ନିର୍ବାଚନ ସମାବେଶରେ କରୋନା ଗାଇଡଲାଇନକୁ ଫୁ, ଆଜି ହେବ ସର୍ବଦଳୀୟ ବୈଠକ

ପଶ୍ଚିମବଙ୍ଗର ମୁଖ୍ୟ ନିର୍ବାଚନ ଅଧିକାରୀ ଆରିଜ ଆଫଫାବଙ୍କ ଦ୍ୱାରା ଏହି ବୈଠକ ଡକାଯାଇଛି । ଏହି ବୈଠକରେ ସେ ସମସ୍ତ ଦଳଙ୍କୁ ଜଣେ ଲେଖାଏଁ ପ୍ରତିନିଧୀଙ୍କୁ ପଠାଇବାକୁ କହିଛନ୍ତି ।

କୋଲକାତା : ଦେଶରେ ବଢୁଥିବା କରୋନା ସଂକ୍ରମଣ ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇଛି । ଅନେକ ରାଜ୍ୟରେ ୱିକେଣ୍ଡ ଲକଡାଉନ୍ ଏବଂ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଥିବା ବେଳେ ଅନ୍ୟପଟେ ବଙ୍ଗଳା ନିର୍ବାଚନରେ ​​ରାଲି, ରୋଡ୍ ସୋ ଏବଂ ନେତାଙ୍କ ପଦଯାତ୍ରା ସମୟରେ କରୋନା ଗାଇଡଲାଇନକୁ ଅମାନ୍ୟ କରାଯାଉଥିବା ଦେଖିବାକୁ ମିଳୁଛି । ଏହି ଅତ୍ୟନ୍ତ ଗମ୍ଭୀର ବିଷୟ ଉପରେ ନିର୍ବାଚନ ଆୟୋଗ ଆଜି ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି ।

Election Commission

ପଶ୍ଚିମବଙ୍ଗର ମୁଖ୍ୟ ନିର୍ବାଚନ ଅଧିକାରୀ ଆରିଜ ଆଫଫାବଙ୍କ ଦ୍ୱାରା ଏହି ବୈଠକ ଡକାଯାଇଛି । ଏହି ବୈଠକରେ ସେ ସମସ୍ତ ଦଳଙ୍କୁ ଜଣେ ଲେଖାଏଁ ପ୍ରତିନିଧୀଙ୍କୁ ପଠାଇବାକୁ କହିଛନ୍ତି । ଏହି ବୈଠକର ଏଜେଣ୍ଡା ହେଉଛି ବଙ୍ଗଳାର ଅବଶିଷ୍ଟ ଚାରିଟି ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର ସମୟରେ କରୋନା ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବା ନେଇ ଆଲୋଚନା କରିବା । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆୟୋଗ ଏହି ବୈଠକ ଡାକିଛନ୍ତି । କୋର୍ଟ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ କରୋନା ନିୟମ ସମ୍ବନ୍ଧରେ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କରୋନା ନିୟମ ପାଳନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ : ନିର୍ବାଚନ କମିଶନ

ଏହାପୂର୍ବରୁ ନିର୍ବାଚନ ଆୟୋଗ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ ଭିଡିଓ କନଫରେନ୍ସିଂରେ ବୈଠକ କରିଥିଲେ । ଯେଉଁଥିରେ ସମସ୍ତ କୋଭିଡ ପ୍ରୋଟୋକଲ ପାଳନ କରିବାକୁ କୁହାଯାଇଥିଲା ଏବଂ ନିର୍ବାଚନ ରାଲିରେ ଯଦି ଲୋକମାନେ କୋଭିଡ 19 ଗାଇଡଲାଇନକୁ ଅନୁସରଣ ନକରନ୍ତି ତେବେ ଏହାକୁ ବନ୍ଦ କରିବାକୁ ବୋଲି ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଆୟୋଗକୁ ନିବେଦନ କରିଛନ୍ତି

ସୂଚନାଯୋଗ୍ୟ ଯେ ରାଜ୍ୟରେ ବଢୁଥିବା କରୋନା ବିସ୍ତାର ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ନିର୍ବାଚନ ଆୟୋଗଙ୍କୁ ନିବେଦନ କରିଛନ୍ତି ଯେ କୋଭିଡ 19 ର ଭୟାବହତାକୁ ଦୃଷ୍ଟିରେ ରଖି ଅବଶିଷ୍ଟ ଚାରିଟି ପର୍ଯ୍ୟାୟ ଭୋଟ୍ ଗ୍ରହଣକୁ ଏକାସାଥିରେ କରାଯାଉ । ମମତା ପୂର୍ବରୁ ମଧ୍ୟ ଏକକାଳୀନ ବିଧାନସଭା ନିର୍ବାଚନ କରିବାକୁ ଆୟୋଗଙ୍କୁ କହିଥିଲେ, କିନ୍ତୁ ଏକାସାଙ୍ଗରେ ନିର୍ବାଚନ କରିବା ସମ୍ଭବ ନୁହେଁ ବୋଲି ଆୟୋଗ କହିଥିଲେ ।

ବାକି ଅଛି ଚାରିଟି ପର୍ଯ୍ୟାୟ ମତଦାନ

ଉଲ୍ଲେଖଯୋଗ୍ୟ, ବଙ୍ଗଳାରେ 8 ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି । ଚାରିଟି ପର୍ଯ୍ୟାୟ ମତଦାନ ଶେଷ ହୋଇଥିବାବେଳେ ଅନ୍ୟ ଚାରିଟି ପର୍ଯ୍ୟାୟ ମତଦାନ ବାକି ଅଛି । ପଞ୍ଚମ ପର୍ଯ୍ୟାୟ ମତଦାନ ଅପ୍ରେଲ 17ତାରିଖରେ ହେବ । ଏହାପରେ ଷଷ୍ଠ ପର୍ଯ୍ୟାୟ ଅପ୍ରେଲ 22 ରେ, ସପ୍ତମ ପର୍ଯ୍ୟାୟ 26 ଅପ୍ରେଲରେ ଅନୁଷ୍ଠିତ ହେବ ଏବଂ ଅଷ୍ଟମ ପର୍ଯ୍ୟାୟ ପାଇଁ ଅପ୍ରେଲ 29 ରେ ମତଦାନ ହେବ । ଆସନ୍ତା ମେ 2 ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+