Get Updates
Get notified of breaking news, exclusive insights, and must-see stories!

ଅବକାରୀ ନୀତି ସ୍କାମ୍ : ସିସୋଦିଆଙ୍କୁ ମୁଖ୍ୟ ଅଭିଯୁକ୍ତ କଲା ସିବିଆଇ, FIR ରେ ଡେପୁଟି ସିଏମଙ୍କ ସମେତ 15 ନାମ

ଏକ୍ସାଇଜ୍ ସ୍କାମ ମାମଲାରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅସୁବିଧା ବଢୁଛି । ସିବିଆଇ ଏହି ମାମଲାରେ 15 ଜଣଙ୍କୁ ତାଲିକାଭୁକ୍ତ କରିଛି । ଏଥିରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମୁଖ୍ୟ ଅଭିଯୁକ୍ତ କରାଯାଇଛି ।

ନୂଆଦିଲ୍ଲୀ : ଏକ୍ସାଇଜ୍ ସ୍କାମ ମାମଲାରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅସୁବିଧା ବଢୁଛି । ସିବିଆଇ ଏହି ମାମଲାରେ 15 ଜଣଙ୍କୁ ତାଲିକାଭୁକ୍ତ କରିଛି । ଏଥିରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମୁଖ୍ୟ ଅଭିଯୁକ୍ତ କରାଯାଇଛି ।

Manish Sisodia

ଦିଲ୍ଲୀ ଏକ୍ସାଇଜ୍ ମାମଲାରେ ଡେପୁଟି ସିଏମ୍ ମନୀଷ ସିସୋଦିଆଙ୍କ ଘରେ ସିବିଆଇର ତଦନ୍ତ ଅନେକ ଘଣ୍ଟା ଧରି କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଜଣେ ସରକାରୀ କର୍ମଚାରୀଙ୍କ ବାସଭବନରେ ମଧ୍ୟ ଚଢାଉ କରାଯାଇଛି । ଅନୁସନ୍ଧାନକାରୀ ସଂସ୍ଥା ଏକ୍ସାଇଜ୍ ଡ୍ୟୁଟି ସହିତ ଜଡିତ କିଛି ଗୋପନୀୟ ଡକ୍ୟୁମେଣ୍ଟ୍ ପାଇଛି ।

ଶୁକ୍ରବାର ସକାଳୁ ଦିଲ୍ଲୀ ଡେପୁଟି ସିଏମ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ଚଢାଉ ହୋଇଥିଲା । ଯଦି ସୂତ୍ରକୁ ବିଶ୍ୱାସ କରାଯାଏ, ତେବେ ସିବିଆଇ ଅଧିକାରୀମାନେ ଏହି ଚଢାଉ ସମୟରେ କିଛି ସନ୍ଦେହଜନକ ଦଲିଲ ଜବତ କରିଛନ୍ତି । ତେବେ ଏହି ଡକ୍ୟୁମେଣ୍ଟଗୁଡିକ କେଉଁଠୁ ମିଳିଲା ତଦନ୍ତକାରୀ ସଂସ୍ଥା ପ୍ରକାଶ କରିବାକୁ ମନା କରିଦେଇଛି । ମଦ ଦୁର୍ନୀତିରେ ସିବିଆଇର କାର୍ଯ୍ୟକଳାପରେ ଏହା ଏକ ବଡ଼ ସଫଳତା ବୋଲି ବୋଲି ବିଶ୍ୱାସ କରାଯାଉଛି ।

ଏହା ପରେ ସିବିଆଇ ଏକ୍ସାଇଜ୍ ସ୍କାମରେ ଦିଲ୍ଲୀର ଡେପୁଟି ସିଏମ୍ ମନୀଷଙ୍କ ସମେତ 15 ଜଣ ଅଭିଯୁକ୍ତଙ୍କୁ ତାଲିକାଭୁକ୍ତ କରିଛି । ଯେଉଁଥିରେ ଡେପୁଟି ସିଏମ ମନୀଷ ସିସୋଦିଆ, ଅବକାରୀ ଅଧିକାରୀ, ମଦ କମ୍ପାନୀ ଅଧିକାରୂ, ଡିଲର ତଥା ଅଜ୍ଞାତ ସରକାରୀ କର୍ମଚାରୀ ଏବଂ ବେସରକାରୀ ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+