ସଂସଦ ମୌସୁମୀ ଅଧିବେଶନ : ସାଂସଦମାନଙ୍କ ପାଇଁ ନିର୍ଦ୍ଦେଶାବଳୀ, ଗୃହରେ ଉଡ଼ାଇ ପାରିବେନି ପାମ୍ପଲେଟ୍
ସଂସଦର ମୌସୁମୀ ଅଧିବେଶନ ଜୁଲାଉଇ 18 ତାରିଖରେ ଆରମ୍ଭ ହେବା ପୂର୍ବରୁ ମାନ୍ୟବର ସଦସ୍ୟମାନଙ୍କ ପାଇଁ ଆଡ଼ଭାଇଜରି ଜାରି କରାଯାଇଛି । ସାଂସଦମାନଙ୍କୁ ଗୃହରେ କୌଣସି ପାମ୍ପଲେଟ୍, ଲିଫଲେଟ୍ ଏବଂ ପ୍ଲାକାର୍ଡ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି ।
ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ଜୁଲାଉଇ 18 ତାରିଖରେ ଆରମ୍ଭ ହେବା ପୂର୍ବରୁ ମାନ୍ୟବର ସଦସ୍ୟମାନଙ୍କ ପାଇଁ ଆଡ଼ଭାଇଜରି ଜାରି କରାଯାଇଛି । ସାଂସଦମାନଙ୍କୁ ଗୃହରେ କୌଣସି ପାମ୍ପଲେଟ୍, ଲିଫଲେଟ୍ ଏବଂ ପ୍ଲାକାର୍ଡ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି । ଏହି ନିର୍ଦ୍ଦେଶନାମା ଲୋକସଭା ସଚିବାଳୟ ଦ୍ୱାରା ଜାରି କରାଯାଇଛି ।

ଏହି ନିର୍ଦ୍ଦେଶ ଅନୁଯାୟୀ, ଲୋକସଭାର ବାଚସ୍ପତିଙ୍କ ଅନୁମତି ବିନା ଗୃହରେ କୌଣସି ସାହିତ୍ୟ, ପ୍ରଶ୍ନପତ୍ର, ପାମ୍ପଲେଟ୍, ପ୍ରେସ୍ ନୋଟ୍, ଲିଫଲେଟ୍ କିମ୍ବା କୌଣସି ମୁଦ୍ରିତ ସ୍ଲିପ୍ ବଣ୍ଟନ କରାଯାଇ ପାରିବ ନାହିଁ । ଏହା ସହିତ ସଂସଦ ଗୃହ ପରିସର ମଧ୍ୟରେ ପ୍ଲାକାର୍ଡ ବ୍ୟବହାର ମଧ୍ୟ ନିଷେଧ କରାଯାଇଛି ।
ଆପଣଙ୍କୁ କହି ରଖୁଛୁ ଗତକାଲି ଅନ୍ୟ ଏକ ଆଡଭାଇଜରି ଜାରି କରି ସଂସଦ ପରିସରରେ କୌଣସି ଧାରଣା, ପ୍ରଦର୍ଶନ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାର ଗୋଟିଏ ଦିନ ପୂର୍ବରୁ ସଂସଦ ସଚିବାଳୟ ପକ୍ଷରୁ ଏକ ଅସଂସଦୀୟ ଶବ୍ଦ ତାଲିକା ଜାରି କରାଯାଇଥିଲା । ଏହାକୁ ନେଇ ବିରୋଧୀ ସରାକରଙ୍କୁ ଟାର୍ଗେଟ୍ କରିବା ସହ ଏ ସମସ୍ତ ନିୟମ ନ ମାନିବା ନେଇ କହିଛନ୍ତି ।
ପୂର୍ବରୁ ଏଭଳି ଅନେକ ଘଟଣା ଘଟିଛି, ଯେଉଁଥିରେ ମାନ୍ୟବର ସଦସ୍ୟମାନେ ସଂସଦରେ ପାମ୍ପଲେଟ୍ ଏବଂ ପ୍ଲାକାର୍ଡ ବ୍ୟବହାର କରିବା ସହ ଏହାକୁ ପକାଇବା ନଜର ଆସିଛନ୍ତି । ବିରୋଧୀ ସାଂସଦମାନେ ନିଜ ଆସନରୁ ପ୍ଲାକାର୍ଡ ଫିଙ୍ଗିଥିବାର ନଜର ଆସିଛନ୍ତି । ରାଜ୍ୟସଭାର କିଛି ଅଧିବେଶନରେ ଏହା ଦେଖାଯାଇଛି ଯେ ସଂସଦର ସଦସ୍ୟମାନେ ସମଗ୍ର ପ୍ରକ୍ରିୟାରେ ପ୍ଲାକାର୍ଡ ଧରିଥାନ୍ତି ଏବଂ ବେଳେବେଳେ ପ୍ଲାକାର୍ଡ ଏବଂ ପାମ୍ପଲେଟ୍ ଚିରି ଚେୟାରରେ ଫିଙ୍ଗିଥାନ୍ତି ।












Click it and Unblock the Notifications