ନଫିସା ଏବଂ ଲକି ଅଲିଙ୍କୁ ଭେଟିଲେ ଡେରେକ ଓ'ବ୍ରାଇନ୍, ଗୋଆ ବିଧାନସଭା ନିର୍ବାଚନ ପୂର୍ବରୁ ସରପ୍ରାଇଜ୍ ଦେବ ଟିଏମସି ?
ଗୋଆ ବିଧାନସଭା ନିର୍ବାଚନ ପୂର୍ବରୁ ଉଭୟ ଲକି ଅଲି ଏବଂ ନଫିସା ଅଲି ଟିଏମସିରେ ଯୋଗ ଦେଇଛନ୍ତି, କିନ୍ତୁ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ ବୋଲି ରାଜ୍ୟରେ ଚର୍ଚ୍ଚା ହେଉଛି ।
ନୂଆଦିଲ୍ଲୀ : କ୍ରମାଗତ ତୃତୀୟ ଥର ପାଇଁ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସରକାର ଗଠନ କରିବା ପରେ ଦଳ ବର୍ତ୍ତମାନ ବଙ୍ଗଳା ବାହାରେ ଏହାର ବିସ୍ତାର ଉପରେ ଧ୍ୟାନ ଦେଉଛି ଏବଂ ବର୍ତ୍ତମାନ ଗୋଆ ଏବଂ ତ୍ରିପୁରା ରାଜ୍ୟ ଉପରେ ନଜର ରଖିଛି । ଗୋଆରେ, ଟିଏମସି ଏକ 'ସଦସ୍ୟ ଯୋଡୋ' ଅଭିଯାନ ଚଳାଉଛି, ଯେଉଁଥିରେ ଦଳ ଷ୍ଚାର୍ ପାୱାରଙ୍କୁ ସାମିଲ କରିବାକୁ ଚାହୁଁଛି । ବାସ୍ତବରେ, ଦଳର ବରିଷ୍ଠ ନେତା ଡେରେକ ଓ'ବ୍ରାଇନ୍ ଗାୟକ ଲକି ଅଲି ଏବଂ କାର୍ଯ୍ୟକର୍ତ୍ତା ନଫିସା ଅଲିଙ୍କୁ ଭେଟିବା ପରେ ଏଭଳି ଘଟଣା ସାମ୍ନାକୁ ଆସୁଛି ।

ଏହି ସାକ୍ଷାତ ପରେ ରାଜନୈତିକ କରିଡରରେ କଳ୍ପନାଜଳ୍ପନା ସରଗରମ୍ ହୋଇଛି । ଗୋଆ ବିଧାନସଭା ନିର୍ବାଚନ ପୂର୍ବରୁ ଉଭୟ ଲକି ଅଲି ଏବଂ ନଫିସା ଅଲି ଟିଏମସିରେ ଯୋଗ ଦେଇଛନ୍ତି, କିନ୍ତୁ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ ବୋଲି ରାଜ୍ୟରେ ଚର୍ଚ୍ଚା ହେଉଛି । ନ୍ୟୁଜ୍ 18 ର ଖବର ଅନୁଯାୟୀ, ଡେରେକ ଓ'ବ୍ରାଇନ୍ କହିଛନ୍ତି ଯେ ଗୋଆରେ ଆମେ କେବଳ ରାଜନେତା ନୁହଁ ବରଂ ବିଭିନ୍ନ ବର୍ଗର ଲୋକଙ୍କୁ, ବିଶେଷ କରି ସାମାଜିକ ସେବା ଭାବନା ରଖୁଥିବା ଲୋକଙ୍କୁ ଭେଟୁଛୁ ।
ଆପଣଙ୍କୁ କହି ରଖୁଛୁ, ଶନିବାର ଦିନ ଡେରେକ ଓ'ବ୍ରାଇନ୍ ଲକି ଅଲି ଏବଂ ନଫିସା ଅଲିଙ୍କୁ ଭେଟିଥିଲେ । ଏହା ପରେ ନଫିସା ଅଲି ଇନଷ୍ଟାଗ୍ରାମରେ ଏକ ଚିତ୍ର ପୋଷ୍ଟ କରି କ୍ୟାପସନରେ ଖୁସି ବ୍ୟକ୍ତ କରି କହିଛନ୍ତି ଯେ ମମତା ବାନାର୍ଜୀ ଗୋଆରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେ ଆହୁରି ମଧ୍ୟ ଜୋର ଦେଇଛନ୍ତି ଯେ ଗୋଆ ଜଣେ ଭଲ ନେତା ଆବଶ୍ୟକ କରେ ଯିଏ ଭବିଷ୍ୟତ ବିଷୟରେ ଚିନ୍ତା କରିପାରିବ ।
ଉଲ୍ଲେଖଯୋଗ୍ୟ, ପ୍ରସିଦ୍ଧ ଗାୟକ ଲକି ଅଲି ମୁଖ୍ୟତଃ ଗୋଆରେ ରୁହନ୍ତି । ଲକି ଅଲିଙ୍କ ସହ ନାଫିସା ଅଲି ମଧ୍ୟ ଗୋଆରେ ରୁହନ୍ତି । ଯଦି ଏହି ଉଭୟ ଚେହେରା ଟିଏମସିରେ ଯୋଗ ଦିଅନ୍ତି, ତେବେ ଆଗାମୀ ସମୟରେ ଗୋଆରେ ଏହା ଦଳର ଏକ ବଡ଼ ସଫଳତା ହେବ । ଟିଏମସି ସୂତ୍ରରୁ ପ୍ରକାଶ ଯେ ଗୋଆ ନିର୍ବାଚନକୁ ନେଇ ଦଳ ଅତ୍ୟନ୍ତ ଗମ୍ଭୀର ଏବଂ ଦୁର୍ଗା ପୂଜା ପରେ ଅଭିଷେକ ବାନାର୍ଜୀ ମଧ୍ୟ ଗୋଆରେ ପହଞ୍ଚିପାରନ୍ତି ବୋଲି କୁହାଯାଉଛି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications