Get Updates
Get notified of breaking news, exclusive insights, and must-see stories!

ଡକ୍ଟର ଅଜୟ କୁମାରଙ୍କ କାନ୍ଧରେ ଓଡ଼ିଶା କଂଗ୍ରେସ ଭାର

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପୂର୍ବରୁ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛି କଂଗ୍ରେସ । 2024 ଲୋକସଭା ନିର୍ବାଚନ ଓ ଓଡ଼ିଶା ବିଧାନସଭା ନିର୍ବାଚନ ପୂର୍ବରୁ ଜାତୀୟ କଂଗ୍ରେସ ରାଜ୍ୟରେ ପ୍ରଭାରୀରେ ପରିବର୍ତ୍ତନ କରିଛି ।

Dr Ajoy Kumar

ଓଡ଼ିଶା ପ୍ରଦେଶ କଂଗ୍ରେସ ପାଇଁ ନୂଆ ପ୍ରଭାରୀ ନିଯୁକ୍ତ କରିଛି କଂଗ୍ରେସ । ଡକ୍ଟର ଅଜୟ କୁମାରଙ୍କୁ ପିସିସିର ନୂଆ ପ୍ରଭାରୀ ଦାୟିତ୍ୱ ମିଳିଛି । ଏହା ପରେ ଚେଲ୍ଲା କୁମାରଙ୍କ ସ୍ଥାନ ନେଇଛନ୍ତି ଡକ୍ଟର ଅଜୟ କୁମାର । ଝାଡ଼ଖଣ୍ଡ ଜାମସେଦପୁରର ପୂର୍ବତନ ସାଂସଦ ଅଜୟ କୁମାର । ଓଡ଼ିଶା ସହିତ ତାଙ୍କୁ ତାମିଲନାଡୁ ଓ ପୁଡୁଚେରୀରର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ଅନ୍ୟପକ୍ଷରେ ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ ଥିବା ଚେଲ୍ଲା କୁମାରଙ୍କୁ ମେଘାଳୟ, ମିଜୋରାମ ଓ ଅରୁଣାଚଳ ପ୍ରଦେଶ କଂଗ୍ରେସର ପ୍ରଭାରୀ କରିଛି ଏଆଇସିସି । ଏହା ସହିତ ଅନ୍ୟ କିଛି ରାଜ୍ୟରେ ମଧ୍ୟ ନୂଆ ଦଳୀୟ ପ୍ରଭାରୀ ନିଯୁକ୍ତ କରିଛି ଏଆଇସିସି ।

ସଚିନ ପାଇଲଟଙ୍କୁ ଛତିଶଗଡ଼ କଂଗ୍ରେସ ପ୍ରଭାରୀ କରାଯାଇଥିବା ବେଳେ ରମେଶ ଚେନ୍ନିଥାଲାଙ୍କୁ ମହାରାଷ୍ଟ୍ର, ମୋହନ ପ୍ରକାଶଙ୍କୁ ବିହାର, ରାଜୀବ ଶୁକ୍ଳାଙ୍କୁ ହିମାଚଳ ପ୍ରଦେଶ ଓ ଚଣ୍ଡିଗଡ଼, ମୁକୁଲ ୱାସନିକ୍‌ଙ୍କୁ ଗୁଜରାଟ, ସୁଖଜିନ୍ଦର ସିଂହ ରାନ୍ଧ୍ୱାଙ୍କୁ ରାଜସ୍ଥାନ, ଦେବେନ୍ଦ୍ର ଯାଦବଙ୍କୁ ପଞ୍ଜାବ, ମାନିକରାଓ ଠାକରେଙ୍କୁ ଗୋଆ, ଡାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଲୀ, ଗିରିଶ ଚୋଡ଼ଙ୍କରଙ୍କୁ ତ୍ରିପୁରା, ସିକ୍କିମ, ମଣିପୁର ଓ ନାଗାଲାଣ୍ଡ, ଏମ୍ ଟାଗୋରଙ୍କୁ ଆନ୍ଧ୍ର ପ୍ରଦେଶ, ଆଣ୍ଡାମାନ ଓ ନିକୋବର କଂଗ୍ରେସର ପ୍ରଭାରୀ ଭାବେ ନିଯୁକ୍ତ ଦେଇଛି ଏଆଇସିସି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+