ମାନହାନୀ ମାମଲାର ସାମ୍ନା କରିବେ ଉଦ୍ଧବ, ଆଦିତ୍ୟ ଏବଂ ସଞ୍ଜୟ, ଦିଲ୍ଲୀ ହୋଇକୋର୍ଟରୁ ମିଳିଲା ସମନ

ମୁମ୍ବାଇ : ସାରା ଦେଶରେ ମୋଦୀ ସରନେମ୍ ମାମଲାକୁ ନେଇ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦ ହେବା ଖବରର ଚର୍ଚ୍ଚା ଥମିନଥିବା ବେଳେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ତାଙ୍କ ପୁଅ ଆଦିତ୍ୟ ଠାକରେ ଏବଂ ସାଂସଦ ସଞ୍ଜୟ ରାଉତଙ୍କ ନାମରେ ଆସିଛି ମାନହାନୀ ମାମଲା । ମାନହାନୀ ମାମଲାରେ ମଙ୍ଗଳବାର ଦିନ ଦିଲ୍ଲୀ ହାଇକୋର୍ଟ ଉଦ୍ଧବ ଠାକରେ, ଆଦିତ୍ୟ ଠାକରେ ଏବଂ ସଞ୍ଜୟ ରାଉତଙ୍କୁ ସମନ ଜାରି କରିଛନ୍ତି । ଏକନାଥ ସିନ୍ଦେ ଦଳର ନେତା ରାହୁଲ ରମେଶ ଶେୱାଲେଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନୀ ମାମଲାରେ ହାଇକୋର୍ଟ ଏହି ତିନି ନେତାଙ୍କୁ ନୋଟିସ୍ ଜାରି କରିଛନ୍ତି । ଏହାର ପରବର୍ତ୍ତୀ ଶୁଣାଣି ଅପ୍ରେଲ 17 ରେ ହେବ ।
ଆପଣଙ୍କୁ କହି ରଖୁଛୁ ନିର୍ବାଚନୀ ପ୍ରତୀକକୁ ନେଇ ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଲମ୍ବା ଲଢେଇ ହୋଇଥିଲା । ନିର୍ବାଚନ ଆୟୋଗ ଉଦ୍ଧବ ଠାକରେଙ୍କ ଠାରୁ ଧନୁ ଓ ତୀର ଚିହ୍ନକୁ ଏକନାଥ ସିନ୍ଦେ ଦଳକୁ ହସ୍ତାନ୍ତର କରିଥିଲେ । ଏଥିସହ ନିର୍ବାଚନ ଆୟୋଗ ଏକନାଥ ସିନ୍ଦେ ଦଳକୁ ପ୍ରକୃତ ଶିବସେନା ଭାବରେ ସ୍ୱୀକୃତି ଦେଇଛନ୍ତି । ଏକନାଥ ସିନ୍ଦେଙ୍କୁ ଧନୁ ଏବଂ ତୀର ନିର୍ବାଚନ ପ୍ରତୀକ ହସ୍ତାନ୍ତର କରିବା ପରେ ସଞ୍ଜୟ ରାଉତ ଅଭିଯୋଗ କରିଛନ୍ତି ଯେ ଏସବୁ ପାଇଁ କୋଟି କୋଟି ଟଙ୍କାର ଡିଲ୍ ହୋଇଛି । ସେ କହିଥିଲେ ଯେ ସିନ୍ଦେ ଦଳ ନିର୍ବାଚନ ସଙ୍କେତକୁ 2 କୋଟି ଟଙ୍କାରେ କିଣିଛନ୍ତି ।
ଏକନାଥ ସିନ୍ଦେ ଦଳର ନେତା ରାହୁଲ ରମେଶ ଶେୱାଲ ସଞ୍ଜୟ ରାଉତଙ୍କ ଏହି ବିବୃତ୍ତି ସମ୍ପର୍କରେ ମାନହାନି ମକଦ୍ଦମା ଦାୟର କରିଥିଲେ । ବରିଷ୍ଠ ଓକିଲ ରାଜୀବ ନାୟାର ରାହୁଲ ଶେୱାଲେଙ୍କ ପକ୍ଷରୁ ହାଜର ହୋଇଥିଲେ । ଏହା ପରେ ଦିଲ୍ଲୀ ହାଇକୋର୍ଟ ଉଦ୍ଧବ ଠାକରେ, ଆଦିତ୍ୟ ଠାକରେ ଏବଂ ସଞ୍ଜୟ ରାଉତଙ୍କ ବିରୋଧରେ ସମନ ଜାରି କରିଛନ୍ତି ।












Click it and Unblock the Notifications