ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡ଼ି, ଜାଣନ୍ତୁ କାହାକୁ ମିଳିଛି କେଉଁ ଜିଲ୍ଲା ଦାୟିତ୍ୱ

ନୂଆ ତାଲିକା ଅନୁସାରେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ଚନ୍ଦ୍ର ସାରଥୀ ବେହେରା, ଅତନୁ ସବ୍ୟସାଚୀ ନାୟକ, ସୁଶାନ୍ତ ସିଂହଙ୍କୁ ଦୁଇଟି ଲେଖାଏଁ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି ।

ଭୁବନେଶ୍ୱର : ରାଜ୍ୟର ସମସ୍ତ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ବିଜେଡ଼ି । ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜେଡ଼ିର ନେତାଙ୍କୁ ମିଳିଛି ଏହି ଦାୟିତ୍ୱ । ଏହି ନୂଆ ତାଲିକାକୁ ପ୍ରକାଶ କରିଛନ୍ତି ବିଜେଡି ସାଧାରଣ ସମ୍ପାଦକ ( ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ।

bjd

ନୂଆ ତାଲିକା ଅନୁସାରେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ଚନ୍ଦ୍ର ସାରଥୀ ବେହେରା, ଅତନୁ ସବ୍ୟସାଚୀ ନାୟକ, ସୁଶାନ୍ତ ସିଂହଙ୍କୁ ଦୁଇଟି ଲେଖାଏଁ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି ।

ପ୍ରଣବ ପ୍ରକାଶ ଦାଶଙ୍କୁ କେନ୍ଦୁଝର ଏବଂ ମୟୁରଭଞ୍ଜର ସଙ୍ଗଠନ ଦାୟିତ୍ୱ ମିଳିଥିବା ବେଳେ ରାୟଗଡା ଓ ଗଜପତି ଦାୟିତ୍ୱରେ ଅଛନ୍ତି ଅତନୁ ସବ୍ୟସାଚୀ ନାୟକ । ସେହିପରି ସୁଶାନ୍ତ ସିଂହଙ୍କ ଉପରେ ରହିଛି ପଶ୍ଚିମ ଓଡ଼ିଶାର ସଙ୍ଗଠନକୁ ସୁଦୃଢ କରିବା ନେଇ ବଲାଙ୍ଗୀର ଓ ଦେବଗଡ଼ର ଦାୟିତ୍ୱ । କୋରାପୁଟ ଓ ମାଲକାନଗିରିର ଦାୟିତ୍ୱ ଚନ୍ଦ୍ରସାରଥୀଙ୍କ ହାତରେ ଦେଇଛି ଦଳ ।

ଏହା ବ୍ୟତୀତ ଅନୁଗୁଳ ପାଇଁ ପ୍ରଶାନ୍ତ ମୁଦୁଲି, ବାଲେଶ୍ୱର ପାଇଁ ପ୍ରତାପ କେଶରୀ ଦେବ, ବରଗଡ଼ ପାଇଁ ସୁଧିର କୁମାର ସାମଲ, ଭଦ୍ରକ ପାଇଁ ପ୍ରଣବ ବଳବନ୍ତରାୟଙ୍କୁ ମିଳିଛି ଦାୟିତ୍ୱ ।

ସୌଭାଗ୍ୟ ନାୟକଙ୍କ ହାତରେ ବୌଦ୍ଧର ଦାୟିତ୍ୱ ଥିବାବେଳେ କଟକ ପାଇଁ ଉଷା ଦେବୀ, ଢେଙ୍କାନାଳ ପାଇଁ ବିଜୟ ନାୟକ, ଗଞ୍ଜାମ ପାଇଁ ପ୍ରଫୁଲ୍ଲ ମଲ୍ଲିକ, ଜଗତସିଂହପୁର ପାଇଁ ସମୀର ରଞ୍ଜନ ଦାସଙ୍କୁ ମିଳିଛି ଦାୟିତ୍ୱ ।

ଯାଜପୁର ଜିଲ୍ଲା ପାଇଁ ଅଶୋକ ଚନ୍ଦ୍ର ପଣ୍ଡା, ଝାରସୁଗୁଡ଼ା ପାଇଁ ସୁବାସ ସିଂହ, କଳାହାଣ୍ଡି ପାଇଁ ନବ କିଶୋର ଦାସ, କନ୍ଧମାଳ ପାଇଁ ପ୍ରତାପ ଜେନା, କେନ୍ଦ୍ରାପଡ଼ା ପାଇଁ ଦେବାଶିଷ ସାମନ୍ତରାୟ, ଖୋର୍ଦ୍ଧା ପାଇଁ ପ୍ରମିଳା ମଲ୍ଳିକ, ନବରଙ୍ଗପୁର ପାଇଁ ତୁଷାରକାନ୍ତି ବେହେରା, ନୟାଗଡ଼ ପାଇଁ ପଦ୍ମନାଭ ବେହେରା, ନୂଆପଡ଼ା ପାଇଁ ଦିବ୍ୟଶଙ୍କର ମିଶ୍ର, ପୁରୀ ପାଇଁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସମ୍ୱଲପୁର ପାଇଁ ନଳନୀକାନ୍ତ ପ୍ରଧାନ, ସୁବର୍ଣ୍ଣପୁର ପାଇଁ ପ୍ରଦୀପ କୁମାର ଅମାତ, ସୁନ୍ଦରଗଡ଼ ପାଇଁ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+