Get Updates
Get notified of breaking news, exclusive insights, and must-see stories!

ପାକିସ୍ତାନୀ ସାମ୍ବାଦିକଙ୍କୁ କହିଲେ ଦିଗବିଜୟ -"ସରକାରରେ ଆସିଲେ ଧାରା 370 ଉପରେ ବିଚାର କରିବୁ"

କ୍ଲବହାଉସ୍ ଆପରେ ଜଣେ ପାକିସ୍ତାନୀ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ସିଂହ ଧାରା 370 ରଦ୍ଦ କରିବାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବା ନେଇ ସୂଚନା ଦେଇଛନ୍ତି, ଯାହାର ଅଡିଓ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲଭିୟ ଜାରି କରିଛନ୍ତି ।

ନୂଆଦିଲ୍ଲୀ : ନିଜ ମନ୍ତ୍ରବ୍ୟକୁ ନେଇ ସବୁବେଳେ ବିବାଦ ଘେରରେ ରହୁଥିବା କଂଗ୍ରେସର ଜଣେ ଭେଟେରାନ୍ ନେତା ପୁଣିଥରେ ବିଜେପିର ଟାର୍ଗେଟରେ ଆସିଛନ୍ତି । ଧାରା 370 ଉପରେ ଦିଗବିଜୟ ସିଂହଙ୍କ ଅଡ଼ିଓ ଜାରି ହେବା ପରେ ବିବାଦ ଉପୁଜିଛି, ଏହା ପରେ ବିଜେପି ତାଙ୍କୁ ଏବଂ କଂଗ୍ରେସକୁ କଡା ସମାଲୋଚନା କରିଛି । ନିକଟରେ, କ୍ଲବହାଉସ୍ ଆପରେ ଜଣେ ପାକିସ୍ତାନୀ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ସିଂହ ଧାରା 370 ରଦ୍ଦ କରିବାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବା ନେଇ ସୂଚନା ଦେଇଛନ୍ତି, ଯାହାର ଅଡିଓ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲଭିୟ ଜାରି କରିଛନ୍ତି । ଏହାକୁ ନେଇ ଦିଗବିଜୟ ସିଂହ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।

digvijay-singh

ଅମିତ ମାଲଭିୟଙ୍କ ଦ୍ୱାରା ପ୍ରକାଶିତ ଅଡିଓରେ ବାର୍ତ୍ତାଳାପ ସମୟରେ ଦିଗବିଜୟ ସିଂହ କ୍ଲବ ହାଉସରେ ଏକ ଚାଟ୍ ସମୟରେ କହିଥିଲେ ଯେ "କାଶ୍ମୀରରେ ଲୋକତନ୍ତ୍ର ନଥିଲା । ଯେତେବେଳେ ଧାରା 370 ରଦ୍ଦ କରାଗଲା ସେତେବେଳେ କୌଣସି 'ମାନବିକତା' ନଥିଲା କାରଣ ସେମାନେ ସମସ୍ତଙ୍କୁ ଗିରଫ କରିଥିଲେ । ଏହି ସମୟରେ 'କାଶ୍ମୀର' ହେଉଛି ଧର୍ମନିରପେକ୍ଷତାର ମୂଳ । କାରଣ ଗୋଟିଏ ମୁସଲମାନ ସଂଖ୍ୟାବହୁଳ ରାଜ୍ୟରେ ଜଣେ ହିନ୍ଦୁ ରାଜା ଥିଲେ ଏବଂ ଉଭୟ ଏକାଠି କାମ କରିଥିଲେ । ବାସ୍ତବରେ କାଶ୍ମୀରରେ ସଂରକ୍ଷଣ କାଶ୍ମୀର ପଣ୍ଡିତମାନଙ୍କୁ ଦିଆଯାଇଥିଲା, ତେଣୁ ଧାରା 370 ରଦ୍ଦ କରିବା ଏବଂ ଜାମ୍ମୁ -କାଶ୍ମୀରର ରାଜ୍ୟ ପାହ୍ୟା ହ୍ରାସ କରିବା ନିଷ୍ପତ୍ତି ଏକ ଦୁଃଖଦ । ଏହା ସହିତ ସେ କହିଛନ୍ତି ଯେ ଯଦି କଂଗ୍ରେସ ଦଳ ସରକାରରେ ଆସେ, ତେବେ ନିଶ୍ଚିତ ଭାବେ ଏହି ପ୍ରସଙ୍ଗର ପୁନର୍ବିଚାର କରାଯିବ ।

ଏହି ଅଡିଓକୁ ପ୍ରକାଶ କରି ବିଜେପି ଆଇଟି ସେଲ୍ ଅଧ୍ୟକ୍ଷ ମାଲଭିୟ ଲେଖିଛନ୍ତି ଯେ, ଏକ କ୍ଲବ ହାଉସ ଚାଟରେ ରାହୁଲ ଗାନ୍ଧୀଙ୍କ ବରିଷ୍ଠ ସହାୟକ ଦିଗବିଜୟ ସିଂହ ଜଣେ ପାକିସ୍ତାନୀ ସାମ୍ବାଦିକଙ୍କୁ କହିଛନ୍ତି ଯେ ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ସେ ଧାରା 370 ରଦ୍ଦ କରିବାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବେ । ପ୍ରକୃତରେ ? ପାକିସ୍ତାନ ଏହା ଚାହୁଁଛି ... " ।

ଦିଗବିଜୟ ସିଂହଙ୍କ ବିବୃତ୍ତି ପରେ ଏହାକୁ ନେଇ ବିଜେପି ଆକ୍ରମଣାତ୍ମକ ଢଙ୍ଗରେ ସମାଲୋଚନା ଆରମ୍ଭ କରିଦେଇଛି । କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଲେଖିଛନ୍ତି ଯେ, "କଂଗ୍ରେସର ପ୍ରଥମ ପ୍ରେମ ହେଉଛି ପାକିସ୍ତାନ । ଦିଗବିଜୟ ସିଂହ ରାହୁଲ ଗାନ୍ଧୀଙ୍କ ବାର୍ତ୍ତା ପାକିସ୍ତାନକୁ ପହଞ୍ଚାଇଛନ୍ତି । କାଶ୍ମୀର କୁ ଦଖଲ କରିବାରେ କଂଗ୍ରେସ ପାକିସ୍ତାନକୁ ସାହାଯ୍ୟ କରିବ ।"

ଏଥି ସହିତ, ବିଜେପି ଦାବି ଉପରେ ପ୍ରତିକ୍ରିୟା ପ୍ରକାଶ କରି ଦିଗବିଜୟ ସିଂହ କହିଛନ୍ତି, "ଯେ ଅଶିକ୍ଷିତ ଲୋକଙ୍କୁ Shall ଏବଂ Consider ମଧ୍ୟରେ ପାର୍ଥକ୍ୟ ବୁଝା ପଡ଼େନାହିଁ ।"

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+