ଆପ୍ କୁ ଝଟକା, ଷ୍ଟାଣ୍ଡିଂ କମିଟିରେ ପୁନଃ ନିର୍ବାଚନ କରିବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ
ଫେବୃଆରୀ 27 ରେ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ (ଏମସିଡି) ର ଷ୍ଟାଣ୍ଡିଂ କମିଟିର ସଦସ୍ୟମାନଙ୍କର ପୁନଃ ନିର୍ବାଚନ ଅନୁଷ୍ଠିତ ହେବ । କିନ୍ତୁ ଶନିବାର ଦିନ ଏହି ମାମଲାରେ ଦାଖଲ ହୋଇଥିବା ଏକ ପିଟିସନକୁ ଦିଲ୍ଲୀ ହାଇକୋର୍ଟ ଏହାକୁ ସ୍ଥଗିତ ରଖିଛନ୍ତି ।

ନୂଆଦିଲ୍ଲୀ: ଫେବୃଆରୀ 27 ରେ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ (ଏମସିଡି) ର ଷ୍ଟାଣ୍ଡିଂ କମିଟିର ସଦସ୍ୟମାନଙ୍କର ପୁନଃ ନିର୍ବାଚନ ଅନୁଷ୍ଠିତ ହେବ । କିନ୍ତୁ ଶନିବାର ଦିନ ଏହି ମାମଲାରେ ଦାଖଲ ହୋଇଥିବା ଏକ ପିଟିସନ ଉପରେ ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟ ଏହାକୁ ସ୍ଥଗିତ ରଖିଛନ୍ତି । ମେୟର ସେଲି ଓବରୟଙ୍କ ଏମସିଡି ଷ୍ଟାଣ୍ଡିଂ କମିଟି ନିର୍ବାଚନ ସମୟରେ ଭୋଟ୍ ଅବୈଧ ଘୋଷଣା କରିବାକୁ ହାଇକୋର୍ଟରେ ଏହି ଆବେଦନ କରାଯାଇଥିଲା । ଏହି ପିଟିସନକୁ ଦୁଇ ବିଜେପି କାଉନସିଲର ଶିଖା ରୟ ଏବଂ କମଲଜିତ ସେହରାୱତ ଦାଖଲ କରିଛନ୍ତି ।
ମ୍ୟୁନିସିପାଲିଟି କର୍ପୋରେସନ୍ ଷ୍ଟାଣ୍ଡିଂ କମିଟିର ସଦସ୍ୟମାନଙ୍କୁ ପୁନଃ ନିର୍ବାଚିତ କରିବାକୁ ଦିଲ୍ଲୀ ଏମସିଡି ମେୟର ସେଲି ଓବରୟ ଙ୍କ ନିଷ୍ପତ୍ତିକୁ ହାଇକୋର୍ଟ ସ୍ଥଗିତ ରଖିଛନ୍ତି । ଅଦାଲତ କହିଛନ୍ତି ଯେ ସ୍ଥାୟୀ ସଦସ୍ୟଙ୍କ ପୁନଃ ନିର୍ବାଚନ ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସ୍ଥଗିତ କରାଯାଉ । ବାସ୍ତବରେ, ଏମସିଡିର ସ୍ଥାୟୀ ସଦସ୍ୟଙ୍କ ନିର୍ବାଚନ ଫଳାଫଳ ଘୋଷଣା ନକରି ପୁନର୍ବାର ନିର୍ବାଚନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯାହା ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା ।
ଏହି ପ୍ରସଙ୍ଗରେ ଆବେଦନ ଶୁଣାଣି ବେଳେ କୋର୍ଟ କହିଛନ୍ତି ଯେ ପୂର୍ବ ନିର୍ବାଚନର ଫଳାଫଳ ଘୋଷଣା ନକରି ମେୟରଙ୍କ ଦ୍ୱାରା ପୁନଃ ନିର୍ବାଚନ ଘୋଷଣା ହେବା, ପ୍ରିମା ଫେସୀ ନିୟମ ଉଲ୍ଲଂଘନ କରୁଥିବା ଜଣାପଡିଛି । ଏହି ମାମଲାରେ ଦାଖଲ ହୋଇଥିବା ଆବେଦନର ଶୁଣାଣି ବେଳେ ହାଇକୋର୍ଟ ଏଲଜି ଭି.କେ ସାକ୍ସେନା, ମେୟର ଶୈଲି ଓବରୟ ଏବଂ ଏମସିଡିଙ୍କୁ ମଧ୍ୟ ନୋଟିସ ଜାରି କରିଛନ୍ତି । ଏଥିସହ ବାଲାଟ କାଗଜପତ୍ରକୁ ସୁରକ୍ଷିତ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଗତ ଶୁକ୍ରବାରଦିନ ଦିଲ୍ଲୀ ମହାନଗର ନିଗମ (ଏମସିଡି)ର ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ଷ୍ଟାଣ୍ଡିଂ କମିଟିର 6 ଜଣ ସଦସ୍ୟଙ୍କ ନିର୍ବାଚନର ଭୋଟ୍ ଗଣତି ବେଳେ ପ୍ରବଳ ହଙ୍ଗାମା ହୋଇଥିଲା । ଆମ୍ ଆଦମୀ ପାର୍ଟି ଓ ବିଜେପି କାଉନସିଲରଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏମସିଡି ହାଉସରେ ଅପରାହ୍ନରୁ ଆରମ୍ଭ ହୋଇଥିବା ହଙ୍ଗାମା ରାତି ପର୍ଯ୍ୟନ୍ତ ଜାରି ରହିଥିଲା । ଶେଷରେ ରାତି 9ଟା ପରେ ଦିଲ୍ଲୀ ମହାନଗର ନିଗମର ଷ୍ଟାଣ୍ଡିଂ କମିଟି ନିର୍ବାଚନ ବାତିଲ ହୋଇଥିଲା । ଏହାପରେ ଫେବୃଆରୀ 27 ତାରିଖରେ ଗୃହକୁ ପୁଣି ଥରେ ବୈଠକ ବସି ପୁନର୍ବାର ନିର୍ବାଚନ ହେବ ବୋଲି ମେୟର ନିର୍ଦ୍ଦେଶ ଦେଇଥିଲେ ।












Click it and Unblock the Notifications