ଫାଇଲ୍ ଅଟକାଇଲେ ଉପରାଜ୍ୟପାଳ, ବନ୍ଦ ହୋଇଯିବ ବିଦ୍ୟୁତ ସବସିଡି - ଅଭିଯୋଗ ଆଣିଲା କେଜ୍ରିୱାଲ୍ ସରକାର
ନୂଆଦିଲ୍ଲୀ : ଦିଲ୍ଲୀର ଲୋକମାନଙ୍କୁ ଲାଗିବ ବଡ଼ ଝଟକା । ବର୍ତ୍ତମାନ ସେମାନେ 200 ୟୁନିଟ୍ ବିଦ୍ୟୁତ ମାଗଣାରେ ପାଇବେ ନାହିଁ । ଆମ୍ ଆଦମୀ ପାର୍ଟି ଏବଂ କେଜ୍ରିୱାଲ ସରକାର ଏଥିପାଇଁ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ଦାୟୀ କରିଛନ୍ତି । ସବସିଡି ଫାଇଲକୁ ଏଲଜି ଜାଣିଶୁଣି ଅଟକାଇ ରଖିଛନ୍ତି ବୋଲି ସରକାର ଅଭିଯୋଗ କରିଛନ୍ତି ।

ଏହି ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀ କରି ଦିଲ୍ଲୀ ସରକାରରେ ମନ୍ତ୍ରୀ ଅତିଶୀ କହିଛନ୍ତି ଯେ ଆଜିଠାରୁ ଦିଲ୍ଲୀବାସୀଙ୍କୁ ଦିଆଯାଇଥିବା ସବସିଡିଯୁକ୍ତ ବିଦ୍ୟୁତ ବନ୍ଦ ହୋଇଯିବ । ଅର୍ଥାତ ଆସନ୍ତାକାଲିଠାରୁ ସବସିଡିଯୁକ୍ତ ବିଲ୍ ଦିଆଯିବ ନାହିଁ । ଏହି ସବସିଡି ବନ୍ଦ ହୋଇଯାଇଛି କାରଣ AAP ସରକାର ଆସନ୍ତା ବର୍ଷ ପାଇଁ ସବସିଡି ଜାରି କରିବାକୁ ନିଷ୍ପତ୍ତି ନେଇଛନ୍ତି, କିନ୍ତୁ ଫାଇଲଟି ଦିଲ୍ଲୀ ଏଲ.ଜି. ଙ୍କ ପାଖରେ ପଡ଼ି ରହିଛି ।
ମନ୍ତ୍ରୀ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଫାଇଲ ନ ଆସିଛି ସେ ପର୍ଯ୍ୟନ୍ତ AAP ସରକାର ସବସିଡି ବିଲ୍ ଦେଇପାରିବେ ନାହିଁ । ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଯୋଗୁଁ 46 ଲକ୍ଷ ପରିବାର, କୃଷକ, ଆଇନଜୀବୀ ଏବଂ 1984 ଦଙ୍ଗା ପୀଡିତମାନଙ୍କୁ ମାଗଣା ବିଦ୍ୟୁତ୍ ମିଳିବା ବନ୍ଦ ହୋଇଯିବ ।
ସେ ଆହୁରି କହିଛନ୍ତି ଯେ ଏହା ଅଧିକ ସମୟ ନେବ ନାହିଁ, ଉପରାଜ୍ୟପାଳଙ୍କୁ କେବଳ 5 ମିନିଟ୍ ଦରକାର । 46 ଲକ୍ଷ ପରିବାରର ସମସ୍ୟା ତାଙ୍କ ସମ୍ମୁଖରେ ଅନେକ ଥର ଉଠାଯାଇଥିଲା, କିନ୍ତୁ ସେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି । ଏଭଳି ପରିସ୍ଥିତିରେ ଦଳ ଏବଂ ସରକାର ତାଙ୍କୁ ଗଣମାଧ୍ୟମ ମାଧ୍ୟମରେ ଅନୁରୋଧ କରିବାକୁ ପଡିବ । ଯଦି ସେ ଫାଇଲ୍ ପାସ୍ ନ କରନ୍ତି, ତେବେ ଏହି ଲୋକମାନେ ସବସିଡି ପାଇବେ ନାହିଁ ।
ମାଗଣା ବିଦ୍ୟୁତ୍ ଓ ଜଳର ପ୍ରତିଶୃତି ଦେଇ ଅରବିନ୍ଦ କେଜ୍ରିୱାଲ କ୍ଷମତାକୁ ଆସିଥିଲେ । ସେ ସରକାର ଗଠନ କରିବା ସହ ମାଗଣା ବିଦ୍ୟୁତ ଘୋଷଣା କରିବା ମାତ୍ରେ ସେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଥିଲେ ।
ଏହା ଅଧୀନରେ, ପ୍ରତି ମାସରେ 200 ୟୁନିଟ୍ ବିଦ୍ୟୁତ୍ ମାଗଣାରେ ଉପଲବ୍ଧ ଥିବାବେଳେ ପ୍ରତି ମାସରେ 201 ରୁ 400 ୟୁନିଟ୍ ବ୍ୟବହାର କରୁଥିବା ବ୍ୟକ୍ତିମାନେ 50 ପ୍ରତିଶତ ସବସିଡି 850 ଟଙ୍କା ପାଇଥାନ୍ତି । କେଜ୍ରିୱାଲ ସରକାର ନିଜେ ଏହି ସମ୍ପୂର୍ଣ୍ଣ ସବସିଡିର ଭାର ବହନ କରୁଛନ୍ତି । AAP ଅଭିଯୋଗ କରିଛି ଯେ LG ସେମାନଙ୍କ ଯୋଜନାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଚାହୁଁଛନ୍ତି ।












Click it and Unblock the Notifications