ବଢିଲା ମନ୍ତ୍ରୀ ଏବଂ ବିଧାୟକଙ୍କ ଦରମା, ଜାଣନ୍ତୁ କିଏ ପାଇବେ କେତେ ଦରମା

ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଗତ 11 ବର୍ଷ ହେବ ବିଧାୟକଙ୍କ ଦରମା ମାତ୍ର 12,000 ଟଙ୍କା ଥିଲା, ଯାହା ବର୍ତ୍ତମାନ 30 ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।

ନୂଆଦିଲ୍ଲୀ : ମନ୍ତ୍ରୀଙ୍କ ଦରମା ବୃଦ୍ଧି ପାଇଁ କେଜ୍ରିୱାଲ ସରକାର ଆଣିଥିବା ବିଲ୍ ଦିଲ୍ଲୀ ବିଧାନସଭାରେ ପାରିତ ହୋଇଛି । ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏହି ସୂଚନା ଦେଇଛନ୍ତି ।

manish sisodia

ଦିଲ୍ଲୀ ବିଧାନସଭାରେ ବାଚସ୍ପତି, ମନ୍ତ୍ରୀ, ବିଧାୟକ ତଥା ବିରୋଧୀ ଦଳର ନେତାଙ୍କ ଦରମା ବୃଦ୍ଧି ପାଇଁ ଏକ ବିଲ୍ ପାରିତ ହୋଇଛି । ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଗତ 11 ବର୍ଷ ହେବ ବିଧାୟକଙ୍କ ଦରମା ମାତ୍ର 12,000 ଟଙ୍କା ଥିଲା, ଯାହା ବର୍ତ୍ତମାନ 30 ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।

ଦରମା ସହିତ ଭତ୍ତା ମଧ୍ୟ ବୃଦ୍ଧି କରାଯାଇଛି । ଭତ୍ତା ବୃଦ୍ଧି ସହିତ ମୋଟ ଦରମା ବର୍ତ୍ତମାନ 90,000 ଟଙ୍କା ହୋଇଛି । ଉପ ମୁଖ୍ୟମନ୍ତ୍ରୀ ଆହୁରି ସୂଚନା ଦେଇ କହିଛନ୍ତି ଯେ ଭତ୍ତା ସମେତ ମୋଟ ଦରମା ବର୍ତ୍ତମାନ 90,000 ଟଙ୍କାକୁ ବୃଦ୍ଧି କରାଯାଇଛି ।

ତେବେ ଏହା ଏପର୍ଯ୍ୟନ୍ତ କେନ୍ଦ୍ର ଦ୍ୱାରା ପାରିତ ହୋଇପାରି ନାହିଁ । ସିସୋଦିଆ କହିଛନ୍ତି ଯେ "କେନ୍ଦ୍ର ସରକାରଙ୍କର କିଛି ଆପତ୍ତି ଥିଲା ଏବଂ ସେମାନେ କିଛି ପରାମର୍ଶ ଦେଇଥିଲେ । ଆମେ ଏହି ପ୍ରସ୍ତାବକୁ ଗ୍ରହଣ କରିଛୁ ଏବଂ ଏହାକୁ ପାରିତ କରିଛୁ । ଆମେ ଆଶା କରୁଛୁ ଯେ କେନ୍ଦ୍ର ସରକାର ଏହାକୁ ପାରିତ କରିବେ ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+