ଦିଲ୍ଲୀ ମେୟର ମତଦାନ ସ୍ଥଗିତ, ମନୋନୀତ ସଦସ୍ୟମାନେ କରିପାରିବେ ନାହିଁ ମତଦାନ - ସୁପ୍ରିମକୋର୍ଟ
"ମନୋନୀତ ସଦସ୍ୟମାନେ ମତଦାନ କରିପାରିବେ ନାହିଁ । ସାମ୍ବିଧାନିକ ବ୍ୟବସ୍ଥା ଅତ୍ୟନ୍ତ ସ୍ପଷ୍ଟ" ବୋଲି ଭାରତର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ କହିଛନ୍ତି ।

ନୂଆଦିଲ୍ଲୀ: ମ୍ୟୁନିସିପାଲିଟି କର୍ପୋରେସନ୍ ମେୟରଙ୍କ ପାଇଁ ମନୋନୀତ ସଦସ୍ୟମାନେ ଭୋଟ୍ ଦେଇପାରିବେ ନାହିଁ । ଏମସିଡି ନିର୍ବାଚନରେ ଭୋଟ୍ ଅଧିକାରକୁ ଚ୍ୟାଲେଞ୍ଜ କରୁଥିବା AAP ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ।
"ମନୋନୀତ ସଦସ୍ୟମାନେ ମତଦାନ କରିପାରିବେ ନାହିଁ । ସାମ୍ବିଧାନିକ ବ୍ୟବସ୍ଥା ଅତ୍ୟନ୍ତ ସ୍ପଷ୍ଟ" ବୋଲି ଭାରତର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ କହିଛନ୍ତି ।
ଅଧିକନ୍ତୁ, ବେଞ୍ଚ ଆଜି ଏହି ମାମଲାର ଶୁଣାଣି କରିପାରି ନାହିଁ ଏବଂ ଫେବୃଆରୀ 17 ରେ ଏହାର ଶୁଣାଣି ହେବ । ଏହି ନିର୍ଦ୍ଦେଶ ପରେ ଫେବୃଆରୀ 16 ରେ ଧାର୍ଯ୍ୟ ହୋଇଥିବା ଦିଲ୍ଲୀ ଏମସିଡି ମତଦାନକୁ ସ୍ଥଗିତ ରଖାଯାଇଛି ।
ଉଲ୍ଲେଖଯୋଗ୍ୟ, ଉପରାଜ୍ୟପାଳଙ୍କଦ୍ବାରା ମନୋନୀତ 10 ଜଣ କାଉନ୍ସିଲର୍ଙ୍କୁ ଭୋଟ୍ ଦେବା ଲାଗି ଅନୁମତି ନ ମିଳିବା ପ୍ରସଙ୍ଗକୁ ନେଇ 'ବିଜେପି' ଓ 'ଆପ୍' କାଉନ୍ସିଲର୍ଙ୍କ ମଧ୍ୟରେ ସଂଘର୍ଷ ଲାଗିବାରୁ ଜାନୁଆରି 6, 24 ଓ ଫେବୃଆରୀ 6 ତାରିଖରେ ମେୟର୍ ନିର୍ବାଚନ ସମ୍ଭବପର ହୋଇ ପାରି ନଥିଲା । ଏହା ପରେ ଫେବ୍ରୁଆରୀ 16 ରେ ନିର୍ବାଚନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଚତୁର୍ଥ ଉଦ୍ୟମ ବି ବିଫଳ ହୋଇଛି ।












Click it and Unblock the Notifications