ଡିସେମ୍ବର 4 ରେ ଦିଲ୍ଲୀରେ MCD ନିର୍ବାଚନ, 07 ଡିସେମ୍ବରରେ ଆସିବ ଫଳାଫଳ
ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନ 2022 ର ତାରିଖ ଘୋଷଣା କରାଯାଇଛି । ଏମସିଡି ନିର୍ବାଚନ ପାଇଁ ମତଦାନ 04 ଡିସେମ୍ବରରେ ହେବ ଏବଂ ଫଳାଫଳ 07 ଡିସେମ୍ବରରେ ଘୋଷଣା କରାଯିବ ।
ନୂଆଦିଲ୍ଲୀ : ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନ 2022 ର ତାରିଖ ଘୋଷଣା କରାଯାଇଛି । ଏମସିଡି ନିର୍ବାଚନ ପାଇଁ ମତଦାନ 04 ଡିସେମ୍ବରରେ ହେବ ଏବଂ ଫଳାଫଳ 07 ଡିସେମ୍ବରରେ ଘୋଷଣା କରାଯିବ ।

ଆପଣଙ୍କୁ କହି ରଖୁଛୁ ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନ୍ 68 ଟି ନିର୍ବାଚନମଣ୍ଡଳୀ ଉପରେ ଅଧିକାର ରହିଛି । ଏହି 42 ଟି ସିଟ୍ ମଧ୍ୟରୁ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ । 50 ପ୍ରତିଶତ ସିଟ୍ ମହିଳାମାନଙ୍କ ପାଇଁ ମଧ୍ୟ ସଂରକ୍ଷିତ ରହିବ ।
ଗତ 15 ବର୍ଷ ଧରି ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ବିଜେପି କବଜାରେ ରହିଛି । ଏଥର ମଧ୍ୟ ଦଳ ବିଜୟ ଧାରା ବଜାୟ ରଖିବାକୁ ଚାହୁଁଛି ବିଜେପି । ତେବେ ଆମ୍ ଆଦମୀ ପାର୍ଟି ଏଥର ବିଜେପିକୁ କଡ଼ା ଚ୍ୟାଲେଞ୍ଜ ଦେଉଛି । ଏମସିଡି ନିର୍ବାଚନରେ ଜିତିବା ପାଇଁ ଦିଲ୍ଲୀର ଶାସକ ଦଳ ମଧ୍ୟ ଜୋରଦାର ପ୍ରସ୍ତୁତି କରିଛି ।












Click it and Unblock the Notifications