Get Updates
Get notified of breaking news, exclusive insights, and must-see stories!

ମନି ଲଣ୍ଡ୍ରିଂ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଗିରଫ

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ମନି ଲଣ୍ଡ୍ରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି । ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଗତକାଲି ଦେଶମୁଖଙ୍କୁ ମୁମ୍ବାଇସ୍ଥିତ ତାଙ୍କ କାର୍ଯ୍ୟାଳୟରେ 12 ଘଣ୍ଟା ଧରି ପଚରାଉଚରା କରିଥିଲା

ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ମନି ଲଣ୍ଡ୍ରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି । ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଗତ କାଲି ଅନିଲ ଦେଶମୁଖଙ୍କୁ ମୁମ୍ବାଇସ୍ଥିତ ତାଙ୍କ କାର୍ଯ୍ୟାଳୟରେ 12 ଘଣ୍ଟା ଧରି ପଚରାଉଚରା କରିଥିଲା, ପରେ ତାଙ୍କୁ ଗିରଫ କରାଯାଇଥିଲା ।

anil deshmukh

ମନି ଲଣ୍ଡ୍ରିଂ ଅଭିଯୋଗ ପରେ ଅନିଲ ଦେଶମୁଖ ଏହି ବର୍ଷ ଆରମ୍ଭରୁ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ଶୁକ୍ରବାର ଦିନ ବମ୍ବେ ହାଇକୋର୍ଟ ଅନିଲ ଦେଶମୁଖଙ୍କୁ ରିଲିଫ ଦେବାକୁ ମନା କରି ଦେଇଛନ୍ତି । ତଦନ୍ତକାରୀ ସଂସ୍ଥା ଦ୍ୱାରା ଦିଆଯାଇଥିବା ସମନ ବନ୍ଦ କରିବାକୁ ଅନିଲ ଦେଶମୁଖ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ । ସୋମବାର (ନଭେମ୍ବର 01) ଏକ ଭିଡିଓ ବିବୃତ୍ତିରେ 71 ବର୍ଷୀୟ ଅନିଲ ଦେଶମୁଖ କହିଛନ୍ତି ଯେ ମୋ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା ଅଟେ ।

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ମୁମ୍ବାଇର ପୂର୍ବତନ ବରିଷ୍ଠ ପୋଲିସ ଅଧିକାରୀ ପରମବୀର ସିଂହ ଦୁର୍ନୀତି ଏବଂ ଦାଦାବଟି ଆଦାୟ ଅଭିଯୋଗ ଆଣିଥିଲେ । ଅର୍ଥ ହେରଫେର ମାମଲାରେ ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ନଭେମ୍ବର 01 ତାରିଖ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ପଚରାଉଚରା କରିଥିଲା । ଅନିଲ ଦେଶମୁଖ ତାଙ୍କ ଓକିଲଙ୍କ ସହ ଦକ୍ଷିଣ ମୁମ୍ବାଇର ବଲାର୍ଡ ଇଷ୍ଟେଟ୍ ଅଞ୍ଚଳରେ ଥିବା ଇଡି କାର୍ଯ୍ୟାଳୟରେ ସକାଳ 11.30 ରେ ପହଞ୍ଚିଥିଲେ ।

ଗତ ଚାରିମାସ ପାଇଁ ଏକାଧିକ ସମନ ଜାରି କରିବା ପରେ ସୋମବାର ପ୍ରଥମ ଥର ପାଇଁ ଅନିଲ ଦେଶମୁଖ ଇଡି ସମ୍ମୁଖରେ ହାଜର ହୋଇଥିଲେ । ମଙ୍ଗଳବାର ସକାଳେ ଇଡି ନେତାଙ୍କୁ 100 କୋଟି ଟଙ୍କା ଦାଦବଟି ଆଦାୟ ଏବଂ ମନି ଲଣ୍ଡ୍ରିଂ ମାମଲାରେ ଗିରଫ କରିଛି । ମଙ୍ଗଳବାର କୋର୍ଟରେ ନେତାଙ୍କ ରିମାଣ୍ଡକୁ ବିରୋଧ କରିବେ ବୋଲି ଅନିଲ ଦେଶମୁଖଙ୍କ ଓକିଲ କହିଛନ୍ତି ।

ଇଡି ଅଧିକାରୀ କହିଛନ୍ତି ଯେ ମନି ଲଣ୍ଡ୍ରିଂ ଆକ୍ଟ (PMLA) ର ନିୟମ ଅନୁଯାୟୀ ଅନିଲ ଦେଶମୁଖଙ୍କୁ ଗିରଫ କରାଯାଇଛି । ଇଡି ଦାବି କରିଛି ଯେ ବରିଷ୍ଠ ଏନସିପି ନେତା ଅନିଲ ଦେଶମୁଖ ପଚରାଉଚରା ବେଳେ ପ୍ରଶ୍ନର ଉତ୍ତର ଏଡ଼ାଇଥିଲେ । ମଙ୍ଗଳବାର ଦିନ ସ୍ଥାନୀୟ କୋର୍ଟରେ ଅନିଲ ଦେଶମୁଖଙ୍କୁ ହାଜର କରିବା ପରେ ହେପାଜତକୁ ନେବା ପାଇଁ ଅନୁରୋଧ କରାଯିବ ବୋଲି ଇଡି କହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+