ଦିଲ୍ଲୀ ୱାକଫ ବୋର୍ଡ ସହ ଜଡିତ ମାମଲାରେ AAP ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଜାମିନ
ୱାକଫ ବୋର୍ଡ ସହ ଜଡିତ ମାମଲାରେ ଆମ୍ ଆଦମୀ ପାର୍ଟି (ଏଏପି) ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି ।
ନୂଆଦିଲ୍ଲୀ : ୱାକଫ ବୋର୍ଡ ସହ ଜଡିତ ମାମଲାରେ ଆମ୍ ଆଦମୀ ପାର୍ଟି (ଏଏପି) ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଏଥିସହ 1 ଲକ୍ଷ ଟଙ୍କା ଜାମିନ ବଣ୍ଡ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅମାନତୁଲ୍ଲା ଖାନଙ୍କ ବିରୋଧରେ ନିଯୁକ୍ତିରେ ଅନିୟମିତତା ହେବାର ଗୁରୁତର ଅଭିଯୋଗ ଆସିଥିଲା । ଖାନ ପ୍ରାୟ ଏକ ସପ୍ତାହ ଧରି ଜେଲରେ ଥିଲେ ।

ଦିଲ୍ଲୀର ୱାକଫ ବୋର୍ଡର ଚେୟାରମ୍ୟାନ୍ ଭାବରେ ନିଯୁକ୍ତିରେ ଅନିୟମିତତା, ଅର୍ଥର ଅପବ୍ୟବହାର ଏବଂ ସରକାରୀ ପଦବୀର ଦୁରୂପଯୋଗକୁ ନେଇ ଏକ ମାମଲାରେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ବୁଧବାର ଦିନ AAP ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଜାମିନ ପ୍ରଦାନ କରିଛନ୍ତି ।
Delhi's Rouse Avenue Court grants bail to AAP MLA Amanatullah Khan, in a case connected with alleged irregularities in appointment, misappropriation of funds and misuse of official position as chairman of the Delhi Waqf Board.
— ANI (@ANI) September 28, 2022












Click it and Unblock the Notifications