Get Updates
Get notified of breaking news, exclusive insights, and must-see stories!

କୃଷକ ଆନ୍ଦୋଳନ : ରାଜ୍ୟପାଳଙ୍କୁ ଦିଲ୍ଲୀ କ୍ୟାବିନେଟର ଝଟକା, ଦିଲ୍ଲୀ ପୋଲିସର ଓକିଲ ପ୍ୟାନେଲ୍ କଲା ଖାରଜ

ଦିଲ୍ଲୀ ସରକାରଙ୍କ କ୍ୟାବିନେଟ୍ କୃଷକ ଆନ୍ଦୋଳନ ସହ ଜଡିତ ମାମଲା ପାଇଁ ଦିଲ୍ଲୀ ପୋଲିସ ସୁପାରିଶ କରିଥିବା ଆଇନଜୀବୀ ପ୍ୟାନେଲକୁ ପ୍ରତ୍ୟାଖ୍ୟାନ କରିଛି । ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀର ଉପରାଜ୍ୟପାଳ ଏହି ପ୍ୟାନେଲକୁ ଅନୁମୋଦନ କରିବାକୁ ଦିଲ୍ଲୀ ସରକାରକୁ କହିଥିଲେ ।

ନୂଆଦିଲ୍ଲୀ : ଦିଲ୍ଲୀ ସରକାରଙ୍କ କ୍ୟାବିନେଟ୍ କୃଷକ ଆନ୍ଦୋଳନ ସହ ଜଡିତ ମାମଲା ପାଇଁ ଦିଲ୍ଲୀ ପୋଲିସ ସୁପାରିଶ କରିଥିବା ଆଇନଜୀବୀ ପ୍ୟାନେଲକୁ ପ୍ରତ୍ୟାଖ୍ୟାନ କରିଛି । ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀର ଉପରାଜ୍ୟପାଳ ଏହି ପ୍ୟାନେଲକୁ ଅନୁମୋଦନ କରିବାକୁ ଦିଲ୍ଲୀ ସରକାରକୁ କହିଥିଲେ । ଦିଲ୍ଲୀ କ୍ୟାବିନେଟର ନିଷ୍ପତ୍ତି ରାଜ୍ୟପାଳଙ୍କ ନିକଟକୁ ପଠାଯାଇଛି ।

Arvind-Kejriwal

କୃଷକ ଆନ୍ଦୋଳନ ପାଇଁ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଦିଲ୍ଲୀ ସରକାର ସରକାରୀ ଓକିଲଙ୍କ ଏକ ପ୍ୟାନେଲ ନିଯୁକ୍ତ କରିବାକୁ ଚାହୁଁଛନ୍ତି । ଏଥିପାଇଁ ଦିଲ୍ଲୀ ସରକାର ଉପରାଜ୍ୟପାଳ ଅନିଲ ବୈଜଲଙ୍କ ନିକଟକୁ ଆଇନଜୀବୀ ନିଯୁକ୍ତି ପାଇଁ ଏକ ପ୍ରସ୍ତାବ ମଧ୍ୟ ପଠାଇଥିଲେ । ସରକାରଙ୍କ ଏହି ପ୍ରସ୍ତାବକୁ ଗୁରୁବାର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପ୍ରତ୍ୟାଖ୍ୟାନ କରିଛନ୍ତି । କ୍ୟାବିନେଟ ବୈଠକ କରି ଦିଲ୍ଲୀ ପୋଲିସ ଦ୍ୱାରା ନିର୍ମିତ ପ୍ୟାନେଲକୁ ଅନୁମୋଦନ କରିବା ପାଇଁ ରାଜ୍ୟପାଳ ଦିଲ୍ଲୀ ସରକାରଙ୍କୁ କହିଥିଲେ, କିନ୍ତୁ ଶୁକ୍ରବାର ବୈଠକରେ ଦିଲ୍ଲୀ କ୍ୟାବିନେଟ ଦିଲ୍ଲୀ ପୋଲିସ ପ୍ୟାନେଲକୁ ପ୍ରତ୍ୟାଖ୍ୟାନ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+