ପୁଣି ଏକାଠି ନିର୍ବାଚନ ଲଢିବେ କି ଶିବସେନା-ବିଜେପି ? ଉତ୍ତର ରଖିଲେ ଦେବେନ୍ଦ୍ର ଫଡନାଭିସ୍
ମହା ବିକାଶ ଅଘାଡି (MVA) ରେ ହୋଇଥିବା ବିବାଦକୁ ନେଇ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ ଆସନ୍ତା ନିର୍ବାଚନରେ କାହା ସହ ସମ୍ପର୍କ ସ୍ଥାପନ କରିବେ କିମ୍ବା ଭାଙ୍ଗିବେ ତାହା ଶାସକ ମିଳିତ ସହଯୋଗୀଙ୍କ ଉପରେ ନିର୍ଭର କରେ ।
ମୁମ୍ବାଇ : ଗତ କିଛି ଦିନ ହେବ ମହାରାଷ୍ଟ୍ର ରାଜନୀତିରକୁ ନେଇ ରାଜନୈତିକ ମନାନେ ବିଭିନ୍ନ ଅଟକଳ କରିଆସୁଛନ୍ତି । ଶିବସେନା ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ଏକାଠି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି କଳ୍ପନାଜଳ୍ପନା ଚାଲିରହିଥିଲା । ବିଜେପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ନିର୍ବାଚନ ପୂର୍ବରୁ ମିଳିତ ମଞ୍ଚ ସମ୍ପର୍କରେ ଥିବା ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି ।

ରବିବାର (ଜୁନ୍ 20) ଦେବେନ୍ଦ୍ର ଫଡନାଭିସ୍ ନିଶ୍ଚିତ କରିଛନ୍ତି ଯେ, 'ମହାରାଷ୍ଟ୍ରର ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ଏକାକୀ ଲଢିବ । ଦେବେନ୍ଦ୍ରଙ୍କ ଏହି ମନ୍ତବ୍ୟ ବର୍ତ୍ତମାନ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛି । ମହା ବିକାଶ ଅଘାଡି (MVA) ରେ ହୋଇଥିବା ବିବାଦକୁ ନେଇ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ ଆସନ୍ତା ନିର୍ବାଚନରେ କାହା ସହ ସମ୍ପର୍କ ସ୍ଥାପନ କରିବେ କିମ୍ବା ଭାଙ୍ଗିବେ ତାହା ଶାସକ ମିଳିତ ସହଯୋଗୀଙ୍କ ଉପରେ ନିର୍ଭର କରେ ।
ବିଜେପି ନିଜ ବଳରେ ଏକାକୀ ନିର୍ବାଚନ ଲଢିବ ବୋଲି ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି । କାହା ସହିତ ରହିବେ, କାହାକୁ ଜୋତା ମାରିବେ ଏବମ କାହାକୁ ମାଳ ପିନ୍ଧାଇବେ ତାହା ମହା ବିକାଶ ଅଘାଡ଼ି ଉପରେ ନିର୍ଭର କରେ ।
କଂଗ୍ରେସ ବିଷୟରେ ଠାକରେଙ୍କ ପରୋକ୍ଷ ମନ୍ତବ୍ୟ ଉପରେ ଫଡନାଭିସ୍ କହିଛନ୍ତି, "ବିଜେପି ନିଜେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ । କାହା ସହ ମିଳିତ ମଞ୍ଚ ଗଠନ କରିବ ତାହା ମହା ବିକାଶ ଅଘାଡ଼ି ଉପରେ ନିର୍ଭର କରୁଛି । ଆମ ଧ୍ୟାନ କେବଳ ଜନତାଙ୍କ ସହ ଜଡ଼ିତ । ବିଜେପି ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଛି।"
ଅନ୍ୟପକ୍ଷରେ ମହାରାଷ୍ଟ୍ରର ମୁକ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପରୋକ୍ଷରେ କଂଗ୍ରେସକୁ ଆକ୍ଷେପ କରି କହିଛନ୍ତି ଯେ, "କିଛି ଲୋକ ଏକୁଟିଆ ଯାଇ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କହୁଛନ୍ତି । ଯଦି ଆମେ ଲୋକଙ୍କ ସମସ୍ୟାର ସମାଧାନ ପ୍ରତି ଧ୍ୟାନ ଦେବୁ ନାହିଁ ଏବଂ କେବଳ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା ବିଷୟରେ କହିବୁ, ତେବେ ରାଜନୀତିରେ ଲୋକମାନେ ଏପରି ଲୋକଙ୍କୁ ଚପଲରେ ପିଟନ୍ତି ।"
କଂଗ୍ରେସର ମହାରାଷ୍ଟ୍ର ପ୍ରମୁଖ୍ୟ ନାନା ପଟୋଲେ ଜୁନ୍ 14 ରେ ସୂଚାଇ ଦେଇଛନ୍ତି ଯେ, ଦଳ ଆଗାମୀ ବିଧାନସଭା ନିର୍ବାଚନରେ ଏକାକୀ ସଂଗ୍ରାମ କରିବ, ମହା ବିକାଶ ଅଘାଡ଼ି ସହ ନୁହେଁ । ନାନା ପାଟୋଲ କହିଥିଲେ, 'କଂଗ୍ରେସ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଏକାକୀ ଲଢିବ । ଯଦି ଦଳର ହାଇ କମାଣ୍ଡ ନିଷ୍ପତ୍ତି ନିଅନ୍ତି ତେବେ ମୁଁ ମୁଖ୍ୟମନ୍ତ୍ରୀଙ୍କ ଚେହେରା ହେବାକୁ ପ୍ରସ୍ତୁତ ଅଛି ।'
ଏହା ପରେ ଶନିବାର ଦିନ ନାନା ପଟୋଲେ ଆଶ୍ୱାସନା ଦେଇଛନ୍ତି ଯେ ପର୍ଯ୍ୟନ୍ତ ଅଗାଡ଼ି ସରକାର ଏହାର ପାଞ୍ଚ ବର୍ଷ କାର୍ଯ୍ୟକାଳ ଶେଷ ନକରିଛି, କଂଗ୍ରେସ ଉଦ୍ଧବ ଠାକରେଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିବ ।












Click it and Unblock the Notifications