ବିଜେପି ନେତା ହେମନ୍ତ ବିଶ୍ୱ ଧମକ ଦେଇଥିବା ଅଭିଯୋଗ କରିଛି କଂଗ୍ରେସ, ନୋଟିସ ଜାରି କଲେ ନିର୍ବାଚନ କମିଶନ
କଂଗ୍ରେସ ଅଭିଯୋଗ କରିଛି ଯେ ହେମନ୍ତ ବିଶ୍ୱ ଶର୍ମା ତାଙ୍କ ସହକର୍ମୀ ତଥା ବୋଡୋଲାଣ୍ଡର ଚେୟାରମ୍ୟାନଙ୍କୁ ଧମକ ଦେଇଛନ୍ତି ଯେ, କେନ୍ଦ୍ରୀୟ ଏଜେନ୍ସିମାନଙ୍କ ଦ୍ୱାରା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଇବେ ।
ନୂଆଦିଲ୍ଲୀ : ଆସାମ ବିଧାନସଭା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଚାଲିଛି । ଏହି ପର୍ଯ୍ୟାୟରେ 39 ଟି ଆସନରେ ମତଦାନ ଜାରି ରହିଛି । ସେପଟେ ନିର୍ବାଚନ ଆୟୋଗ ଆସାମ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ହେମନ୍ତ ବିଶ୍ୱ ଶର୍ମାଙ୍କୁ ନୋଟିସ ପଠାଇଛନ୍ତି । ନିର୍ବାଚନ ଆୟୋଗ ହେମନ୍ତଙ୍କୁ 2 ଏପ୍ରିଲରେ ଅପରାହ୍ନ 5 ଟା ସୁଦ୍ଧା ଅର୍ଥାତ୍ ଶୁକ୍ରବାର ଦିନ ଉତ୍ତର ଦେବାକୁ କହିଛନ୍ତି । ଆପଣଙ୍କୁ କହିରଖୁଛୁ, ହେମନ୍ତ ବିଶ୍ୱ ଶର୍ମାଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ ଆସିଛି । କଂଗ୍ରେସ ଅଭିଯୋଗ କରିଛି ଯେ ହେମନ୍ତ ବିଶ୍ୱ ଶର୍ମା ତାଙ୍କ ସହକର୍ମୀ ତଥା ବୋଡୋଲାଣ୍ଡର ଚେୟାରମ୍ୟାନଙ୍କୁ ଧମକ ଦେଇଛନ୍ତି ଯେ, କେନ୍ଦ୍ରୀୟ ଏଜେନ୍ସିମାନଙ୍କ ଦ୍ୱାରା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଇବେ ।

କୁହାଯାଉଛି ଯେ, ହାଗ୍ରାମା ମୋହିଲାରୀଙ୍କୁ ଧମକପୂର୍ଣ୍ଣ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ନିର୍ବାଚନ ଆୟୋଗ ବିଜେପି ନେତା ହେମନ୍ତ ବିଶ୍ୱ ଶର୍ମାଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।
ସୂଚନାଯୋଗ୍ୟ, ଅପରାହ୍ନ 3.30 ଟା ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟରେ 63.03 ପ୍ରତିଶତ ଭୋଟ୍ ହୋଇଛି । ନିର୍ବାଚନ ଆୟୋଗଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଯେଉଁ 39 ଟି ଆସନ ମଧ୍ୟରୁ ନିର୍ବାଚନ ଚାଲିଛି, 26 ଜଣ ମହିଳାଙ୍କ ସମେତ 345 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ 27 ମାର୍ଚ୍ଚରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ପାଇଁ ଭୋଟ୍ ଏପ୍ରିଲ୍ 6 ରେ ଅନୁଷ୍ଠିତ ହେବ ଏବଂ ସମସ୍ତ ରାଜ୍ୟର ଫଳାଫଲ ଆସନ୍ତା 2 ରେ ପ୍ରକାଶ ପାଇବ ।












Click it and Unblock the Notifications