ଚାଚା ବିଧାୟକ ହୈ ହମାରେ... ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ 22 ବର୍ଷୀୟ ପୁତୁରାଙ୍କ କରୋନା ଟିକା ନେଉଥିବା ଫଟୋ ଭାଇରାଲ

ସୋମବାର ଇନଷ୍ଟାଗ୍ରାମରେ ତନ୍ମୟ ଫଡନାଭିସ୍ ଟିକା ନେଉଥିବା ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋ ସୋଶାଲ୍ ମିଡ଼ିଆରେ ଭାଇରାଲ ହେବା ସହ ମହାରାଷ୍ଟ୍ର କଂଗ୍ରେସ ବର୍ତ୍ତମାନ ଦେବେନ୍ଦ୍ର ଫଡନାଭିସ୍ ଏବଂ ବିଜେପିକୁ କଡ଼ା ସମାଲୋଚନା କରିଛି ।

ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି (ବିଜେପି) ର ଦେବେନ୍ଦ୍ର ଫଡନାଭିସ୍ ଆଜିକାଲି ଭିନ୍ନ ଭିନ୍ନ ବିବାଦ ଘେରରେ ରହୁଛନ୍ତି । ଦେବେନ୍ଦ୍ର ଫଡନାଭିସଙ୍କ 22 ବର୍ଷୀୟ ପୁତୁରା ତନ୍ମୟ ଫଡନାଭିସଙ୍କ କରୋନା ଟିକା ଗ୍ରହଣ କରିବାର ଫଟୋ ଭାଇରାଲ ହେବାରେ ଲାଗିଛି । ମହାରାଷ୍ଟ୍ରର କଂଗ୍ରେସ ନେତା ଏକ ଟ୍ୱିଟ୍ ଜରିଆରେ ଦାବି କରିଛନ୍ତି ଯେ, ଦେବେନ୍ଦ୍ର ଫଡନାଭିସଙ୍କ ପୁତୁରାର ବୟସ 22 ବର୍ଷ ଏବଂ ସେ କୌଣସି ଫ୍ରଣ୍ଟଲାଇନ୍ ୱାର୍କର ନୁହଁ । ତେବେ ତାଙ୍କୁ କିପରି କରୋନା ଟିକା ଦିଆଗଲା ।

DevendraFadnavis

ସୂଚନାଯୋଗ୍ୟ, ସୋମବାର ଇନଷ୍ଟାଗ୍ରାମରେ ତନ୍ମୟ ଫଡନାଭିସ୍ ଟିକା ନେଉଥିବା ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋ ସୋଶାଲ୍ ମିଡ଼ିଆରେ ଭାଇରାଲ ହେବା ସହ ମହାରାଷ୍ଟ୍ର କଂଗ୍ରେସ ବର୍ତ୍ତମାନ ଦେବେନ୍ଦ୍ର ଫଡନାଭିସ୍ ଏବଂ ବିଜେପିକୁ କଡ଼ା ସମାଲୋଚନା କରିଛି । ଲୋକମାନେ ସୋସାଲ୍ ମିଡିଆରେ ଲେଖୁଛନ୍ତି ଯେ, ଏହି ଡାଇଲଗ୍ ସତ ହେଲା, "ଚାଚା ବିଧାୟକ ହୈ ହମାରେ..." ।

କୁହାଯାଉଛି ଯେ, ତନ୍ମୟ ଫଡନାଭିସ୍ କରୋନା ଟାକାର ଦୁଇଟି ଯାକ ଡୋଜ ନେଇଛନ୍ତି । ଗୋଟିଏ ମୁମ୍ବାଇରେ ଏବଂ ଅନ୍ୟଟି ନାଗପୁରର ଜାତୀୟ କର୍କଟ ପ୍ରତିଷ୍ଠାନରେ ।

ଦେଶରେ କେବଳ ଫ୍ରଣ୍ଟଲାଇନ କର୍ମଚାରୀ ଏବଂ 45 ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଦେଶବ୍ୟାପୀ ଟୀକାକରଣ ଅଭିଯାନ ଚାଲିଥିବାବେଳେ ଜଣେ 22 ବର୍ଷ ବୟସ୍କ ଯୁବକ କିପରି ଏହି ଟିକା ନେଇଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଏହି ଅନୁମତି କେଉଁଠାରେ ଦିଆଯାଇଛି ? କଂଗ୍ରେସ ନେତା ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟ୍ୟାଗ୍ କରି କହିଛନ୍ତି, ' ମୋଦୀ ଜି ଆପଣଙ୍କୁ କଣ ଦେବେନ୍ଦ୍ର ଫଡନାଭିସଙ୍କ ପୁତୁରା 45 ବର୍ଷୀୟ ଲାଗୁଛନ୍ତି ?

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+