ଅଳ୍ପକେ ବର୍ତ୍ତିଲେ କଂଗ୍ରେସ ନେତା ଶିବକୁମାର, ହେଲିକପ୍ଟରରେ ମାଡ଼ ହେଲା ଚିଲ

ବାଙ୍ଗଲୋର : କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାରଙ୍କ ହେଲିକପ୍ଟର ମଙ୍ଗଳବାର ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ହେଲିକପ୍ଟର ସହ ଏକ ଚିଲ ଧକ୍କା ହୋଇଥିଲା । ଫଳରେ ହେଲିକପ୍ଟରର ୱିଣ୍ଡିଶିଲ୍ଡ ଭାଙ୍ଗି ଯାଇଛି ।
ଏଥିରେ କାହାର କିଛି କ୍ଷତି ହୋଇ ନଥିବା ଜଣାପଡ଼ିଛି । ଏହି ଦୁର୍ଘଟଣାରେ ତାଙ୍କ କ୍ୟାମେରାମ୍ୟାନ ସାମାନ୍ୟ ଆହତ ହୋଇଛନ୍ତି । ଏକ ବଡ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି ।
ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଏକ ରାଲିକୁ ସମ୍ବୋଧନ ପାଇଁ ଡି.କେ ଶିବକୁମାର ହେଲିକପ୍ଟର ଯୋଗେ ମୁଲାବାଗିଲୁ ଯାଉଥିଲେ । ହୋସକୋଟେ ନିକଟରେ ଏହି ଦୁର୍ଘଟଣା ଘଟିଛି ।
ପକ୍ଷୀ ଧକ୍କା ହେବା ପରେ ହେଲିକପ୍ଟରକୁ ବେଙ୍ଗାଲୁରୁର HAL ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା ।












Click it and Unblock the Notifications