ଏମସିଡି ନିର୍ବାଚନ ଫଳାଫଳ : ଜାରି ରହିଛି ଭୋଟ୍ ଗଣତି, ଜାଣନ୍ତୁ ସକାଳ 9 ଟା ପର୍ଯ୍ୟନ୍ତ କଣ ରହିଛି ଫଳାଫଳ
ଜାତୀୟ ରାଜଧାନୀ ଦିଲ୍ଲୀ MCD ନିର୍ବାଚନର ଫଳାଫଳଆ ଆଜି ପ୍ରକାଶ ପାଇବ । ଏ ନେଇ ସକାଳ 8 ଟାରୁ ଭୋଟ୍ ଗଣତି ଜାରି ରହିଛି । ସକାଳ 9 ଟା ସୁଦ୍ଧା 240 ଟି ଆସନ ପାଇଁ ଟ୍ରେଣ୍ଡ ଆସିଛି ।
ଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀ MCD ନିର୍ବାଚନର ଫଳାଫଳଆ ଆଜି ପ୍ରକାଶ ପାଇବ । ଏ ନେଇ ସକାଳ 8 ଟାରୁ ଭୋଟ୍ ଗଣତି ଜାରି ରହିଛି । ସକାଳ 9 ଟା ସୁଦ୍ଧା 240 ଟି ଆସନ ପାଇଁ ଟ୍ରେଣ୍ଡ ଆସିଛି । ଏଥିରେ ଆମ୍ ଆଦମୀ ପାର୍ଟି 121 ଟି ଆସନରେ ଆଗୁଆ ଥିବାବେଳେ ବିଜେପି 115 ଟି ଆସନରେ ଆଗୁଆ ରହିଛି । ଏଥି ସହ କଂଗ୍ରେସ ଦଳ ମାତ୍ର 4 ଟି ଆସନରେ ଆଗୁଆ ରହିଛି ।

ଦିଲ୍ଲୀର 42 ଟି କେନ୍ଦ୍ରରେ ଦିଲ୍ଲୀ ନଗର ନିଗମ ଅନ୍ତର୍ଗତ 250 ଟି ୱାର୍ଡର ଭୋଟ୍ ଗଣନା ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ୍ ବାଲଟ୍ ଭୋଟ୍ ଗଣତି ହୋଇଛି । ସକାଳ 9 ଟାରୁ 'ଇଭିଏମ୍' ଭୋଟ୍ ଗଣନା ହେଉଛି ।
ଯଦିଓ ଏକଜିଟ୍ ପୋଲ୍ ପୂର୍ବାନୁମାନ କରିଛି ଯେ ଏଥର ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ଏମସିଡିରେ ସରକାର ଗଠନ କରିବ, କିନ୍ତୁ ବିଜେପି ଦାବି କରିଛି ଯେ ଲୋକମାନେ ମଧ୍ୟ ତାଙ୍କୁ ଏଥର ନିର୍ବାଚିତ କରିଛନ୍ତି । ଏହି ସମୟରେ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ଆମ୍ ଆଦମୀ ପାର୍ଟି ଆଗୁଆ ରହିଛି ।
ଆପଣଙ୍କୁ କହି ରଖୁଛୁ ଡିସେମ୍ବର 4 ରେ ଦିଲ୍ଲୀ ଏମସିଡି ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହୋଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏମସିଡିରେ ବିଜେପି ସରକାର ଥିଲା, କିନ୍ତୁ ଏଥର ଆମ୍ ଆଦମୀ ପାର୍ଟି ଦାବି କରିଛି ଯେ ଜନସାଧାରଣ ବର୍ତ୍ତମାନ ପରିବର୍ତ୍ତନ ପାଇଁ ମନସ୍ଥ କରିଛନ୍ତି । ଏହାପୂର୍ବରୁ ଡିସେମ୍ବର 5 ରେ ଏକଜିଟ୍ ପୋଲ୍ ଫଳାଫଳ ପ୍ରକାଶ ପାଇଥିଲା ଏବଂ ଆମ୍ ଆଦମୀ ପାର୍ଟି ସରକାର ଗଠନ ହେବାର ପୂର୍ବାନୁମାନ କରାଯାଇଥିଲା ।












Click it and Unblock the Notifications