ୱରେ ଏହି ନିଷ୍ପତ୍ତି ନିଆଯାଇଥିଲା ଏବଂ ଆଜି ଏହା ଏକ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଛି । 5 ଅଗଷ୍ଟ 2019 ରେ ଜମ୍ମୁ-କଶ୍ମୀର ପାଇଁ ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ ଧାରା 370 ଏବଂ ଧାରା 35-ର ବ୍ୟବସ୍ଥାକୁ ରଦ୍ଦ କରିଦେଇଥିଲେ ।

ବିବାଦୀୟ କୃଷି କାନୁନ୍

ମୋଦୀ ସରକାର ତିନୋଟି କୃଷି ଆଇନ ଆଣିଥିଲେ ଯାହାକୁ ନେଇ କୃଷକମାନେ ଏକ ବର୍ଷରୁ ଅଧିକ ସମୟ ଧରି ଜାତୀୟ ରାଜଧାନୀରେ ବିରୋଧ ପ୍ରଦର୍ଶନ କରିଥିଲେ । ପଞ୍ଜାବ, ହରିୟାଣା, ମହାରାଷ୍ଟ୍ରର ସବୁଆଡେ ଏହାକୁ ବିରୋଧ କରାଯାଇଥିଲା । କୃଷକମାନେ ଦିଲ୍ଲୀ ସୀମାରେ ବସି ରହିଥିଲେ । ଏହାକୁ କାର୍ଯ୍ୟକାରୀ କରିବା ଯେତିକି ଆଶ୍ଚର୍ଯ୍ୟଜନକ ଆହୁରି ଆଶ୍ଚର୍ଯ୍ୟଜନକ ଥିଲା ଏହାକୁ ପ୍ରତ୍ୟାହାର କରିବା । ପ୍ରାୟ ଏକ ବର୍ଷ ଧରି କେନ୍ଦ୍ର ସରକାର ଏବଂ କୃଷକ ସଙ୍ଗଠନ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟ ଆଲୋଚନ ପରେ ମଧ୍ୟ କୃଷକମାନେ ପଛକୁ ହଟି ନଥିଲେ । କୃଷକ ମାନଙ୍କୁ ମନାଇବାରେ ସରକାର ବିଫଳ ହୋଇଥିବା କହି ଏହି ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲେ ମୋଦୀ ସରକାର ।

ରୁଷ-ୟୁକ୍ରେନ ଯୁଦ୍ଧ : ନା ବନ୍ଧୁ ନା ଶତ୍ରୁ କିନ୍ତୁ ଏକାଠି

ଯେତେବେଳେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେଲା, ସେତେବେଳେ ସମଗ୍ର ବିଶ୍ୱର ଆଖି ମୋଦୀ ସରକାରଙ୍କ ଉପରେ ଥିଲା । ଆମେରିକା ନିଶ୍ଚିତ ଥିଲା ଯେ ଭାରତ ଏହା ସହ ଠିଆ ହେବ, କିନ୍ତୁ ରୁଷ ସହିତ ଭାରତର ପୁରୁଣା ସମ୍ପର୍କ ରହିଛି । ଏଭଳି ପରିସ୍ଥିତିରେ ଭାରତର ନିଷ୍ପତ୍ତି କ'ଣ ହେବ, ତାହା ଉପରେ ରହିଥିଲା ସମସ୍ତ ଶକ୍ତିଶାଳୀ ଦେଶଙ୍କ ନଜର । କିନ୍ତୁ କୂଟନୈତିକ ଉପାୟ ଅବଲମ୍ବନ କରି ମୋଦୀ ସରକାର ଉଭୟ ଆମେରିକା-ରୁଷିଆ ସହିତ ସମ୍ପର୍କକୁ ଭଲ ରଖିଥିଲେ, ଯାହାର ସଦ୍ୟତମ ଚିତ୍ର ନିକଟରେ ଦେଖିବାକୁ ମିଳିଛି । କ୍ୱାଡ୍ ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ପରସ୍ପରକୁ ଭେଟିବା ସହ ଅନେକ ଗଠନମୂଳକ ଆଲୋଚନା ମଧ୍ୟ କରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+