ନୋଟବନ୍ଦୀକୁ ଚାରିବର୍ଷ : ବିଶ୍ୱାସଘାତ ଦିବସ ରୂପେ ପାଳନ କଲା ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା କଂଗ୍ରେସ ପକ୍ଷରୁ ଆଜିର ଦିନକୁ ବିଶ୍ୱାସଘାତକ ଦିବସ ରୂପେ ପାଳନ କରାଯାଇଛି | ସାମ୍ପ୍ରତିକ ଅର୍ଥନୈତିକ ଦୁଃସ୍ଥିତି ପାଇଁ ପ୍ରଧାନମନ୍ତ୍ରୀଙ୍କର ଏହି ବିମୁଦ୍ରାୟନ ନିଷ୍ପତ୍ତି ସମ୍ପୂର୍ଣ୍ଣ ରୂପେ ଦାୟୀ ପ୍ରଧାନମନ୍ତ୍ରୀ |
ଭୁବନେଶ୍ୱର : ନଭେମ୍ବର 8 ତାରିଖ, 2016 ମସିହା ରାତି 8ଟାରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରି ବିମୁଦ୍ରାୟନ ଘୋଷଣା କରିଥିଲେ | ସେହିଦିନ ମଧ୍ୟରାତ୍ରିରୁ ଦେଶରେ ବହୁଳ ବ୍ୟବହୃତ ପାଞ୍ଚଶହ ଏବଂ ଏକ ହଜାର ଟଙ୍କିଆ ନୋଟ୍ ଅଚଳ ହେବ ବୋଲି ବାର୍ତ୍ତା ଦେଇଥିଲେ | ଆଜି ତାକୁ ଚାରି ବର୍ଷ ପୁରିଛି | ଦେଶରେ ସାମ୍ପ୍ରତିକ ଅର୍ଥନୈତିକ ଦୁଃସ୍ଥିତି ପାଇଁ ପ୍ରଧାନମନ୍ତ୍ରୀଙ୍କର ଏହି ବିମୁଦ୍ରାୟନ ନିଷ୍ପତ୍ତି ସମ୍ପୂର୍ଣ୍ଣ ରୂପେ ଦାୟୀ ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଛନ୍ତି | ତେଣୁ ଓଡ଼ିଶା କଂଗ୍ରେସ ପକ୍ଷରୁ ଆଜିର ଦିନକୁ ବିଶ୍ୱାସଘାତକ ଦିବସ ରୂପେ ପାଳନ କରାଯାଇଛି |
ବିମୁଦ୍ରାୟନ ଘୋଷଣା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିବା ଚାରୋଟି ପ୍ରମୁଖ କାରଣ କଳାଧନ ଉପରେ ରୋକ ଲାଗିବା, ଜାଲିନୋଟ କାରବାର ବନ୍ଦ ହେବ, ନକ୍ସଲବାଦ କାର୍ଯ୍ୟକଳାପ ବନ୍ଦ ହେବ ଓ ଆତଙ୍କବାଦୀ କାର୍ଯ୍ୟକଳାପ ଲୋପ ହେବା ଏ ସମସ୍ତ କଥା କେବଳ ଘୋଷଣରେ ହିଁ ରହିଗଲା ବୋଲି ଶ୍ରୀ ପଟ୍ଟନାୟକ ଅଭଯୋଗ କରିଛନ୍ତି | ବିମୁଦ୍ରାୟନ ପରବର୍ତୀ ଅବସ୍ଥାରେ କଳାଧନ ଓ ଜାଲିନୋଟ କାରବାର ବନ୍ଦ ହେବା ପରିବର୍ତେ ଯଥେଷ୍ଟ ବଢ଼ିଥିଲା | ଯେଉଁ ଉଦ୍ଦେଶ୍ୟ ରଖି ନରେନ୍ଦ୍ର ମୋଦି ବିମୁଦ୍ରାୟନ ଘୋଷଣା କରିଥିଲେ ସେ ଉଦ୍ଦେଶ୍ୟ ସାଧନ ହେଲା ନାହିଁ କିନ୍ତୁ ଦେଶର ଅର୍ଥବ୍ୟବସ୍ଥା କ୍ରମାଗତ ଭାବେ ବିଗତ ଚାରିବର୍ଷରେ ସଂପୂର୍ଣ୍ଣରୂପେ ଧୂଳିସାତ ହୋଇଥିବା ନେଇ ମନ୍ତ୍ରବ୍ୟ ଦେଇଛନ୍ତି |

କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର କହିଛନ୍ତି, ୨୦୧୪ ମସିହାରେ କେନ୍ଦ୍ରରେ କଂଗ୍ରେସ କ୍ଷମତାରୁ ଯିବା ସମୟରେ ଦେଶର ଘରୋଇ ସକଳ ଉତ୍ପାଦ (ଜିଡିପି) ପାଖାପାଖି ୮% ଥିଲା ବେଳେ ନୋଟବନ୍ଦୀ ପରବର୍ତ୍ତୀ ଅବସ୍ଥାରେ ଏହା କ୍ରମାଗତ ଭାବେ ହ୍ରାସପାଇ ୨୦୧୯ ମାର୍ଚ୍ଚମାସରେ ୩% କୁ ଚାଲିଆସିଥିଲା ଏବଂ ବର୍ତ୍ତମାନ କରୋନା ମହାମାରୀ ସମୟରେ ଏହା ବିଯୁକ୍ତ ୨୩%ରେ ପଂହଚିଲାଣି | ବିମୁଦ୍ରାୟନ ସମୟରେ ଦେଶରେ ଚଳନ୍ତି ୫ଶହ ଓ ହଜାରେ ଟଙ୍କିଆ ନୋଟ ଯାହାର ପରିମାଣ ୧୫ଲକ୍ଷ ୪୪ ହଜାର କୋଟି ଟଙ୍କା ଥିଲା ସେଥିରୁ ୯୯.୩ ପ୍ରତିଶତ ଯାହାକି ୧୫ଲକ୍ଷ ୩୩ ହଜାର କୋଟି ଟଙ୍କା ରିଜର୍ଭବ୍ୟାଙ୍କକୁ ଫେରିଆସିଥିଲା | ଅର୍ଥାତ ମାତ୍ର ୧୧ହଜାର କୋଟି ଟଙ୍କା ବ୍ୟାଙ୍କ ବ୍ୟବସ୍ଥାକୁ ଫେରିନଥିଲା | କିନ୍ତୁ ନୂଆ ନୋଟ ଛାପିବା ଏବଂ ବିମୁଦ୍ରାୟନ ପରିବର୍ତ୍ତୀ ପଦକ୍ଷେପ ନେବାରେ ରିଜର୍ଭ ବ୍ୟାଙ୍କ ୨୧ ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିଲେ | ତେଣୁ ଏଭଳି ପଦକ୍ଷେପ ଦ୍ୱାରା ଦେଶର ଅର୍ଥ ବ୍ୟବସ୍ଥା ଉପରେ ମୋଦି ସରକାର କୁଠାରଘାତ କରିଥିଲେ |
ବିମୁଦ୍ରାୟନ ଯୋଗୁଁ ଦେଶରେ ସାଧାରଣ ଜନତା ଏବଂ ବିଶେଷ ଭାବରେ ମଧ୍ୟବିତ୍ତ, ନିମ୍ନମଧ୍ୟବିତ୍ତ ଓ ଗରୀବଶ୍ରେଣୀର ଲୋକ ଭୟଙ୍କର ଭାବେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହୋଇଥିଲେ | ହଜାର ହଜାର କଳକାରଖାନା ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗଜଗତ ଉପରେ ଏହାର ନକରାତ୍ମକ ପ୍ରଭାବ ହେତୁ ଦେଶରେ କୋଟି କୋଟି ଲୋକ ନିଜର ରୋଜଗାର ହରାଇଥିଲେ | ଲକ୍ଷ ଲକ୍ଷ ଲୋକ ବ୍ୟାଙ୍କରେ ରଖିଥିବା ନିଜ ଟଙ୍କା ପାଇବାପାଇଁ ଘଣ୍ଟା ଘଣ୍ଟା ଧରି ଉପାସ ଭୋକରେ ଏଟିଏମ୍ ଓ ବ୍ୟାଙ୍କ ସମ୍ମୁଖରେ ଦିନ ଦିନ ଧରି ଧାଡ଼ିବାନ୍ଧି ଠିଆ ହୋଇଥିବାର ନଜର ଆସିଥିଲା | ମୋଦି ସରକାରଙ୍କ ଏଭଳି ନିଷ୍ପତ୍ତି କେବଳ ପୁଞ୍ଜିପତି ଓ କର୍ପୋରେଟ ଜଗତକୁ ଖୁସି କରିବା ତଥା ନିର୍ବାଚନ ଜିତିବାର ଏକ ସରଳ ଉପାୟ ହୋଇଥିବା କହି ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିଛନ୍ତି |
ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଞ୍ଚାନନ କାନୁନ୍ଗୋ ଯୋଗଦେଇ କହିଛନ୍ତି, ବିଗତ ଚାରିବର୍ଷ ଭିତରେ ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶ ଓ ବିହାରରେ ଜାଲି ନୋଟ କାରବାର ଓ ବ୍ୟାଙ୍କ ଠକେଇର ଅଭିଯୋଗରେ ସର୍ବଭାରତୀୟ ସ୍ତରରେ ସବୁଠାରୁ ଆଗରେ ରହିଛି | ବିମୁଦ୍ରାୟନ ଭଳି ଅପରିଣାମଦର୍ଶୀ ନିଷ୍ପତିକୁ ସେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ କରିଥିଲେ | ଏଭଳି ଅପରିପକ୍ୱ ନିଷ୍ପତି ଯୋଗୁଁ ନରେନ୍ଦ୍ର ମୋଦୀ ଭାରତବର୍ଷର ଏକ ସୁନ୍ଦର ଓ ସକ୍ଷମ ଅର୍ଥବ୍ୟବସ୍ଥାକୁ କ୍ଷଣକରେ ନଷ୍ଟ କରିଦେଇଥିଲେ ବୋଲି କଟାକ୍ଷ କରିଛନ୍ତି |
ନୋଟବନ୍ଦୀ ଠାରୁ ଚାରିବର୍ଷ ଭିତରେ ଦେଶରେ ନକ୍ସଲବାଦ, ଆତଙ୍କବାଦ ଓ ଜାଲିନୋଟ କାରବାର ପୂର୍ବାପେକ୍ଷା ବହୁଗୁଣରେ ବଢ଼ିଛି | କେବଳ ଜାଲି ନୋଟ କାରବାର ୧୨୧ ପ୍ରତିଶତକୁ ବୃଦ୍ଧିପାଇଛି । ଦେଶର ସୀମାପାର ଆତଙ୍କବାଦ କାର୍ଯ୍ୟକଳାପ ୩ପ୍ରତିଶତରୁ ଅଧିକ ବଢ଼ିଛି | ତେଣୁ ନରେନ୍ଦ୍ର ମୋଦିଙ୍କର ଏଭଳି ନିଷ୍ପତ୍ତି କେବଳ ପ୍ରାଦେଶିକ ନିର୍ବାଚନ ଜିତିବା ପାଇଁ ଉଦ୍ଦିଷ୍ଟ ଥିଲା, ଯାହାପାଇଁ ସମଗ୍ର ଦେଶର ଅର୍ଥବ୍ୟବସ୍ଥାକୁ ଭୁଷୁଡ଼ି ପଡ଼ିଛି | ଆଜି ଆମର ଅର୍ଥ ବ୍ୟବସ୍ଥା ପଡ଼ୋଶୀ ବାଂଲାଦେଶ ଠାରୁ ବି ପଛରେ ପଡ଼ିଛି | ଦେଶରେ ବେକାରୀ ସମସ୍ୟା ଅତି ଉତ୍କଟ ସ୍ତରରେ ପଂହଚିଛି, କଳକାରଖାନା ବନ୍ଦ ହେତୁ ଶ୍ରମିକ ରୋଜଗାର ହରାଉଛନ୍ତି, ଚାଷୀ କ୍ଷତିଗ୍ରସ୍ତ ଏବଂ ଦେଶର ଜିଡିପି ଆଜି ବିଯୁକ୍ତ ୨୩%ରେ ପଂହଚିଛି | ଭାରତ ବର୍ଷର ଅର୍ଥ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବାପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ଦୀର୍ଘ ବର୍ଷର ତପସ୍ୟାକୁ ନରେନ୍ଦ୍ର ମୋଦୀଙ୍କ ଗୋଟିଏ ନିଷ୍ପତ୍ତି ନଷ୍ଟ କରିଦେଇଥିବା ନେଇ ଶ୍ରୀ କାନୁନଗୋ କଠୋର ସମାଲୋଚନା କରିଛନ୍ତି | ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ପ୍ରଶାନ୍ତ ଶତପଥି, ରଜନୀ କୁମାର ମହାନ୍ତି ଓ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ |
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications