ଦିଲ୍ଲୀ ଏମସିଡି ନିର୍ବାଚନ : 75 ଟି ସିଟ୍ ଜିତି ଆଗୁଆ AAP, ଜାଣନ୍ତୁ, କ'ଣ ରହିଛି ବିଜେପିର ଆସନ ସଂଖ୍ୟା
ନିର୍ବାଚନ ଆୟୋଗର ତଥ୍ୟ ଅନୁଯାୟୀ, ମଧ୍ୟାହ୍ନ 12 ଟା ପର୍ଯ୍ୟନ୍ତ ଆମ୍ ଆଦମୀ ପାର୍ଟି 75 ଟି ଆସନ ଜିତି ସାରିଛି । ସେହିପରି ବିଜେପି 55 ଟି ଆସନରେ ବିଜୟ ଲାଭ କରିଛି । ଏହା ବ୍ୟତୀତ ଆମ୍ ଆଦମୀ ପାର୍ଟି 60 ଟି ଆସନରେ ଏବଂ ବିଜେପି 48 ଟି ଆସନରେ ଆଗୁଆ ରହିଛି ।
ଦିଲ୍ଲୀ: ଏମସିଡି ନିର୍ବାଚନର ଫଳାଫଳ ନେଇ ଭୋଟ୍ ଗଣତି ଜାରି ରହିଛି । ଏକଜିଟ୍ ପୋଲରେ କରାଯାଇଥିବା ପୂର୍ବାନୁମାନ ପରି ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ବର୍ତ୍ତମାନ ପର୍ଯ୍ୟନ୍ତ ଅଧିକ ଆସନ ହାତେଇଛି । ନିର୍ବାଚନ ଆୟୋଗର ତଥ୍ୟ ଅନୁଯାୟୀ, ମଧ୍ୟାହ୍ନ 12 ଟା ପର୍ଯ୍ୟନ୍ତ ଆମ୍ ଆଦମୀ ପାର୍ଟି 75 ଟି ଆସନ ଜିତି ସାରିଛି । ସେହିପରି ବିଜେପି 55 ଟି ଆସନରେ ବିଜୟ ଲାଭ କରିଛି । ଏହା ବ୍ୟତୀତ ଆମ୍ ଆଦମୀ ପାର୍ଟି 60 ଟି ଆସନରେ ଏବଂ ବିଜେପି 48 ଟି ଆସନରେ ଆଗୁଆ ରହିଛି ।

କଂଗ୍ରେସ ମାତ୍ର 4 ଟି ଆସନ ଜିତିଛି ଏବଂ 5 ଟି ଆସନରେ ଦଳ ଆଗୁଆ ରହିଛି । ଏହା ବ୍ୟତୀତ ଗୋଟିଏ ଆସନକୁ ଜଣେ ସ୍ୱାଧୀନ ପ୍ରାର୍ଥୀ ଜିତି ଥିବାବେଳେ ଦୁଇଟିରେ ଆଗୁଆ ଅଛି ।
ଉଲ୍ଲଖଯୋଗ୍ୟ, ଡିସେମ୍ବର 4 ରେ ଦିଲ୍ଲୀ ଏମସିଡି ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏମସିଡିରେ ବିଜେପି ସରକାର ଥିଲା, କିନ୍ତୁ ଏଥର ଆମ୍ ଆଦମୀ ପାର୍ଟି ଦାବି କରିଛି ଯେ ଜନସାଧାରଣ ବର୍ତ୍ତମାନ ପରିବର୍ତ୍ତନ ପାଇଁ ମନସ୍ଥ କରିଛନ୍ତି । ଏହାପୂର୍ବରୁ ଡିସେମ୍ବର 5 ରେ ଏକଜିଟ୍ ପୋଲ୍ ଫଳାଫଳ ପ୍ରକାଶ ପାଇଥିଲା ଏବଂ ଆମ୍ ଆଦମୀ ପାର୍ଟି ସରକାର ଗଠନ ହେବାର ପୂର୍ବାନୁମାନ କରାଯାଇଥିଲା ।












Click it and Unblock the Notifications