ସଞ୍ଜୟ ରାଉତଙ୍କୁ ଗିରଫ କଲା ଇଡି
ଗିରଫ ହେଲେ ଶିବସେନା ନେତା ସଞ୍ଜୟ ରାଉତ । ରବିବାର ରାତିରେ ଇଡି ପାତ୍ର ଚଲ୍ ମାମଲାରେ ସଞ୍ଜୟଙ୍କୁ ଗିରଫ କରିଛି ଇଡି । ପିଏମ୍ଏଲ୍ଏ ଆକ୍ଟ ଅଧୀନରେ ତାଙ୍କୁ ଗିରଫ କରାଯାଇଛି ।
ମୁମ୍ବାଇ : ଗିରଫ ହେଲେ ଶିବସେନା ନେତା ସଞ୍ଜୟ ରାଉତ । ରବିବାର ରାତିରେ ଇଡି ପାତ୍ର ଚଲ୍ ମାମଲାରେ ସଞ୍ଜୟଙ୍କୁ ଗିରଫ କରିଛି ଇଡି । ପିଏମ୍ଏଲ୍ଏ ଆକ୍ଟ ଅଧୀନରେ ତାଙ୍କୁ ଗିରଫ କରାଯାଇଛି । ଗତକାଲି ରବିବାର ସକାଳେ ଇଡି ସଞ୍ଜୟଙ୍କ ଘରେ ଚଢାଉ କରିଥିଲା । ରାଉତଙ୍କୁ ପଚରାଉଚୁରା ପରେ ସନ୍ଧ୍ୟାରେ ହେପାଜତକୁ ନେଇଥିଲା ଇଡି । ଏହା ପରେ ଗିରଫ କରିଛି । 'ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଙ୍ଗ୍ ଆକ୍ଟ୍, 2002 ' ଅନୁଯାୟୀ ଗିରଫ ହୋଇଥିବା ରାଉତଙ୍କୁ ଆଜି ଅପରାହ୍ନରେ 'ପିଏମ୍ଏଲ୍ଏ' ଅଦାଲତରେ ହାଜର କରାଯିବ ।

ମିଳିଥିବା ସୂଚନା ଅନୁସାରେ ସଞ୍ଜୟ ରାଉତଙ୍କ ଘରୁ ଗତକାଲି ଚଢାଉ ସମୟରେ 11 ଲକ୍ଷ 50 ହଜାର ଟଙ୍କା ନଗଦ ରାଶି ଜବତ କରାଇଯାଇଥିଲା । ସଞ୍ଜୟ ରାଉତ ମଧ୍ୟ ଇଡି କାର୍ଯ୍ୟାଳୟରେ ପହଞ୍ଚିବା ପରେ ଗଣମାଧ୍ୟମକୁ କହିଥିଲେ, ମହାରାଷ୍ଟ୍ରକୁ କମଜୋର କରିବା ପାଇଁ ଉଦ୍ୟମ କରାଯାଉଛି । ମୋ ଉପରେ ଯେତେ ବି ଚାପ ପକାଇଲେ ମୁଁ ନଇଁବି ନାହିଁ । ସଚ୍ଚା ଶିବସୈନିକ ଥିଲି ଆଉ ରହିବି । ଇଡି ମିଛ ପ୍ରମାଣ ତିଆରି କରି ଗିରଫ କରିବାକୁ ଚାହୁଁଛି ।












Click it and Unblock the Notifications