ମୋହନ ଭାଗବତଙ୍କୁ ଦିଗଜୟଙ୍କ ପ୍ରଶ୍ନ : ଯଦି ହିନ୍ଦୁ-ମୁସଲମାନର ଡିଏନ୍ଏ ଗୋଟିଏ, ତେବେ ଲଭ୍ ଜିହାଦ୍ ଆଇନର ଆବଶ୍ୟକତା କ'ଣ ?
ଯଦି ହିନ୍ଦୁ ଏବଂ ମୁସଲମାନମାନଙ୍କର ଡିଏନ୍ଏ ସମାନ, ତେବେ ଧର୍ମ ପରିବର୍ତ୍ତନ ବିରୁଦ୍ଧରେ ଆଇନର ବ୍ୟବହାର କ'ଣ ଫାଇଦା ? 'ଲଭ୍ ଜିହାଦ' ବିରୋଧରେ ଆଇନର କ'ଣ ଆବଶ୍ୟକ ?
ନୂଆଦିଲ୍ଲୀ : ଆସନ୍ତା ବର୍ଷ ଉତ୍ତରପ୍ରଦେଶ, ଉତ୍ତରଖଣ୍ଡ, ପଞ୍ଜାବ ସମେତ ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହି ସମୟରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ଗଙ୍ଗା-ଜମୁନି ତେହଜିବ ପ୍ରସଙ୍ଗ ଉଠାଇଛନ୍ତି । ହିନ୍ଦୁ-ମୁସଲମାନର DNA କୁ ମଧ୍ୟ ଏକ ହୋଲି କହିଛନ୍ତି । ଏହା ପରେ ଦେଶର ରାଜନୀତିରେ ଉତ୍ତେଜନା ଦେଖାଦେଇଛି । ଆହୁରି ମଧ୍ୟ, ବର୍ତ୍ତମାନ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତଙ୍କୁ ସମାଲୋଚନା କରି ଡିଏନ୍ଏ ବିଷୟରେ ଅନେକ ପ୍ରଶ୍ନ ପଚାରିଛନ୍ତି ।

ମଧ୍ୟପ୍ରଦେଶର ସେହୋରରେ ଗଣମାଧ୍ୟମ ସହ ଆଲୋଚନା ବେଳେ ଦିଗବିଜୟ ସିଂହ କହିଛନ୍ତି ଯେ, ଯଦି ହିନ୍ଦୁ ଏବଂ ମୁସଲମାନମାନଙ୍କର ଡିଏନ୍ଏ ସମାନ, ତେବେ ଧର୍ମ ପରିବର୍ତ୍ତନ ବିରୁଦ୍ଧରେ ଆଇନର ବ୍ୟବହାର କ'ଣ ଫାଇଦା ? 'ଲଭ୍ ଜିହାଦ' ବିରୋଧରେ ଆଇନର କ'ଣ ଆବଶ୍ୟକ ? ତେଣୁ ଏହାର ଅର୍ଥ ମୋହନ ଭାଗବତ ଏବଂ ଓୱାଇସିଙ୍କର DNA ସମାନ ।
ଏହା ସହିତ ସେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ କେନ୍ଦ୍ର ମନ୍ତ୍ରୀ ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି । ଆହୁକି ମଧ୍ୟ କହିଛନ୍ତି, କେନ୍ଦ୍ର କ୍ୟାବିନେଟରେ କିଏ ଆସିବ ଏବଂ କିଏ ଯିବ ସେ ନେଇ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନିଅନ୍ତି । ତେଣୁ ସେ ଏହା ଉପରେ ମନ୍ତବ୍ୟ ଦେବାକୁ ଚାହୁଁନାହାଁନ୍ତି ।
କ'ଣ ଥିଲା ମାମଲା ?
ଡକ୍ଟର ଖ୍ୱାଜା ଇଫ୍ତିଖାର ଅହମ୍ମଦଙ୍କ ଦ୍ୱାରା ଲିଖିତ ' ଦ ମିଟିଂ ଅଫ୍ ମାଇଣ୍ଡସ୍ : ଏକ ବ୍ରିଜିଂ ଇନିସିଏଟିଭ୍' ପୁସ୍ତକ ରିଲିଜ୍ ଅବସରରେ ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ ଗତ 40,000 ବର୍ଷ ଧରି ଆମେ ସମାନ ପୂର୍ବଜଙ୍କ ବଂଶଧର । ଭାରତର ଲୋକଙ୍କ DNA ସମାନ । ହିନ୍ଦୁ ଏବଂ ମୁସଲମାନ ଦୁଇଟି ଗୋଷ୍ଠୀ ନୁହଁନ୍ତି । ଏକତ୍ର ହେବାର କିଛି ନାହିଁ, ସେମାନେ ପୂର୍ବରୁ ଏକାଠି ଅଛନ୍ତି । ସେ କହିଛନ୍ତି ଯେ ହିନ୍ଦୁ-ମୁସଲମାନ ଏକତା ବିଭ୍ରାନ୍ତିକର, କାରଣ ସେମାନେ ଅଲଗା ନୁହଁନ୍ତି ବରଂ ଏକ । ପୂଜା ପଦ୍ଧତି ଆଧାରରେ ଲୋକଙ୍କୁ ଭିନ୍ନ କରାଯାଇପାରିବ ନାହିଁ ।
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ପୁଣି ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ, ଅନେକ ମୃତାହତ -
ହର୍ମୁଜ ପ୍ରଣାଳୀ ବନ୍ଦ ରହିବା ଉଚିତ୍- ମୋଜତାବା












Click it and Unblock the Notifications