ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ରିପୋର୍ଟ ଦାଖଲ କଲା କମିଟି, ତିନି ଜଣଙ୍କ ବିରୋଧରେ ଯାଞ୍ଚ ଦାବି
ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଆଇଏଡିଏମକେ ନେତା ଜେ ଜୟଲଳିତାଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଗଠିତ ଅରୁମୁଗାସମୀ ଅନୁସନ୍ଧାନ ଆୟୋଗ ଏହାର ରିପୋର୍ଟ ଦାଖଲ କରିଛି ।
ଚେନ୍ନାଇ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଆଇଏଡିଏମକେ ନେତା ଜେ ଜୟଲଳିତାଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଗଠିତ ଅରୁମୁଗାସମୀ ଅନୁସନ୍ଧାନ ଆୟୋଗ ଏହାର ରିପୋର୍ଟ ଦାଖଲ କରିଛି । ଏହି ରିପୋର୍ଟରେ ଶଶିକଳା ଏବଂ ଅନ୍ୟ ତିନିଜଣଙ୍କ ବିରୋଧରେ ତଦନ୍ତ ଦାବି କରାଯାଇଛି । ଏ ସମ୍ପର୍କରେ ଅରୁମୁଗାସମୀ ଯାଞ୍ଚ କମିଟିର ରିପୋର୍ଟ ମଙ୍ଗଳବାର ଦିନ ରାଜ୍ୟ ବିଧାନସଭାରେ ରଖାଯାଇଛି । କମିଟି ଏହାର ରିପୋର୍ଟରେ କହିଛି ଯେ ଶସିକଳା, ଜୟଲଳିତାଙ୍କ ବ୍ୟକ୍ତିଗତ ଡାକ୍ତର କେ ଶିବକୁମାର ଏବଂ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସୀ. ବିଜୟଭାସ୍କର ଦୋଷୀ ଚିହ୍ନଟ ହୋଇଛନ୍ତି । ଏଭଳି ପରିସ୍ଥିତିରେ ସମସ୍ତଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯିବା ଉଚିତ୍ ।

ଏହାପୂର୍ବରୁ ଅଗଷ୍ଟ ମାସରେ ଜେ ଜୟଲଳିତାଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ନିଯୁକ୍ତ ଅବସରପ୍ରାପ୍ତ ଜଷ୍ଟିସ ଅରୁମୁଗାସାମୀ କମିଶନ ସଚିବାଳୟରେ ଏହି ରିପୋର୍ଟ ଦାଖଲ କରିଥିଲେ । ଏହି ରିପୋର୍ଟକୁ ପାଞ୍ଚ ବର୍ଷ ପରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ନିକଟକୁ ପଠାଯାଇଛି । ଆପଣଙ୍କୁ କହି ରଖୁଛୁ ଯେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଚିକିତ୍ସା ସମୟରେ 2016 ରେ ଦେହାନ୍ତ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ଡାକ୍ତରଖାନାର ଚିକିତ୍ସା ବ୍ୟବସ୍ଥାକୁ ନେଇ ରାଜନୀତି ତୀବ୍ର ହୋଇଥିଲା । ଏହା ପରେ ଅବସରପ୍ରାପ୍ତ ଜଷ୍ଟିସ ଅରୁମୁଗାସାମୀଙ୍କ ନିର୍ଦ୍ଦେଶରେ ଏକ କମିଟି ଗଠନ କରାଯାଇଥିଲା ।
ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ପନୀରସେଲଭମଙ୍କ ଅନୁରୋଧ କ୍ରମେ ଏହି କମିଟି ଗଠନ କରାଯାଇଥିଲା । 22 ସେପ୍ଟେମ୍ବର 2016 ରେ ସ୍ୱର୍ଗତ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଡାକ୍ତରଖାନାରେ ଭର୍ତ୍ତି ହେବା, ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଅନୁସନ୍ଧାନ ଦାୟିତ୍ୱ କମିଶନଙ୍କୁ ଦିଆଯାଇଥିଲା ।
ସୂଚନା ଅନୁଯାୟୀ, ଅନୁସନ୍ଧାନ କମିଟି ଦ୍ୱାରା ତାମିଲରେ 608 ପୃଷ୍ଠାର ଏବଂ ଇଂରାଜୀରେ 500 ପୃଷ୍ଠାର ଏକ ରିପୋର୍ଟ ଦାଖଲ କରାଯାଇଛି । 159 ଜଣଙ୍କ ବିବୃତ୍ତି ଆଧାରରେ ଅନୁସନ୍ଧାନ କମିଟି ପକ୍ଷରୁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ତେବେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (AIIMS) ର ଡାକ୍ତରଙ୍କ ପ୍ୟାନେଲ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଜୟଲଳିତାଙ୍କୁ ସଠିକ୍ ପ୍ରଣାଳୀ ଅନୁଯାୟୀ ଚିକିତ୍ସା କରାଯାଇଥିଲା । ଚିକିତ୍ସା ସମୟରେ ଆପୋଲୋ ହସ୍ପିଟାଲ ପକ୍ଷରୁ କୌଣସି ଅବହେଳା କରାଯାଇ ନଥିବା ଏହି ଡାକ୍ତରୀ କମିଟି ରିପୋର୍ଟରେ କୁହାଯାଇଛି । ରିପୋର୍ଟ ଆଧାରରେ ଆପୋଲୋ ହସ୍ପିଟାଲକୁ ମଧ୍ୟ ଏକ କ୍ଲିନ୍ ଚିଟ୍ ଦିଆଯାଇଛି ।












Click it and Unblock the Notifications