Get Updates
Get notified of breaking news, exclusive insights, and must-see stories!

ଚାରି ଗୁଣା ଅଧିକ ଅକ୍ସିଜେନ୍ ମାଗିବା ମାମଲାରେ ବୟାନ ରଖିଲେ ମନୀଷ ଶିଶୋଦିଆ, କହିଲେ - ଏହା ମିଥ୍ୟା ରିପୋର୍ଟ

ଶିଶୋଦିଆ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ଯେଉଁ ଅଡିଟ୍ ରିପୋର୍ଟକୁ ନେଇ ବିଜେପି ତାଙ୍କ ସରକାର ବିରୋଧରେ କେଉଁ ଅଭିଯୋଗ ଆଣିଛି, ସେହି ରିପୋର୍ଟ ଠିକ୍ ନୁହେଁ । ତେଣୁ ଏହି ଅଭିଯୋଗଗୁଡ଼ିକର କୌଣସି ଅର୍ଥ ନାହିଁ ।

ନୂଆଦିଲ୍ଲୀ : କରୋନା ଭାଇରସର ଦ୍ୱିତୀୟ ଲହର ସମୟରେ ଆବଶ୍ୟକତା ଠାରୁ ଅଧିକ ଅମ୍ଳଜାନ ମାଗିବା ଅଭିଯୋଗ ଉପରେ ମୁହଁ ଖୋଲିଛନ୍ତି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ଶିଶୋଦିଆ । ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଏହି ରିପୋର୍ଟକୁ ଭୁଲ୍ ବୋଲି କହିଛନ୍ତି ମନୀଷ । ଶିଶୋଦିଆ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ଯେଉଁ ଅଡିଟ୍ ରିପୋର୍ଟକୁ ନେଇ ବିଜେପି ତାଙ୍କ ସରକାର ବିରୋଧରେ କେଉଁ ଅଭିଯୋଗ ଆଣିଛି, ସେହି ରିପୋର୍ଟ ଠିକ୍ ନୁହେଁ । ତେଣୁ ଏହି ଅଭିଯୋଗଗୁଡ଼ିକର କୌଣସି ଅର୍ଥ ନାହିଁ ।

Manish-Sisodia

ଦିଲ୍ଲୀରେ ଅମ୍ଳଜାନ ସଙ୍କଟ ସମ୍ପର୍କରେ ସୁପ୍ରିମକୋର୍ଟ ଅଡିଟ୍ ପ୍ୟାନେଲର ରିପୋର୍ଟରେ କୁହାଯାଇଛି ଯେ କେଜ୍ରିୱାଲ ସରକାର ଆବଶ୍ୟକତାଠାରୁ ଚାରି ଗୁଣା ଅଧିକ ଅମ୍ଳଜାନ ମାଗିଛନ୍ତି । ରିପୋର୍ଟରେ କୁହାଯାଇଛି ଯେ ସେହି ସମୟରେ ଦିଲ୍ଲୀର ପ୍ରାୟ 300 ମେଟ୍ରିକ୍ ଟନ୍ ଅମ୍ଳଜାନ ଆବଶ୍ୟକ ଥିଲା, କିନ୍ତୁ ଦିଲ୍ଲୀ ସରକାର ଚାହିଦାକୁ 1200 ମେଟ୍ରିକ୍ ଟନ୍କୁ ବୃଦ୍ଧି କରିଥିଲେ । ଏହି କାରଣରୁ ଅନ୍ୟ ରାଜ୍ୟମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲା । ଏହି ରିପୋର୍ଟ ପରେ ବିଜେପି ଅରବିନ୍ଦ କେଜ୍ରିୱାଲ ଏବଂ ଆମ୍ ଆଦମୀ ପାର୍ଟିକୁ ଟାର୍ଗେଟ କରିଛି ।

ବିଜେପି ଉପରେ ପ୍ରଶ୍ନ ଉଠାଇଥିଲେ ଶିଶୋଦିଆ

ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ଆଜି କହିଛନ୍ତି ଯେ ତଥାକଥିତ ରିପୋର୍ଟ ଆଧାରରେ କୁହାଯାଉଛି, ଯେତେବେଳେ ଦିଲ୍ଲୀରେ କରୋନା ଶିଖରରେ ଥିଲା ସେତେବେଳେ ଅମ୍ଳଜାନର ଅଭାବ ନଥିଲା ଏବଂ ଆମେ ଅମ୍ଳଜାନର ଚାହିଦାକୁ ଚାରି ଗୁଣ ବୃଦ୍ଧି କରିଥିଲୁ । ବିଜେପି ନେତା ଯେଉଁ ରିପୋର୍ଟ ଆଧାରରେ ଅରବିନ୍ଦ କେଜ୍ରିୱାଲଙ୍କୁ ଗାଳି ଦେଉଛନ୍ତି ବାସ୍ତବରେ ସେପରିୁ କୌଣସି ରିପୋର୍ଟ ନାହିଁ । ଆମେ ଏହି ବିଷୟରେ ଅଡିଟ୍ କମିଟିର ଅନେକ ସଦସ୍ୟଙ୍କ ସହ କଥା ହୋଇଛୁ । ସମସ୍ତେ କହିଛନ୍ତି ଯେ ସେମାନେ କୌଣସି ରିପୋର୍ଟରେ ଦସ୍ତଖତ କରିନାହାଁନ୍ତି, ତେଣୁ ଏହି ରିପୋର୍ଟ କେଉଁଠୁ ଆସିଲା, ସେମାନେ ଜାଣନ୍ତି ନାହିଁ । ଅମ୍ଳଜାନ ଅଡିଟ୍ କମିଟି ସଦସ୍ୟଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ରିପୋର୍ଟ ନଏଇ ଆସିବାକୁ ମୁଁ ବିଜେପି ନେତାମାନଙ୍କୁ ଆହ୍ୱାନ କରୁଛି ବୋଲି କହିଛନ୍ତି ମନୀଷ ଶିଶୋଦିଆ ।

ଦିଲ୍ଲୀର ଡାକ୍ତରଖାନାଗୁଡ଼ିକରେ ଅମ୍ଳଜାନ ସଙ୍କଟ ମଧ୍ୟରେ ସୁପ୍ରିମକୋର୍ଟର ଦୁଇ ଜଣ ବିଚାରପତି ଏକ 12 ଜଣିଆ ଟାସ୍କଫୋର୍ସ ଗଠନ କରିଥିଲେ ଏବଂ ଅମ୍ଳଜାନ ବିତରଣ ବ୍ୟବସ୍ଥା ଉପରେ ପ୍ୟାନେଲରୁ ଏକ ଅଡିଟ୍ ରିପୋର୍ଟ ମାଗିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+