For Quick Alerts
Turn On Notification  
For Daily Alerts
Oneindia App Download

LIVE : ସାତଟି ପର୍ଯ୍ୟାୟରେ ହେବ 5 ରାଜ୍ୟର ବିଧାନସଭା ନିର୍ବାଚନ

କେନ୍ଦ୍ରୀୟ ନିର୍ବାଚନ ଆୟୋଗ ପାଞ୍ଚଟି ରାଜ୍ୟ- ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ ଏବଂ ମଣିପୁରରେ ହେବାକୁ ଥିବା ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିବେ । ଏହି ରାଜ୍ୟଗୁଡିକରେ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ମାର୍ଚ୍ଚରେ ଶେଷ ହେବ ।

|

ନୂଆଦିଲ୍ଲୀ : କେନ୍ଦ୍ରୀୟ ନିର୍ବାଚନ ଆୟୋଗ ପାଞ୍ଚଟି ରାଜ୍ୟ- ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ ଏବଂ ମଣିପୁରରେ ହେବାକୁ ଥିବା ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିବେ । ଏହି ରାଜ୍ୟଗୁଡିକରେ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ମାର୍ଚ୍ଚରେ ଶେଷ ହେବ । ଏନେଇ ଆଜି ଅପରାହ୍ନ 3.30 ମିନିଟ ସମୟରେ ନିର୍ବାଚନ ଆୟୋଗ ଏକ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିବେ ।

ଏହା ପୂର୍ବରୁ ବିଶ୍ୱାସ କରାଯାଉଥିଲା ଯେ କରୋନା ଭାଇରସ ଯୋଗୁଁ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ କିଛି ସମୟ ପାଇଁ ସ୍ଥଗିତ ରଖାଯାଇପାରେ, କିନ୍ତୁ ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି ଯେ ନିର୍ବାଚନ ଠିକ୍ ସମୟରେ ହେବ ।

ପାଞ୍ଚ ରାଜ୍ୟର ନିର୍ବାଚନ ସମ୍ପର୍କିତ ଖବର ପାଇଁ ପଢନ୍ତୁ https://odia.oneindia.com/

Election

Newest First Oldest First
4:21 PM, 8 Jan

ମଣିପୁରରେ 27 ପେବୃଆରୀରେ ପ୍ରଥମ ପର୍ଯ୍ୟାୟ, 3 ମାର୍ଚ୍ଚରେ ହେବ ଦ୍ୱିତୀୟ ପର୍ଯ୍ୟାୟ ମତାଦନ ।
4:20 PM, 8 Jan

ମଣିପୁରରେ 2 ଟି ପର୍ଯ୍ୟାୟରେ ହେବ ମତଦାନ ।
4:18 PM, 8 Jan

UP ରେ ପ୍ରଥମ ପର୍ଯ୍ୟାୟରେ 10 ଫେବୃଆରୀ, ଦ୍ୱିତୀୟ ପର୍ଯ୍ୟାୟ - 14 ଫେବୃଆରୀ, ତୃତୀୟ ପର୍ଯ୍ୟାୟ - 20 ଫେବୃଆରୀ, ଚତୁର୍ଥ ପର୍ଯ୍ୟାୟ - 23 ଫେବୃଆରୀ, ପଞ୍ଚମ ପର୍ଯ୍ୟାୟ 27 ଫେବୃଆରୀ, ଷଷ୍ଠ ପର୍ଯ୍ୟାୟ 3 ମାର୍ଚ୍ଚ ଏବଂ ସପ୍ତମ ପର୍ଯ୍ୟାୟ ମତଦାନ 7 ମାର୍ଚ୍ଚ ରେ ହେବ ।
4:16 PM, 8 Jan

ମାର୍ଚ୍ଚ 10 ରେ ପାଞ୍ଚଟି ରାଜ୍ୟରେ ହେବ ଭୋଟ୍ ଗଣନା ।
4:16 PM, 8 Jan

ଫେବୃଆରୀ 14 ରେ ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆରେ ମତଦାନ ଅନୁଷ୍ଠିତ ହେବ ।
4:15 PM, 8 Jan

କେବଳ ଗୋଟିଏ ପର୍ଯ୍ୟାୟରେ ଉତ୍ତରାଖଣ୍ଡ, ଗୋଆ ଏବଂ ପଞ୍ଜାବରେ ନିର୍ବାଚନ ଅନୁଷ୍ଠିତ ହେବ ।
4:09 PM, 8 Jan

ସାତଟି ପର୍ଯ୍ୟାୟରେ ସରିବ 5 ରାଜ୍ୟର ମତଦାନ
4:05 PM, 8 Jan

ଡୋର ଟୁ ଡୋର କ୍ୟାମ୍ପେନ୍ ପାଇଁ 5 ଜଣଙ୍କୁ ମିଳିବ ଅନୁମତି - ମୁଖ୍ୟ ନିର୍ବାତନ କମିଶନର
4:04 PM, 8 Jan

ବିଜୟ ଶୋଭାଯାତ୍ରାକୁ ମିଳିବନି ଅନୁମତି - ମୁଖ୍ୟ ନିର୍ବାଚନ କମିଶନର
4:03 PM, 8 Jan

ସମସ୍ତ ଦଳ ଓ ପ୍ରାର୍ଥୀ ଡିଜିଟାଲ୍ ମୋଡରେ ପ୍ରଚାର କରିବାକୁ କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ରୋଡ ଶୋ, ପଦଯାତ୍ରା, ସମାବେଶ 15 ଜାନୁଆରୀ ପର୍ଯ୍ୟନ୍ତ ମନା ।
4:00 PM, 8 Jan

ଜାନୁଆରୀ 7 ତାରିଖ ସୁଦ୍ଧା ଗୋଆର 95 ପ୍ରତିଶତ ଲୋକ ଉଭୟ ଡୋଜ୍ ଟିକା ନେଇସାରିଛନ୍ତି ।
3:59 PM, 8 Jan

ପାଞ୍ଚ ରାଜ୍ୟର ମୋଟ 15 କୋଟି ଲୋକ କରୋନା ଟିକାର ପ୍ରଥମ ଡୋଜ୍ ନେଇଥିବା ବେଳେ 9 କୋଟି ଲୋକ ଉଭୟ ଡୋଜ୍ ନେଇ ସାରିଛନ୍ତି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର
3:56 PM, 8 Jan

ନିର୍ବାଚନ ଦାୟିତ୍ୱରେ ରହିବାକୁ ଥିବା ସମସ୍ତ କର୍ମଚାରୀ କୋଭିଡ୍ ଟାକାର ଦୁଇଟି ଡୋଜ୍ ନେବା ବାଧ୍ୟତାମୂଳକ ।
3:55 PM, 8 Jan

ପ୍ରତ୍ୟେକ ବୁଥରେ ମାତ୍ର 1250 ଜଣ ଭୋଟର ମତଦାନ କରିବେ - ମୁଖ୍ୟ ନିର୍ବାଚନ କମିଶନର
3:52 PM, 8 Jan

ବିଧାନସଭା ନିର୍ବାତନ ହେବାକୁ ଥିବା 5 ରାଜ୍ୟରେ କାର୍ଯ୍ୟକାରୀ ହେଲା ଆଦର୍ଶ ଆଚରଣ ସଂହିତା ।
3:51 PM, 8 Jan

କୋଭିଡ୍ ରୋଗୀଙ୍କ ପାଇଁ ପୋଷ୍ଚାଲ୍ ଭୋଟ୍ ସୁବିଧା ରହିବ - ମୁଖ୍ୟ ନିର୍ବାଚନ କମିଶନର
3:49 PM, 8 Jan

ଉଭୟ ଇଭିଏମ୍ ଏବଂ ଭିଭିପାଟ୍ ରହିବ । ପ୍ରାର୍ଥୀମାନେ ଅନଲାଇନ୍ ମାଧ୍ୟମରେ ମଧ୍ୟ ନାମାଙ୍କନ ଦାଖଲ କରିପାରିବେ ।
3:46 PM, 8 Jan

ଯାତାୟତକୁ ଦୃଷ୍ଟିରେ ରଖି ମତଦାନ ପ୍ରକୋଷ୍ଠ ତଳ ମହଲାରେ ରହିବ: ମୁଖ୍ୟ ନିର୍ବାଚନ କମିଶନର
3:45 PM, 8 Jan

ପ୍ରାର୍ଥୀ ମାନେ ନିଜ ନାମରେ ଥିବା ଅପରାଧିକ ମାମଲା ସମ୍ପର୍କରେ ତିନି ଥର ବିଭିନ୍ନ ଗଣମାଧ୍ୟମ ମାଧ୍ୟମରେ ସୂଚନା ଦେବେ । ଏଥି ସହିତ ଦଳମାନେ ମଧ୍ୟ ଏନେଇ ସୂଚନା ଦେବେ ।
3:43 PM, 8 Jan

ଦିବ୍ୟାଙ୍ଗଙ୍କ ପାଇଁ ସ୍ତତନ୍ତ୍ର ସୁବିଧା ଉପଲବ୍ଧ ହେବ । ହ୍ୱିଲ ଚେୟାର, ପାର୍କିଂ ସୁବିଧା ସହ ସ୍ୱେଚ୍ଛାସେବୀ ନିୟୋଜନ କରାଯିବ ।
3:42 PM, 8 Jan

ସିଇସି ସୁଶୀଲ ଚନ୍ଦ୍ର କହିଛନ୍ତି ଯେ 3 ଟି ଲକ୍ଷ୍ୟ ରେ କାମ କରିଛନ୍ତି । ଏହି ଲକ୍ଷ୍ୟଗୁଡ଼ିକ ହେଉଛି - କୋଭିଡ ନିରାପଦ ନିର୍ବାଚନ, ସହଜ ନିର୍ବାଚନ ଏବଂ ସର୍ବାଧିକ ମତଦାନ
3:41 PM, 8 Jan

ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଆବଶ୍ୟକୀୟ ସୁବିଧା ଯଥା ମାସ୍କ, ସାନିଟାଇଜର ଇତ୍ୟାଦି ରହିବ - CEC
3:41 PM, 8 Jan

29 ପ୍ରତିଶତ ଭୋଟର ପ୍ରଥମ ଥର ପାଇଁ ଭୋଟ୍ ଦେବେ - ସିଇସି ସୁଶୀଲ ଚନ୍ଦ୍ର
3:40 PM, 8 Jan

ନିର୍ବାଚନରେ ​​18.3 କୋଟି ଭୋଟର ଅଂଶଗ୍ରହଣ କରିବେ । ଏଥି ମଧ୍ୟରୁ 8.55 କୋଟି ମହିଳା ବୋଟର ଅଛନ୍ତି ।
3:39 PM, 8 Jan

5 ଟି ରାଜ୍ୟର 690 ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ହେବ ମତଦାନ
3:36 PM, 8 Jan

ସମସ୍ତ ନିର୍ବାଚନ ରାଜ୍ୟରେ ଅଧିକାରୀଙ୍କ ସହ ବୈଠକ ଅନୁଷ୍ଠିତ ହୋଇଥିଲା: ମୁଖ୍ୟ ନିର୍ବାଚନ କମିଶନର
3:35 PM, 8 Jan

କୋଭିଡ୍ ଗାଇଡଲାଇନ୍ ପାଳନ କରି ହେବ ନିର୍ବାଚନ ।
3:33 PM, 8 Jan

ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଘୋଷଣା କରୁଛନ୍ତି ମୁଖ୍ୟ ନିର୍ବାଚନ କମିଶନର ।
3:30 PM, 8 Jan

ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ର ECI ଅଧିକାରୀଙ୍କ ସହ ଉତ୍ତରପ୍ରଦେଶ ସମେତ ପାଞ୍ଚଟି ରାଜ୍ୟ ପାଇଁ ମତଦାନ କାର୍ଯ୍ୟସୂଚୀ ଘୋଷଣା କରିବାକୁ ବିଜ୍ଞାନ ଭବନରେ ପହଞ୍ଚିଛନ୍ତି ।
2:18 PM, 8 Jan

ସମ୍ପ୍ରତି ନିର୍ବାଚନ ଆୟୋଗ ପାଞ୍ଚଟି ରାଜ୍ୟରେ ନିର୍ବାଚନ ସମ୍ପର୍କିତ ସମସ୍ତ ରାଜ୍ୟ ପରିଦର୍ଶନ କରି କରୋନା ଭାଇରସ ପରିସ୍ଥିତି ଏବଂ ନିର୍ବାଚନ ପ୍ରସ୍ତୁତି ବିଷୟରେ ଅନୁଧ୍ୟାନ କରିଥିଲେ ।
READ MORE

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
EC announcing five states election date at today 3 PM
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X