ବିଜେପିର ନିର୍ମାଣାଧୀନ କାର୍ଯ୍ୟାଳୟ ଉପରେ AAP ର କାର୍ଯ୍ୟାନୁଷ୍ଠାନ, 5 ଲକ୍ଷ ଜରିମାନା
ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ନିର୍ମାଣ ଦିଲ୍ଲୀର ବିଜେପିର ନିର୍ମାଣାଧୀନ କାର୍ଯ୍ୟାଳୟ କାର୍ଯ୍ୟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ସହ 5 ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି ।
ନୂଆଦିଲ୍ଲୀ : ଜାତୀୟ ରାଜଧାନୀରେ ଶାସକ ଆମ୍ ଆଦମୀ ପାର୍ଟି ଏବଂ ବିରୋଧୀ ବିଜେପି ମଧ୍ୟରେ ରାଜନୈତିକ ବିବାଦ ଲାଗି ରହିଛି । ଏହି ସମୟରେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ନିର୍ମାଣ ଦିଲ୍ଲୀର ବିଜେପିର ନିର୍ମାଣାଧୀନ କାର୍ଯ୍ୟାଳୟ କାର୍ଯ୍ୟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ସହ 5 ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି ।

ଗୋପାଳ ରାୟ କହିଛନ୍ତି, "ଏଠାରେ ନିର୍ମାଣ ସ୍ଥଳରେ ଖୋଲା ସ୍ଥାନରେ ମାଟି ପଡ଼ି ରହିଛି । ଭିତରେ ଲୁଚାଛପା ଭାବେ ପଥର କାଟିବା କାମ ଚାଲିଛି । କର୍ମଚାରୀମାନେ କହିଛନ୍ତି ଯେ ବୋଧହୁଏ ବିଜେପି ମୁଖ୍ୟାଳୟର କାର୍ଯ୍ୟ ଚାଲିଛି । ଆମେ ଯାଞ୍ଚ କରୁଛୁ । ବର୍ତ୍ତମାନ L&T କୁ 5 ଲକ୍ଷ ଜରିମାନା ଏବଂ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ନୋଟିସ୍ ଜାରି କରାଯାଇଛି ।
ବାସ୍ତବରେ ଦିଲ୍ଲୀରେ ପ୍ରଦୂଷଣକୁ ଦୃଷ୍ଟିରେ ରଖି ନିର୍ମାଣ ଓ ଭାଙ୍ଗିବା କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଯାଇଛି । CAQM ଙ୍କ ନିର୍ଦ୍ଦେଶରେ ପରିବେଶ ମନ୍ତ୍ରୀ ଗୋପାଳ ରାୟ ବିଜେପିର ନିର୍ମାଣାଧୀନ କାର୍ଯ୍ୟାଳୟରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଦେଇଛନ୍ତି । ଏଥିସହ 5 ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯାଇଛି । ଗୋପାଳ ରାୟ ଅଚାନକ୍ ଯାଞ୍ଚ କରିବାକୁ ଆସିଥିଲେ । ଏହି ସମୟରେ ରାୟ ଏହି ପଦକ୍ଷେପ ନେଇଥିଲେ ।












Click it and Unblock the Notifications